ଶିଶୁମାର
ଶିଶୁମାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶିଶୁ+ମୃ ଧାତୁ ଣିଚ୍=ମାରି ଦାତୁ+କର୍ତ୍ତୃ.ଅ)
[ସମ୍ପାଦନା]- ୧. ଶୁଶମ୍ୱର; ଶିଶୁକ; ଭୁଆଷୁଣୀ ମାଛ — ୧. Porpoise; the Gangetic dolphin; Plantanista Gangetica.
(ଉ—ଶିଶୁମାର ଖେଳେ ତରଙ୍ଗ ଉଲଟି, ଉଠି ବୁଡଇ ନ ପଡ଼ୁ ନେତ୍ରେ ପଟୀ ରାଧାନାଥ. ଚିଲିକା)
[ଦ୍ରଷ୍ଟବ୍ୟ —ଏ ଜୀବର ମୁହଁ ପାଖରେ ସିନ୍ଦୁରପରି ନାଲି ଚିହ୍ନ ଦେଖାଯିବାରୁ ଭୁଆଷୁଣୀ (କୁଳବଧୂଙ୍କ) କପାଳରେ ସିନ୍ଦୁରକୁ ଲକ୍ଷ୍ୟ କରି ଲୋକେ ଏ ନାମ ଦେଇଛନ୍ତି; ଏହା ଜଳଚର ସ୍ତନ୍ୟପାୟୀ ଆକୃଷ୍ଟ ଜୀବ ବିଶେଷ; ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁନଦୀରେ ଦେଖାଯାଏ ଏହାର ଦେହ ଘୁଷୁରିପରି କଳା ଓ ଧୂଷର ବର୍ଣ୍ଣ ଏ ନିଶ୍ୱାସ ମାରିବାକୁ ମଝିରେ ମଝିରେ ପାଣିଭିତରୁ ଉପରକୁ ଉଠି, ଚକପରି ଲେଉଟି ପୁଣି ବୁଡ଼ିଯାଏ ଏ ହିଂସ୍ର ନୁହେଁ ଓ ଏହାକୁ ଆକ୍ରମଣ କଲେ ମୁହଁଦ୍ୱାରା 'ଶୁ, ଶୁ' ଶବ୍ଦ କରି ଅକ୍ରମଣକାରୀ ଆଡ଼କୁ ପାଣି ଫିଙ୍ଗେ]
- ୨. ଜନୈକ ପ୍ରଜାପତି —୨. Name of a mythological progenitor of mankind,
(ଉ—ଯେ ଶିଶୁମାର ପ୍ରଜାପତି, ତା କନ୍ୟା ଭୂମି ଗୁଣବତୀ; ରୂପେ କମଳା ସମସରି, ବିବାହେ କନ୍ୟା ଧ୍ରୁବେ ବରି ଜଗନ୍ନାଥ. ଭାଗବତ]
[ଦ୍ରଷ୍ଟବ୍ୟ —ଏହାଙ୍କ କନ୍ୟାଙ୍କ ନାମ ଭୂମି ଏହି କନ୍ୟା ଧ୍ରୁବଙ୍କ ବିବାହ କରିଥେଲ ଭୂମିଙ୍କ ଗର୍ଭରୁ କଳ୍ପ ଓ ବତ୍ସର ନାମକ ଦୁଇ ସନ୍ତାନ ଜନ୍ମିଥିଲେ]
- ୩. ଶିଶୁମାର ପୁଞ୍ଜ (ଦେଖ) - —୩. The Lesser Bear constellation.
- ୪. ଫଳିତ ଜ୍ୟୋତିଷୋକ୍ତ ତାରକା ଚକ୍ର ବିଶେଷ —୪. Name of a circular figure of the stars in Hindu astrology.
[ଦ୍ରଷ୍ଟବ୍ୟ —ଏହା ଶିଶୁମାନଙ୍କର ଅନିଷ୍ଟକର]