ଶିଳ୍ପ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବସ୍ତୁ ନିର୍ମାଣ କାର୍ଯ୍ୟ; କାରୁକର୍ମ; କାରିଗର
  • ବେଣୁ ବୀଣାଦି ବାଦ୍ୟ; ନୃତ୍ୟ ଗୀତ ବାଦ୍ୟାଦି
  • ଚିତ୍ର ବିଦ୍ୟାଦି; କଳାବିଦ୍ୟାର ବ୍ୟବସାୟ
  • ଶିଳ୍ପଜାତ ଦ୍ରବ୍ୟଶିଳ୍ପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଶିଳ୍ ଦାତୁ=ନିପୁଣ ହ୍ୱା+ଭାବ. ପ)[ସମ୍ପାଦନା]

୧. ବସ୍ତୁ— ନିର୍ମାଣ କାର୍ଯ୍ୟ; କାରୁକର୍ମ; କାରିଗରି —୧. Arts; technique.

[ଯଥା—ଗୃହ ନିର୍ମାଣ, ବସ୍ତ୍ରବୟନ, ଅଳଙ୍କାର ଗଢ଼ିବା, ପଥର ଓ କାଠ ଆଦିରେ ଖୋଳିବା, ମୂର୍ତ୍ତିଗଠିତ]

୨. ବେଣୁ ବୀଣାଦି ବାଦ୍ୟ; ନୃତ୍ୟ ଗୀତ ବାଦ୍ୟାଦି —୨. Dancing, singing etc; music.
୩. ଚିତ୍ର— ବିଦ୍ୟାଦି; କଳାବିଦ୍ୟାର ବ୍ୟବସାୟ —୩. Fine arts such as, painting, drawing.
୪. ଶିଳ୍ପଜାତ
ଦ୍ରବ୍ୟ —୪. The product of arts or manufacture or industy.

[ଦ୍ରଷ୍ଟବ୍ୟ —ଶିଳ୍ପ କଳାବିଦ୍ୟାର ଅନ୍ତର୍ଗତ ଶିଳ୍ପ ନାନାପ୍ରକାର ଯଥା—ବସ୍ତ୍ରଶିଳ୍ପ, ଗୃହଶିଳ୍ପ, ସ୍ଥାପତ୍ୟଶିଳ୍ପ ଇତ୍ୟାଦି କଳା ବିଦ୍ୟା ୬୪: ପ୍ରକାର ଶ୍ରୀବଦ୍ ଭଗବତ୍ ଗୀତାର ଟୀକାକାର ଶ୍ରୀଧର ସ୍ୱାମୀ ଶୈବତନ୍ତ୍ରୋକ୍ତ ୬୪: କଳାର ନାମ ଦେଇଛନ୍ତି; କଳା ବିଦ୍ୟା ଶିକ୍ଷା କଲେ ରାଜା ଅମରଶକ୍ତି ଲାଭ କରନ୍ତି 'ସକଳ କଳା ପାରଂଗତେ{ମରଶକ୍ତି ର୍ନାମ ରାଜା' ୬୪: କଳାର ନାମ—୧ ଗୀତ, ୨ ବାଦ୍ୟ, ୩ ନାଟକାଭିନୟ, ୪ ଆଲେଖ୍ୟ, ୫ ବିଶେଷକଛେଦ, (ଚିତାଲେଖା) ୬ ତଣ୍ଡୁଳ କୁସୁମବଳି ବିକାଚ, ୭ ପୁଷ୍ପାସ୍ତରଣ, ୮ ଦଶନବସନା— ଙ୍ଗରାଜ, ୯ ମଣିଭୂମିକା କର୍ମ, ୧ ଶୟନ ରଚନ, ୧୧: ଉଦକ ବାଦ୍ୟ, ୧୨: ଉଦକ ଗାତ, ୧୩: ଚିତ୍ର— ଯୋଗ, ୧୪: ମାଲ୍ୟ ଗ୍ରଥନ ବିକଳ୍ପ, ୧୫: କେଶଶ୍ରେଖରା— ପୀଡ଼ ଯୋଜନ, ୧୬: ନେପଥ୍ୟ ଯୋଗ, ୧୭: କର୍ଣ୍ଣ— ପତ୍ର ଭଙ୍ଗ, ୧୮: ଗନ୍ଧଯୋଜନ, ୧୯: ଭୂଷଣ ଯୋଜନ, ୨ ଇନ୍ଦ୍ରଜଲ. ୨୧: କୌଚୁମାର ଯୋଗ, ୨୨: ହସ୍ତଲାଘବ, ୨୩: ଶାକବ୍ୟଞ୍ଜନ ପୂପଭକ୍ଷ୍ୟ ବିକାର କ୍ରିୟା, ୨୪: ପ୍ରପାନକରସ ରାଗାସବ ଯୋଜନ, ୨୫: ସୁଚୀକର୍ମ, ୨୬: ସୁତ୍ରକ୍ରୀଡ଼ା, ୨୭: ପହେଳିକା, ୨୮: ପ୍ରତିମାଳା ବା ଶ୍ଳୋକାନ୍ତ, ୨୯: ଦୁର୍ବାଚକ ଯୋଗ, ୩ ପୁସ୍ତକବାଚନ ୩୧: ନାଟିକାଖ୍ୟାୟିକା ଦର୍ଶନ, ୩୨: କାବ୍ୟ ସମସ୍ୟା ପୁରଣ, ୩୩: ପଟ୍ଟିକା ବେକ୍ରାବରଣ ବିକଳ୍ପ, ୩୪: ତୁର୍କ କର୍ମ, ୩୫: ତକ୍ଷଣ ବା ବଢ଼େଇକାମ, ୩୬: ବସ୍ତୁବିଦ୍ୟା, ୩୭: ରୂପ୍ୟରତ୍ନ ପରୀକ୍ଷା, ୩୮: ଧାତୁବାଦ; ୩୯: ମଣିରାଗ, ଜ୍ଞାନ, ୪ ଆକରଜ୍ଞାନ, ୪୧: ବୃକ୍ଷାୟୂର୍ବେଦ ଯୋଗ, ୪୨: ମେଷ କୁକ୍କଟଲବକ ଯୁଦ୍ଧବିଧି, ୪୩: ଶିକ ସାରିକାପାଳନ, ୪୪: ବତ୍ସାଦନ, ୪୫: କେଶମାର୍ଜ୍ଜନ କୌଶଳ, ୪୬: ଅକ୍ଷର ମୁଷ୍ଟିକତା କଥ, ୪୭: ମ୍ଳେଛ ଭାଷାଜ୍ଞାନ, ୪୮: ଦେଶଭାଷା ଜ୍ଞାନ, ୪୯: ପୁଷ୍ପ ବାଟିକା ନିର୍ମାଣ ଜ୍ଞାନ, ୫ ସଂପାଟ୍ୟ, ୫୧: ମାନସା କାବ୍ୟକ୍ରିୟା, ୫୨: କ୍ରିୟବିକଳ୍ପ, ୫୩: ଛଳିତକ ଯୋଗ, ୫୪: ଅଭିଧାନ କୋଷ ଛନ୍ଦୋ— ଜ୍ଞାନ, ୫୫: ବସ୍ତୁଗୋପନ, ୫୬: ଦ୍ୟୁତ, ୫୭: ଆକର୍ଷ କ୍ରୀଡ଼ା, ୫୮: ବାଳ କ୍ରୀଡ଼ନକ, ୫୯: ଶୃଙ୍ଗାର ରଚନ, ୬ ବୈଜୟକୀ ବିଦ୍ୟାଜ୍ଞାନ, ୬୧: ବୈତାଳିକ ବିଦ୍ୟା, ୬୨୫: ଯନ୍ତ୍ର ନିର୍ମାଣ, ୬୩: ଶକୁନଜ୍ଞାନ, ୬୪: ଧାରଣା ଶକ୍ତି ପ୍ରତ୍ୟେକ କଳାର ସମ୍ୟକ୍ ଆଲୋଚନା ଏଠାରେ କରିବା ସହଜ ନୁହେଁ ନାନା ଗ୍ରନ୍ଥୋକ୍ତ କେତେକ କଳା ବିଦ୍ୟାର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପରିଚୟ ମଧ୍ୟ ମୁଳେ ନାହିଁ ଶିଳ୍ପ ଶବ୍ଦର ବ୍ୟପତ୍ ପତ୍ତି—ଶିଳ୍ ଧାତୁ=ନିପୃଣ ହେବା+ଭାବ. ପ; ଏଥିର ଅର୍ଥ ବସ୍ତୁ ନିର୍ମାଣ କର୍ମ, କାରିଗରି ଇତ୍ୟାଦି କଳାବିଦ୍ୟାରେ ପ୍ରାଚୀନ ଭାରତ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା ଉତ୍କଳ ମଧ୍ୟ କଳା ବିଦ୍ୟାରେ ଶ୍ରେଷ୍ଠତା ଲାଭ କରିଥିଲା କଳା— ବିଦ୍ୟାରେ ଉତ୍କର୍ଷ ହେତୁ ଓଡ଼ିଶାର ଅନ୍ୟନାମ ଉତ୍କଳ (ଉତ୍+କଳା) ହୋଇଥିବାର କେହି କେହି କହନ୍ତି ଉତ୍କଳର ସ୍ଥାପତ୍ୟ ଓ ଭାସ୍କର ଶିଳ୍ପର ଯାହା ଧ୍ୱଂସାବଶେଷ ଅଛି ତାକୁ ଦେଖିବାକୁ ବର୍ତ୍ତମାନ ଦେଶ ବିଦେଶରୁ ମନୀଷିଗଣ ଆସୁଅଛନ୍ତି କୋଣାର୍କ ଶିଳ୍ପ ଆଜି ମଧ୍ୟ ଜଗତରେ ଅତୁଳନୀୟ ଓଡ଼ିଶାର ବସ୍ତ୍ରଶିଳ୍ପ ଏକ ସମୟରେ ଚୂଡ଼ାନ୍ତ ଲାଭ କରିଥିଲା ବୈଦେଶିକମାନେ ଓଡ଼ିଶାରୁ ସୂକ୍ଷ୍ମଲୁଗା ନେଇ ପାଶ୍ଚାତ୍ୟ ଦେଶମାନଙ୍କରେ ବ୍ୟବସାୟ କରୁଥିଲେ ଓଡ଼ିଶାରେ ଏପରି ସରୁ ସୁକ୍ଷ୍ମ ଲୁଗା ବୁଣାଯାଇ ପାରୁଥିଲା ଯେ, ହାତେ ଲମ୍ୱ ୨ ଌଞ୍ଚ ବ୍ୟାସବିଶିଷ୍ଟ ବାଉଁଶ ନଳ ଭିତରେ ୧୨: ହାତ ଲମ୍ୱ ଲୁଗା ରଖାଯାଇ ପାରୁଥିଲା ଘାସ ଉପରେ ରାତିରେ ଲୁଗା ପାରିଦେଲେ ସକାଳକୁ ତହିଁରେ କାକର ପଡ଼ି, ତାହା ଲୁଗା କି ଘାସ ବାରି ହେଉ ନଥିଲା

ଧାତୁ ପାଷାଣ, କାଠ ପ୍ରଭୃତିରେ ଅତି ଉତ୍କୃଷ୍ଟ ଧରଣର କାରିଗରି ମଧ୍ୟ ଫତ୍କଳରେ ହେଉଥିଲା ପାନ ଭାଙ୍ଗିବା ଲୁଗା କୁଞ୍ଚିବା, ଠାଆ ଲେଖିବା, ମୁରୁଜ ଦେବା, ଚିତା ପକାଇବା, ପିଠାପଣା କରିବା ଇତ୍ୟାଦି ସକଳ ଦୈନନ୍ଦିନ କାର୍ଯ୍ୟରେ ଶିଲର ବିକାଶ ହେଉଥିଲା ମାତ୍ର କ୍ରମେ ସେ ସବୁ ବିଦ୍ୟାଲୋପ ହୋଇ ଯାଉଛି ଦେଉଳ ଅଟ୍ଟାଳି ପ୍ରଭୃତି ବଡ଼ ବଡ଼ ଶିଳ୍ପ ଭାସ୍କର କାର୍ଯ୍ୟ ତ ଆଉ ନାହିଁ ଆଜିକାଲି ସବୁ କାମ ସିଧାସିଧା କରାଯାଉଅଛି ବ୍ୟୟାଧିକ୍ୟ ହେତୁ ଲୋକେ ଆଉ ଶିଳ୍ପ କାର୍ଯ୍ୟ କରିବାକୁ ମନ ବଳାଉ ନାହାନ୍ତି ଆଜି ଜାପାନ ଶିଳ୍ପ ବିଦ୍ୟାରେ ଅଗ୍ରଣୀ କାଗଜ ଶିଳ୍ପ ଜାପାନର ଅତି ଉତ୍କୃଷ୍ଟ ମନୋହର ଆକାର ଧାରଣ କରି— ଅଛି ତହିଁର ବୈଚତ୍ର୍ୟ ଦେଖିଲେ ଆଖି ଝଲସି ଯିବ

ବାସୁ ବିଦ୍ୟା ବା ସ୍ଥାପତ୍ୟ ପ୍ରାଚୀନ ଭାରତବର୍ଷର ପ୍ରତିଷ୍ଠା ଅବିସଂବାଦିତ ସହସ୍ର ସ୍ତମ୍ଭଯୁକ୍ତ ଅଟ୍ଟାଳିକା ଭାରତରେ ଥିଲା (ଋଗ୍ ବେଦ ୧\୪୧\୫: ମ); ଇନ୍ଦ୍ରଦେବଦାସଙ୍କୁ ପାଷାଣ ନିର୍ମିତ ଶତ ସଂଖ୍ୟକ ପୁରୀ ଦାନ କରିଥିସଲେ (ଋଗ୍ ବେଦ ୪\୩\୨: ); ରାମାୟଣରେ ଅଯୋଧ୍ୟାର ଓ ଲଙ୍କାର ଯେଉଁ ବର୍ଣ୍ଣନା ଅଛି ତହିଁରୁ ପ୍ରାଚୀନ ଭାରତର ସ୍ଥାପତ୍ୟ ବିଦ୍ୟାର ଚରତ୍ମାତ୍କର୍ଷର ସ୍ପଷ୍ଟ ପରିଚୟ ମିଳେ ମହାଭାରତରେ ପାଣ୍ଡବାଦିଙ୍କ ରାଜଧାନୀ, ମଗଧାତି ରାଜଧାନୀ ଓ ରାଜସୂୟ ଯଜ୍ଞ ମଣ୍ଡପର ଯେଉଁ ସବୁ ବର୍ଣ୍ଣନା ଅଛି ତାହା ଅତୁଳନୀୟ ସେ ସବୁର ବିସ୍ତୃତ ବର୍ଣ୍ଣନା— ପାଇଁ ଏଠାରେ ସ୍ଥାନଭାବ ପାଠକମାନେ ମହାଭାରତ ରାମାୟଣ ପାଠ କଲେ ଆପଣାର କୌତୂହଳ ଚରିତାର୍ଥ କରିପାରିବେ ସ୍ଫଟିକ ନିର୍ମିତ ସୋପାନ, ଶିଳାପଟ୍ଟାବଦ୍ଧ ବେଦିକା ପ୍ରଭୃତି ସ୍ଥାପତ୍ୟ ଓ ଶିଳ୍ପ ପ୍ରାଚୁର୍ଯ୍ୟର ପୂର୍ଣ୍ଣ ନିଦର୍ଶନ ଉକ୍ତ ଗ୍ରନ୍ଥମାନଙ୍କରେ ଅଛି ପୁରାଣ ମତରେ ମୟଦାନବ ପ୍ରଧାନ ଶିଳ୍ପୀ ଥିଲା ଗରୁଡ଼ପୁରାଣର ପୂର୍ବ ଅଣ୍ଡରେ ବାସ୍ତୁ ନିର୍ଣ୍ଣୟ ଓ

ପ୍ରାସାଦ ଲକ୍ଷଣ ସମ୍ୱନ୍ଧେ ୨ଟି ଅଧ୍ୟାୟ ଅଛି ପ୍ରଥମ ଅଧ୍ୟାୟରେ ଅଛି, କିପରି ସ୍ଥାନରେ, କେଉଁ ତିଥି ନକ୍ଷତ୍ରରେ, କିପରି ପୂଜା ପଦ୍ଧତି କରି ବାସ୍ତୁ ନିର୍ମାଣ କରିବାକୁ ହେବ ୨ୟ ଅଧ୍ୟାୟରେ ଦେବ ପ୍ରାସାଦ ନିର୍ମାଣପ୍ରଣାଳୀରେ ବର୍ଣ୍ଣନା ଅଛି ବାସଗୃହ, ପୁର, ଗ୍ରାମ, ବାଣିଜ୍ୟାଳୟ, ପ୍ରାସାଦ, ଉପବନ, ଦୁର୍ଗ, ଦେବତନୟା ଓ ମଠ ନିର୍ମାଣ ଆରମ୍ଭବେଳେ ବାସ୍ତୁଯଜ୍ଞ କରିବ ବାସ୍ତୁରସମ୍ମୁଖରେ ଦେବାଳୟ, ଅଗ୍ନିକୋଣରେ ପାକଶାଳା, ପୂର୍ବଦିଗରେ ପ୍ରବେଶ ଓ ନିର୍ଗମ ମାର୍ଗ ଓ ଯଗାମଣ୍ଡପ, ଈଶାନ କୋଣରେ ପଟ୍ଟବସ୍ତ୍ରଯୁକ୍ତ ଗନ୍ଧପୁଷ୍ପାଳୟ, ଉତ୍ତରରେ ଭଣ୍ଡାର, ପଶ୍ଚିମରେ ବାତାୟନଯୁକ୍ତ ଜଳାଗାର, ନୈଋତ ଦିଗରେ ସମିଧ କୁଶ କାଷ୍ଠାଦିଗୃହ, ଅଶ୍ୱଶାଳା, ଦକ୍ଷିଣ ଦିଗରେ ମନୋରମ ଅତିଥିଶାଳା ପ୍ରସ୍ତୁତ କରିବ; ଗୃହ— ଦ୍ୱାର ଯେଡ଼େ ଦୀର୍ଘ ହେବ ତାର ଓସାର ତହିଁର ଅର୍ଦ୍ଧେକ ହେବ, ଇତ୍ୟାଦି ବିଷୟ ବିଶେଷ ଭାବରେ ବର୍ଣ୍ଣିତ ଅଛି ଦେବପ୍ରାସାଦ ଓ ଦେବାୟତନ ପ୍ରଭୃତିର ନିର୍ମାଣ ବିଷୟରେ ବିଶେଷ ନିୟମମାନଙ୍କ ଉଲ୍ଲେଖ ଅଛି ଦେବମନ୍ଦିର ୫ ପ୍ରକାର:—ବୈରାଜ, ପୁଷ୍ପକ, ମାଳବ, କୈଳାସ, ତ୍ରିପିଷ୍ଟକ ବୈରାଜ—ସମଚତୁରସ, ପୁଷ୍ପକ—ଆୟତାକାର, କୌଳାସ—ବୃତ୍ତାକାର, ମାଳବ—ଡିମ୍ୱାକାର, ତ୍ରିପିଷ୍ଟକ— ଅଷ୍ଟାସ ଏହି ପାଞ୍ଚ ପ୍ରକାରରୁ ଚତ୍ୱାରିଂଶ ପ୍ରକାର ମନୋରମ ପ୍ରାସାଦ ଉତ୍ପନ୍ନ ମେରୁ, ମନ୍ଦର, ବିଶାଳ, ଭଦ୍ରକ, ସର୍ବତୋଭଦ୍ର, ରୂଚକ, ନନ୍ଦନ, ନନ୍ଦବର୍ଦ୍ଧନ, ଶ୍ରୀବତ୍ସ; ଏମାନ ଚତୁରସ୍ର ଓ ବୈରାଜ ଶ୍ରେଣୀୟ ବଡ଼ଭୀ, ଗୃହରାଜ, ଶାଳଗୃହ, ମନ୍ଦିର, ବିମାନ, ବ୍ରହ୍ମମନ୍ଦିର, ଭବନ, ଉତ୍ତମ, ଶବିକାବେଣୁ, ଏମାନ ପୁଷ୍ପକ ଶ୍ରେଣୀୟ ବଳୟ, ଦୁନ୍ଦୁଭି, ପଦ୍ମ, ମହାପଦ୍ମ, ମୁକୁଳୀ ଶଙ୍ଖ, କଳସ, ଗୁବାକାକ୍ଷ, ମନ୍ଦିରମାନ ବୃତ୍ତାକାର ଏବଂ କୌଳାସ ଶ୍ରେଣୀୟ ମାଳବମନ୍ଦିରରୁ ନଅ ପ୍ରକାର ଉତ୍ପନ୍ନ ଏବଂ ସେମାନ ବୃତ୍ତାୟତ(ଦିମ୍ୱାକାର) ଯଥା—ଗଜ, ବୃଷଭ, ହଂସ, ଗରୁଡ଼, ସିଂହ ଭୁମୁଖ, ଭୁର, ଶ୍ରାଜୟ, ଓ ପୃଥିବୀଧର ବଜ୍ର, ମାଳଚକ୍ର, ମୁଷ୍ଟିନ, ବଭ୍ରୂ, ବକ୍ରୂ, ସ୍ୱସ୍ତିକ, ଖଡ୍ଗ,ଗଦା, ଶ୍ରୀବୃକ୍ଷ, ବିଜୟ, ଶ୍ୱେତ, ଏମାନେ ତ୍ରିପିଷ୍ଟକ ଏମାନଙ୍କ ଆକାର ନାନାପ୍ରକାର; କିଏ ତ୍ରିକୋଣ, କିଏ ପଦ୍ମ ମଧ୍ୟ, କିଏ ଅର୍ଦ୍ଧଚନ୍ଦ୍ର, କିଏ ଚତୁଷ୍କେଣ, କିଏ ଅଷ୍ଟ କୋଣ, କିଏ ଷୋଡ଼ଶ କୋଣ ଇତ୍ୟାଦି ମନ୍ଦିରଗାତ୍ରରେ ଲତା ବୃକ୍ଷ ପ୍ରଭୃତି ଚିତ୍ରିତ ହେଉଥିଲା କୌଣସି ମନ୍ଦିର ଅଧାରଯୁକ୍ତ ଅର୍ଥାତ୍ କଡ଼ି ଓ ବର୍ଗାଯୁକ୍ତ, କୌଣସି ମନ୍ଦିର ଆଧାରହୀନ ଅର୍ଥାତ୍ କେବଳ ଖିଲାଣଦ୍ୱାରା ନିର୍ମିତ ଦେବପ୍ରାସାଦ ଆଗରେ ଦଶ ହସ୍ତ ବା ଦ୍ୱାଦଷ ହସ୍ତ, ପରିମତ, ୧୬: ସ୍ତମ୍ଭକୁ ଓ ଅଷ୍ଟଧ୍ୱଜୋପଶୋଭିତ ମଣ୍ଡପ ପ୍ରସ୍ତୁତ ହୋଇ ତହିଁ ମଧ୍ୟରେ ଯଜ୍ଞ ବେଦୀ ପ୍ରଭୃତି ନିର୍ମାଣ କରା ଯାଉଥିଲା ଅଗ୍ନିପୁରାଣରେ ବାସ୍ତୁ ଲକ୍ଷଣ ବର୍ଣ୍ଣିତ ହୋଇଛି ମତ୍ସ୍ୟପୁରାଣରେ ମଧ୍ୟ ଏ ବିଷୟ ବର୍ଣ୍ଣିତ ହୋଇଅଛି ଏଥିରୁ ଜଣାଯାଏ, ବାସ୍ତୁବିଦ୍ୟା ସମ୍ୱନ୍ଧେ ପ୍ରାଚୀନଭାରତରେ ଅନେକ ଗ୍ରନ୍ଥ ଥିଲା ଏବଂ କ୍ଷେତ୍ରବ୍ୟବହାର ପ୍ରଭୃତି ନିୟମାନୁସାରେ ଅଟ୍ଟାଳିକା ପ୍ରଭୃତି ନିର୍ମିତ ହେଉଥିଲା ମତ୍ସ୍ୟରୂପ ବିଷ୍ଣୁଙ୍କଠାରୁ ମହର୍ଷି ମନୁ ପର୍ଥମେ ବାସ୍ତୁ ଶାସ୍ତ୍ର ପ୍ରାପ୍ତ ହୋଇଥିଲା ପରେ ଭୃଗୁ, ଅତ୍ରି, ବଶିଷ୍ଠ, ବିଶ୍ୱକର୍ମା, ମୟ, ନାରଦ, ନଗ୍ନଜିତ, ବିଶାଳାକ୍ଷ, ପୁରନ୍ଦର, ବ୍ରହ୍ମା, କାର୍ତ୍ତିକେୟ, ନନ୍ଦୀଶ୍ୱର, ଶୌନକ, ଗର୍ଗ, ବାସ୍ତୁଦେବ, ଅନିରୁଦ୍ଧ, ଶୁକ୍ର ଏବଂ ବୃହଷ୍ପତି ବାସ୍ତୁଶାସ୍ତ୍ରୋପଦେଷ୍ଟା ହୋଇଥିଲେ ମତ୍ସ୍ୟପୁରାଣରେ ରାଜଭବନର ବର୍ଣ୍ଣନା ଅଛି ସେଥିରୁ ଜଣାଯାଏ, ରାଜଭବନ ପାଞ୍ଚପ୍ରକାର—୧୮: ହାତ ବିସ୍ତୃତ ଭବନ ଉତ୍ତମ ଅନ୍ୟ ଚାରିପ୍ରକାର ଯଥାକ୍ରମେ ଆଠ ହାତ ପରିମାଣରେ ଉଣା ରାଜଭବନର ବିସ୍ତାର ଯେତେ, ଦୈର୍ଘ୍ୟତାର ଚାରିଗୁଣ; ଯୁବରାଜ, ସେନାପତି, ମନ୍ତ୍ରୀ, ଶିଳ୍ପୀ, କଞ୍ଚୁକୀ, ଗଣିକା, ଦୈବଜ୍ଞ, ଗୁରୁ, ବୈଦ୍ୟ, ସଭାସ୍ତାର, ପୁରୋହିତ, ଏ ପ୍ରତ୍ୟେକଙ୍କର ବାସଭବନର ଦୈର୍ଘ୍ୟ ଓ ପ୍ରସ୍ଥ ବର୍ଣ୍ଣିତ ଅଛି ସ୍ତମ୍ଭର ଉଚ୍ଚାତାକୁ ସାତଗୁଣ କରି ୮ରେ ହରିଲେ ସ୍ତମ୍ଭର ସ୍ଥୂଳତା ସ୍ଥିର ହେବ ହିନ୍ଦୁମାନଙ୍କ ସ୍ଥାପତ୍ୟ ବିଦ୍ୟା 'ଅତି ପ୍ରାଚୀନ କାଳକ୍ରମେ ତହିଁର ଅଧିକାଂଶ ଲୋପ ହୋଇଗଲାଣି ଇଲେରାର ଗୁହା ମନ୍ଦିର, ଏଲିଫାଣ୍ଟା ଗୁହା ମନ୍ଦିର, ଖଣ୍ଡଗିରିର ଗୁହା ମନ୍ଦିର, କୋଣାକର ସୂର୍ଯ୍ୟମନ୍ଦିର, ଭୂବନେଶ୍ୱରର ରାଣୀ ଦେଉଳ ଆଦି, ତାଞ୍ଜୋରର ମନ୍ଦିର, ସୌବହ୍ମଣ୍ୟ, ମନ୍ଦିରପ୍ରଭୃତି ପାଚୀନ ଶିଳ୍ପର ନିଦର୍ଶନ ଅବଧି ରହିଅଛି ପାଶ୍ଚାତ୍ୟ ପଣ୍ଡିତମାନେ ପ୍ରାଚୀନ ସ୍ଥାପତ୍ୟକୁ ୩ ପ୍ରଣାଳୀରେ ବିଭକ୍ତ କରିଅଛନ୍ତି ୧ମ ଦ୍ରାବିଡ଼ୀ ବା ଦକ୍ଷିଣାତ୍ୟଦେଶୀୟ, ୨ୟ ଓଡ଼ିଆ ବା ଉତ୍ତରଭାରତୀୟ, ୩ୟ ଗୌଲୁକ୍ୟ; କୃଷ୍ଣା ନଦୀର ଦକ୍ଷିଣସ୍ଥ ଦେଶର ମନ୍ଦିରମାନ ବା ଦ୍ରାବିଡ଼ୀଦାତିୟ; ରାମେଶ୍ୱରରେ ଏ ପ୍ରଣାଳୀ ପୂର୍ଣ୍ଣ ପ୍ରକଟିତ ଭୂବନେଶ୍ୱର ଓ ପୁରୀଧାମର ସ୍ଥାପତ୍ୟ ଦ୍ୱିତୀୟଶ୍ରେଣୀର କୃଷ୍ଣାନଦୀର ଉତ୍ତରାସ୍ଥିତ ବିନ୍ଧ୍ୟପର୍ବତ— ଶ୍ରେଣୀର ଦକ୍ଷିଣବର୍ତ୍ତା ପ୍ରଦେଶରେ ୩ୟ ପ୍ରଣାଳୀ ପ୍ରକଟିତ ବୌଦ୍ଧମାନେ ଗୃହା ଅଭ୍ୟନ୍ତରରେ ମନ୍ଦିର ଖୋଳୁ ଥିଲେ ଏବଂ ହିନ୍ଦୁମାନେ ଗୁହା ବାହାରରେ ମନ୍ଦିର ନିର୍ମାଣ କରୁଥିଲେ ଭାରତବର୍ଷରେ ଶିଳ୍ପ ଓ ସ୍ଥାପତ୍ୟର ଆଦର୍ଶ ନାନାପ୍ରକାରର ଅଛି ତାହା ସବୁ ବର୍ଣ୍ଣନା କରିବା ସହଜ ନୁହେ ପାଶ୍ଚାତ୍ୟ ପଣ୍ଡିତମାନେ ଭାରତୀୟ ଶିଳ୍ପର ଭୂୟସୀ ପ୍ରଶଂସା କରିଅଛନ୍ତି ଏବଂ ତାହା ଦେଖି ବିସ୍ମୟ— ବିମୁଗ୍ଧ ହୋଇଅଛନ୍ତି ସେମାନେ କହନ୍ତି, ଭାରତୀୟ ଶିଳ୍ପର ଐଶ୍ୱର୍ଯ୍ୟ ବର୍ଣ୍ଣନା କରିବାପାଇଁ ସେମାନଙ୍କ ବାଷା ଅକ୍ଷମ ଓ ଭାରତୀୟମାନଙ୍କ ଶିଲ୍ର ଐଶ୍ୱର୍ଯ୍ୟ ଜଗତରେ ଅତୁଳନୀୟ 

ଅଧ୍ୟାପକ ହର୍ଣ୍ଣେଲ ସାହେବ କହିଛନ୍ତି ହିନ୍ଦୁମାନଙ୍କ ଭାସ୍କର କାର୍ଯ୍ୟ ସଙ୍ଗେ ଗ୍ରୀସ ଓ ମିସରର ସ୍ଥାପତ୍ୟ ତୁଳନା

କରାଯାଇ ନ ପାରେ; ହିନ୍ଦୁ ସ୍ଥାପତ୍ୟ ସେ ସବୁକୁ ପରାଭୁତ କରିଛି ଏ ପ୍ରକାର ମର୍ତ୍ତିପ୍ରଭୃତିର ଖୋଦନ କାର୍ଯ୍ୟ ବିଶେଷତଃ ତନ୍ମଧ୍ୟସ୍ଥ ବୃକ୍ଷ ଇତର ସମାବେଶ ପରିପାଟ୍ୟରେ ଯେଉଁ ଉଚ୍ଚ ଦରର ସୌନ୍ଦର୍ଯ୍ୟ ବିକାଶ ପାଉଛି, ଅନ୍ୟ କୌଣସି ଦେଶରେ ତହିଁର ତୁଳନା ନାହିଁ ବୌଦ୍ଧମାନଙ୍କର ସ୍ତୁପ ଆଦର୍ଶରେ ପାଶ୍ଚାତ୍ୟଦେଶର ଗୀର୍ଜାର ଚୂଡ଼ାସମୂହ ନିର୍ମିତ ହୋଇଅଛି (ଅଧ୍ୟାପକ ବେବର୍) ହଣ୍ଟର ସାହେବ କହିଛନ୍ତି; ଆଜି ପର୍ଯ୍ୟନ୍ତ ଇଂରେଜଜାତି ମଧ୍ୟରେ ଯେଉଁ ସବୁ ଅଳଙ୍କାରିକ ଶିଳ୍ପସ୍ଥାପତ୍ୟ ବିଦ୍ୟମାନ ତହିଁର ଅଧିକାଂଶ ଭାରତବର୍ଷର ଆଦର୍ଶରୁ ପରିଗୃହୀତ ଏହିପରି ପାଶ୍ଚାତ୍ୟ ପଣ୍ଡିତମାନେ ଭାରତୀୟ ଶିଳ୍ପର ଭୂୟସୀ ପ୍ରଶଂସା କରି ଯାଇଅଛନ୍ତି 

ଆଲେଖ୍ୟ ବା ଚିତ୍ର ଶିଳ୍ପରେ ହିନ୍ଦୁମାନେ ପ୍ରଭୁତ ଉନ୍ନତି କରିଥିଲେ ସ୍ଥାପତ୍ୟର ଉନ୍ନତିରୁ ଚିତ୍ର ଶିଳ୍ପର ଅବସ୍ଥା ସହଜରେ ଅନୁମାନ କରାଯାଅ ପାରିବ ସଂହିତା ଶାସ୍ତ୍ରରେ ଚିତ୍ର ବ୍ୟବସାୟୀ ଜାତିର ଉଲ୍ଲେଖ ଅଛି ବୈଶ୍ୟମାନଙ୍କ ମଧ୍ୟରୁ କେହି କେହି କାର୍ଯ୍ୟ କରିଥିଲସେ ଶୁକ୍ଳ ଯଜୁର୍ବେଦରେ ୩ ଅଧ୍ୟାୟରେ ଚିତ୍ରକର ଏବଂ ଖୋଦନ କାର ଜାତିର ଉଲ୍ଲେଖ ଅଛି ରାମାୟଣ, ମହାଭାରତ ଓ ପୁରଣାଦି ଗ୍ରନ୍ଥରେ ଚିତ୍ର ଶିଳ୍ପର ଉନ୍ନତି ବିଷୟ ଉଲ୍ଲେଖ ଅଛି ଚିତ୍ରପଟଶୋଭିତ ଗୃହର ବର୍ଣ୍ଣନା ରାମାୟଣ ଅଛି ରାବଣର ଗୃହ ଚିତ୍ରପଟ ଶୋଭିତ ଥିଲା ରାମଚନ୍ଦ୍ରଙ୍କ ବନ ଗମନ ସମୟରେ ଯେତେ ଲୋକ ତାଙ୍କ ସହିତ ଅଧବାଟିକୁ ଯାଇଥିଲେ ସେମାନଙ୍କ ମଧ୍ୟରେ ଅନେକ ଚିତ୍ରକର ମଧ୍ୟ ଥିଲେ ଭାଗବତ ଓ ହରିବଂଶର ଚିତ୍ରବିଦ୍ୟାର ପରିଚୟ ମିଳେ ବିଶ୍ୱକର୍ମା ପ୍ରବର୍ତ୍ତିତ ଶିଲ ଶାସ୍ତ୍ରରେ ଚିତ୍ର ଶିଳ୍ପ ବିଷୟର ଉଲ୍ଲେଖ ଅଛି ଅଜାନ୍ତରେ ବହୁ ଅଙ୍କିତ ଚିତ୍ର ଅଛି ଚିତ୍ରରେ ଭାବର ଅଭିବ୍ୟକ୍ତ ହେବା ବିଶେଷ ଆବଶ୍ୟକ ଉତ୍କଳରେ ଚିତ୍ରବିଦ୍ୟା ପିରଭୁତ ଉନ୍ନତ ଲାଭ କରିଥିଲା ଏଥିରେ ସ୍ତ୍ରୀଲୋକମାନେ ବିଶେଷ ପାରଦର୍ଶିତା ଲାଭ କରି— ଥିଲେକାର୍ତ୍ତିକ ମାସରେ ଚଉରାମୂଳେ ଚିତା ଲେଖିବା, ମାଣବସା ଗୁରୁବାରରେ କାନ୍ଥବାଡ଼ରେ ଚିତା ଅଙ୍କିବା, ବିବାହ ପ୍ରଭୃତି ଉତ୍ସ,ବକାର୍ଯ୍ୟରେ କାନ୍ଥବାଡ଼ରେ ନାନା ପ୍ରକାର ଚିତ୍ର ଓ ଚିତ୍ରବଦ୍ଧମ ନଙ୍କ ଅ ନ ଅଦ୍ୟାବଧି ପ୍ରଚଳନ ଅଛି ହିନ୍ଦୁ ତଥା ଉତ୍କଳୀୟ ପ୍ରତ୍ୟେକ କାର୍ଯ୍ୟରେ ଶିଳ୍ପବିକାଶ ପାଉଥିଲା କୋଣାର୍କ ମନ୍ଦିରର ଖୋଦିତ ଶିଳ୍ପ ଜଗତରେ ଅତୁଳନୀୟ ଏହି ଶିଳ୍ପପ୍ରକଟ କରିବା ପାଇଁ ଓଡ଼ିଶାର ବାର ବର୍ଷର ରାଜସ୍ୱବ୍ୟୟ କରାଯାଇତାଲା

ଚିତ୍ରଦ୍ୱାରା ମନୁଷ୍ୟ ତାହାର ମନୋଭାବ ବ୍ୟକ୍ତ କରିପାରୁ ଥିଲା ମୌର୍ତ୍ତିକ ଅକ୍ଷର ଏହି କାରଣରୁ ଜନ୍ମିଥିଲା ତନ୍ତୁ— ଶିଳ୍ପ ଭାରତରେ ଏତେ ଉନ୍ନତ ହୋଇଥିଲା ଯୋ, ତାହା ଜଗତରେ ଶାଷସ୍ଥାନ ଅଧିକାର କରିଥିଲା ଭାରତର ସରୁ ସୂକ୍ଷ୍ମ ଲୁଗା ଉପରେ ପ୍ରକଟିତ କାରୁକାର୍ଯ୍ୟର ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ଜଗତରେ ଅତୁଳନୀୟ ଆଜି କଳ ସାହାଯ୍ୟରେ ନାବା ପ୍ରକାର ଶିଳ୍ପ କାର୍ଯ୍ୟ କରାଯାଉଛି ମାତ୍ର ଭାରତୀୟ ଶିଳ୍ପୀ ଏପରି ଦକ୍ଷତା ଲାଭ କରିଥିଲା ଯେ ହସ୍ତଜାତ ଶିଳ୍ପ ଦ୍ରବ୍ୟ ସଙ୍ଗେ କଳଜାତ ଶିଳ୍ପ ଦ୍ରବ୍ୟର ତୁଳନା ହୋଇ ନପାରେ ଆଜି ମଧ୍ୟ ଅନେକ ସ୍ଥାନରେ ଏହି ହସ୍ତ ପ୍ରସ୍ତୁତ ତନ୍ତ୍ର ଶିଳ୍ପ ବିଦ୍ୟମାନ ଅଛି ବର୍ତ୍ତମାନ ମଧ୍ୟ ସେ ଶିଳ୍ପ ନିପୁଣ ହସ୍ତ ଲୁପ୍ତ ହୋଇନାହିଁ ତନ୍ତି ଦରଜି ପ୍ରଭୃତି ଜାତି ଏକାବେଳେକେ ଲୋପ ପାଇ ନାହାନ୍ତି ପିପିଲିରେ ଦରଜି ଜାତି ଅଛନ୍ତି, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ତକିଆଖୋଳ, ବଟୁଆ, ଚାନ୍ଦୁଆ ପ୍ରଭୃତି ଉପରେ ଅତି ଉତ୍କୃଷ୍ଟ କାରୁକାର୍ଯ୍ୟ ଶିଲାଇଦ୍ୱାରା କରିପାରନ୍ତି ଅନେକ ସ୍ଥଳରେ ଉତ୍କୃଷ୍ଟ ତନ୍ତି ଅଛନ୍ତି କାରିଗରଙ୍କ ବଂଶ ଏକାବେଳେକେ ଲୋପ ପାଇ ନାହିଁ ସତ୍ୟ, ମାତ୍ର ସେମାନଙ୍କ ପ୍ରତି ଆଦର କ୍ରମେ କମି ଯାଉଛି କଳ ଆସି ସେମାନଙ୍କ ସ୍ଥାନ ଅଧିକାର କରିଛି କାଶ୍ମୀରର ସାଲ ଜଗତ୍ୱିଖ୍ୟାତ ତାହା ଏ ପର୍ଯ୍ୟନ୍ତ ବଞ୍ଚିଛି, ମାତ୍ର ବିଦେଶାଗତ କଳ ପ୍ରସ୍ତୁତ ସାଲମାନ ଏତେ ସସ୍ତାଦରରେ କିଣିବାକୁ ମିଳୁଅଛି ଯେ, ତଦ୍ଦ୍ୱାରା ଦେଶୀୟ ଶିଳ୍ପ ମୁଣ୍ଡଟେକି ପାରିବା ଅସମ୍ଭବ ଏହି ଭାରତରେ ଦିନେ ୨୪: ଛଟାଙ୍କି ଓଜନରେ ୩୧: ବର୍ଗଫୁଟ ଲମ୍ୱ ଓସାରର ଲୁଗାବୁଣା ଯାଉଥିଲା ଢାକ୍କାର ମସ୍ଲିନ୍ ବା ଝୀନବସନ ପରି ସରୁସୂକ୍ଷ୍ମ ଲୁଗା ଏ ପର୍ଯ୍ୟନ୍ତ ପୃଥିବୀରେ କେହି ବୁଣି ପାରି ନାହିଁ ଉପର୍ଯ୍ୟୁପରି ସାତପରସ୍ତ ଲୁଗା ପିନ୍ଧି ମଧ୍ୟ ଅରଙ୍ଗକେବଙ୍କ କନ୍ୟାର ଦେହ ଫୁଟି ଉଠୁଥିବାରୁ ସେ କନ୍ୟା ଦିନେ ନଗ୍ନତାପାଇଁ ଗାଳି ଖାଇଥିଲା ଏଥିରୁ ଲୁଗାର ସୂକ୍ଷ୍ମତା ପାଠକେ ବୁଝି ପାରିବେ କି ଆଧୁନିକ, କି ପ୍ରାଚୀନ, କୌଣସି ଜାତିର ସୂକ୍ଷ୍ମବସ୍ତ୍ରର ସୌନ୍ଦର୍ଯ୍ୟ ଭାରତୀୟ ବୟନ କାର୍ଯ୍ୟର ସୌନ୍ଦର୍ଯ୍ୟର ସମକକ୍ଷ ହୋଇପାରିବା ନାହିଁ

ସୁବର୍ଣ୍ଣ ଓ ଲୌପ୍ୟ ନିର୍ମିତ ଅଳଙ୍କାର ଉପରେ କାରୁ— କାର୍ଯ୍ୟ ଏବଂ ଅନ୍ୟ୍ୟାନ୍ୟ ପଦାର୍ଥ ଉପରେ ସ୍ଥାୟୀ ମନୋହର ରଙ୍ଗର ସମାବେଶ ଭାରତବର୍ଷର ଅଶେଷ କୃତିତ୍ୱର ବିଷୟ କଟକର ତାରକସି କାମ ପୃଥିବୀ ପ୍ରସିଦ୍ଧ ଏଲଫିନ୍ଷ୍ଟୋନ୍, ବେବର୍, ମିଲ, ପ୍ରଭୃତି ପଣ୍ଡିତମାନେ ଏଥିର ଭୂୟସୀ ପ୍ରଶଂସା କରି ଯାଇଅଛନ୍ତି ସେମାନେ କହନ୍ତି, ଅନେକ ରଙ୍ଗର ଔଜ୍ଜଲ୍ୟ ଏବଂ ସ୍ଥାୟିତ୍ୱ ବିଷୟରେ ଇଉରୋପ ଆଜି ପର୍ଯ୍ୟନ୍ତ ଭାରତର ସମକକ୍ଷ ହୋଇ ପାରିବ ନାହିଁ ଲୁହାକୁ ତରଳାଇବା ଓ ଢ଼ାଳିବା କାର୍ଯ୍ୟରେ ଇଉରୋପ ଆଜି ପ୍ରସିଦ୍ଧଲାଭ କରିଛି କିନ୍ତୁ ଭାରତ ବହୁକାଳ ପୂର୍ବେ ଏଥିରେ ଅଭିଜ୍ଞ ଥିଲା ମିଲ୍ ସାହେବ ଏ ବିଷୟ ଲେଖଥି ଯାଇଅଛନ୍ତି ଏହିପରି ଯେକୌଣସି ଦିଗରୁ ଦେଖିଲେ ଶିଳ୍ପ ବିଦ୍ୟାରେ ଭାରତ ଜଗତରେ ଶୀର୍ଷସ୍ଥାନ ଅଧିକାର କରିଥିଲା


ବିଧାତା ଶିଳ୍ପବିଶାରଦ ବର୍ଣ୍ଣବୈଷମ୍ୟ ଶିଳ୍ପର ମୂଳ— ଭିତ୍ତି ମାନବ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ତାକୁ ଅନୁ— କରଣ କରିବାକୁ ଚେଷ୍ଟା କରେ ପ୍ରାକୃତିକ ଶିଳ୍ପ ସଜୀବ, ମାନବର ଶିଳ୍ପ ନିର୍ଜୀବ ମାନବ ଶିଳ୍ପୀ ନିଜ ବୁଦ୍ଧିବିଦ୍ୟା ବଳରେ ଏବଂ କଳ୍ପନା କଳ୍ପିତ ଅନୁକରଣ ସାହାଯ୍ୟରେ ଆକାଶରେ ଉଡ଼ିପାରୁଛି, ରେଲ୍ ମଟର, ପ୍ରଭୃତି ନିର୍ମାଣ କରି ଦୂରତାକୁ ପରାଜୟ କରିପାରୁଛି

ଶିଲ୍ କଅଣ? ପ୍ରକୃତିଦତ୍ତ ପଦାର୍ଥକୁ ବିଭିନ୍ନ ଆକାର— ପ୍ରକାରରେ ସଜାଡ଼ିବା ଓ ସୂଦୃଶ୍ୟ କରିବା କାର୍ଯ୍ୟକୁ ଶିଳ୍ପ କୁହାଯାଏ ମନୁଷ୍ୟ କାହିଁକି ଏପରି କରେ? ମାନବ ସର୍ବଦା ସୁଖ ଓ ସୌନ୍ଦର୍ଯ୍ୟ ଭୋଗ କରିବାକୁ ଇଛା କରେ ସୌନ୍ଦର୍ଯାନୁଭବ ହେଲେ ମନରେ ସୁଖ ଜାତ ହୁଏ ଏହି ଇଚ୍ଛା ମାନବମନରେ ଯେତେ ବଳବତୀ ହୁଏ, ମାନବ ତେତେ ଶିଳ୍ପ ଆଡ଼କୁ ମନ ଦିଏ ମାନବ ଏ ସଂସାରରେ ଜୀବନ ଯାପନ କରିବା ପାଇଁ ଅନେକ ଗୁଡ଼ିଏ ପଦାର୍ଥର ଆବଶ୍ୟକତ ବୋଧ କରେ ଅଶନ, ବସନ, ବାସନ, ଆସନ ପ୍ରଭୃତି ବହୁତ ପଦାର୍ଥର ଆବଶ୍ୟକତା କ୍ରମେ ବଢ଼ି ଯାଏ କେଉଁ ପଦାର୍ଥକୁ କିପରି ନିର୍ମାଣ କଲେ ତାହା ମନର ଓ ନୟନର ତୃପ୍ତିକର ହେବ, ମାନବ ଏହି ଚିନ୍ତାରେ ଲିପ୍ତ ରହେ ଶିଳ୍ପ ଏହି ଚିନ୍ତାର ଫଳ ଏହି ଚିନ୍ତାପ୍ରସୂତ ଶିଳ୍ପଦ୍ୱାରା ଶିଳ୍ପୀ ନିଜେ ସୁଖାନୁଭବ କରେ ଏବଂ ଅନ୍ୟକୁ ତଦ୍ଦ୍ୱାରା ସୁଖାନୁଭବ କରାଏ ଯେଉଁମାନେ ନିଜେ ନିର୍ମାଣ କରି ନପାରନ୍ତି ସେମାନେ ମୂଲ୍ୟ ଦେଇ ସେହି ଶିଳ୍ପ ଜାତ ପଦାର୍ଥ କିଣନ୍ତି ଏବଂ ନୟନର ତୃପ୍ତିସାଧନ କରନ୍ତି ଏକ ଦେଶର ଶିଳ୍ପଜାତ ପଦାର୍ଥ ଅନ୍ୟଦେଶକୁ ନେଇ ବିକ୍ରୟ କଲେ ତାକୁ ବାଣିଜ୍ୟ ଶ୍ରୀବୃଦ୍ଧି ଅବଶ୍ୟମ୍ଭାବୀ ଏତ ଗଲା ଶିଳ୍ପର ସାଧାରଣ ସଂଜ୍ଞା

ଉତ୍କଳରେ ପ୍ରାଚୀନ ସାହିତ୍ୟରେ ଶିଳ୍ପର ନିଦର୍ଶନ ମଧ୍ୟ ଦେଖାଯାଏ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କୁ ସାହିତ୍ୟ ଶିଳ୍ପୀ କହିଲେ ଅତ୍ୟୁକ୍ତି ହେବନାହିଁ ଓଡ଼ିଆ ଭାଷା ଉପରେ ସେ ନାନାପ୍ରକାର କାରୁକାର୍ଯ୍ୟ ଦେଖାଇ ଯାଇ— ଅଛନ୍ତି ପ୍ରତ୍ୟେକ ଛାତର ଆଦ୍ୟରେ 'ବ' ଅକ୍ଷରାଦ୍ୟ ଶବ୍ଦ ପ୍ରୟୋଗ କରି ସେ ବୈଦେବୀଶ ବିଳାସ କାବ୍ୟ ଲେଖିଯାଇ ଅଛନ୍ତି ଅବନା ରସ ତରଙ୍ଗ, କଳାକୌତୁକ, ଚିତ୍ରକାବ୍ୟ ବନ୍ଧୋଦୟ ପ୍ରଭୃତି ଗ୍ରନ୍ଥମାନଙ୍କରେ ସେ ବହୁତ ଶିଳ୍ପଛଟା ଦେଖାଇ ଯାଇଅଛନ୍ତି ଛାନ୍ଦ, ବନ୍ଧ, ଅଳଙ୍କାର ପ୍ରଭୃତିରେ ଭ଼ଞ୍ଜଯୁଗର କାବ୍ୟଗୁଡ଼ିକର ପରିପୂର୍ଣ୍ଣ ସନ୍ଦର୍ଭ ଲେଖକ—ଶ୍ରୀ ଜଗବନ୍ଧୁ ସିଂହ]