ଶିଳୀନ୍ଧ
ଦେଖଣା
ଶିଳୀନ୍ଧ
ଉଚ୍ଚାରଣ
[ସମ୍ପାଦନା](ଶିଳୀନ୍ଧ୍ରକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଅଲୁକ୍ ସମାସ=ଶିଳୀଂ+ଧୃ ଧାତୁ+ଅ)
[ସମ୍ପାଦନା]- ୧. ଶିଳିନ୍ଦ (ଦେଖ) - —୧. Ṡiḻinda (See)
- ୨. କନ୍ଦଳୀ ଗୁଳ୍ମ; ଭୂମି କଦଳୀ — ୨. A sort of arum; Arum Campa nulatam.
- ୩. କଦଳୀ ପୁଷ୍ପ; ଭଣ୍ଡା —୩. The flowers of plantain.
- ୪. ଛତ୍ରାକ; ଛତୁ; ପାଳଛତୁ ବା ଭୂଇଁ ଛତୁ —୪. Mushroom; fungus; Agaricus Compestris.
- ୫. ଗୋବର ଛତୁ —୫. Mush room coming out of cowdung pit.
(ଉ—ହୀରକ, କରଙ୍କ ତଟଭଙ୍କ ଅଟକ ନ ରହି କର୍ଣ୍ଣରୁ ଗଳି, ଅବନୀରେ ପଡ଼ଡି ଶିଳୀନ୍ଧ୍ର କୁସୁମ ଫୁଟିଲା ପରାଏ ଝଳି— କବିସୂର୍ଯ୍ୟ. ସଙ୍ଗୀତ)
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ନାମ ଭୂମିଛନ୍ନ; ଭୂଛତ୍ରାକ, ଛତ୍ରିକା କ୍ଳିନଭୂମି, ଗୋମୟ, ସଢ଼ା କାଠ, ସଢ଼ା ପାଳ, ଉଇ ହୁଙ୍କା ଇତ୍ୟାଦିରେ ନାନା ପ୍ରକାରର ଓ ବର୍ଣ୍ଣର ଓ ଆକୃତିର ଛତୁ ଉଠେ କେତେକ ପ୍ରକାରର ଛତୁ (ହୁଙ୍କା ଛତୁ, ଭୂଇଁ ଛତୁ)କୁ ଲୋକେ ରାନ୍ଧିକରି ଖାଆନ୍ତି ଅନ୍ୟ ପ୍ରକାର ଛତୁ (ଗୋବର ଛତୁ) ମାନ ବିଷାକ୍ତ]
- ୬. କରକା —୬. Hailstone.
- ୭. କାଷ୍ଠ କଦଳୀ (ହିନ୍ଦୀ - ଶ) —୭. A kind of hard plantain.