ଶିସୁ ପାଳ
ଶିସୁ ପାଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ନାମ)— ଚେଦିରାଜ ଦମଘୋଷଙ୍କ ଔରସରେ ବସୁଦେବଙ୍କ ଭଗ୍ନୀ ଶ୍ରୁତଶ୍ରବାଙ୍କ ଗର୍ଭଜାତ ପୁତ୍ର — Name of the son of Damaghosha, the king of Chedi, who was killed by Ṡrīkṛushṇa.
[ଦ୍ରଷ୍ଟବ୍ୟ —ଶ୍ରୀକୃଷ୍ଣଙ୍କ ହାତରେ ଏହାଙ୍କ ମୃତ୍ୟୁ ଘଟି— ବାର ଭବିଷ୍ୟତ ବାଣୀ ପୂର୍ବରୁ ଅବଗତ ହୋଇ ଏହାଙ୍କର ଶତ ଅପରାଧ ମାର୍ଜ୍ଜନା କରିବାପାଇଁ ଶ୍ରୁତଶ୍ରବା ଆପଣା ପୁତୁରା ଶ୍ରୀକୃଷ୍ଣଙ୍କୁ କହିଥିଲେ ଓ ଶ୍ରୀକୃଷ୍ଣ ଏଥିରେ ସମ୍ମତ ହୋଇ ଥିଲେ ଦମଘୋଷ ଓ ତାହାଙ୍କ ପୁତ୍ରମାନେ ଶ୍ରୀକୃଷ୍ଣ ବିଦ୍ୱେଷୀ ଜରାସନ୍ଧର ଅନୁଗତ ଥିଲେ ଭୀଷ୍ମ କରାଜ ବନ୍ୟା ରୁକ୍ମଣୀ ଶ୍ରୀକୃଷ୍ଣଙ୍କୁ ମନେ ମନେ ସ୍ୱାମୀରୂପେ ବରଣ କରିଥିଲେ କିନ୍ତୁ ଜରାସନ୍ଧଙ୍କ ଅନୁରୋଧରେ ଭୀଷ୍ମ କରାଜ ରୁକ୍ମଣୀଙ୍କ ଶିଶୁପାଳଙ୍କୁ ବିବାହ ଦେବା ପାଇଁ ସ୍ୱୀକୃତ ହେଲେ ରୁକ୍ମଣୀ ଏହା ଜାଣି ଶ୍ରିକୃଷ୍ଣଙ୍କୁ ଆପଣାର ପ୍ରେମ ଜଣାଇ ଗୋପନରେ ସଂବାଦ ପଠାଇଲେ ଶିଶୁପାଳ ବରବେଶରେ ଯାଇ ଭୀଷ୍ମଙ୍କ ରାଜଧାନୀ ବିଦର୍ଭରେ ଉପସ୍ଥିତ ହେଲେ ରୁକ୍ମଣୀଙ୍କର ତାଙ୍କ ପ୍ରତି ପ୍ରେମ ଓ ଆସକ୍ତି ଥିବା ଜାଣି ଶ୍ରୀକୃଷ୍ଣ ସେଠାରେ ଉପସ୍ଥିତ ହୋଇ ରୁକ୍ମଣୀଙ୍କୁ ନିଜେ ବିବାହ କରିବାପାଇଁ ହରଣ କଲେ ଓ ବାଧ୍ୟ ହୋଇ ଶିଶୁପାଳ ଅବମାନିତ, ବିଷର୍ଣ୍ଣ ଓ ବିଫଳ ମନୋରଥ ହୋଇ ବିବାହ ବେଦୀରୁ ଫେରିଆସିଲେ (କୌଣସି ବ୍ୟକ୍ତି ବ୍ୟର୍ଥମନୋରଥ ହୋଇଫେରି ଆସିଲେ ଏହି ଘଟନାକୁ ଲକ୍ଷ୍ୟ କରି ଲୋକେ କହନ୍ତି ଉକ୍ତବ୍ୟକ୍ତି 'ଶିଶୁପାଳ ବା ଶିଶୁପାଳିଆ' ହୋଇଗଲା; କିମ୍ୱା ଅମୁକ ବ୍ୟକ୍ତି ଉକ୍ତ ଶିଶୁପାଳି ବନାଇ ଦେଲା]
ପାଣ୍ଡବ ମାନଙ୍କର ରାଜସୂୟ ଯଜ୍ଞକାଳରେ ଶିଶୁପାଳ ଶ୍ରୀକୃଷ୍ଣଙ୍କ ବିରୁଦ୍ଧରେ ଠିଆ ହେବାରୁ ସେ ସମୟକୁ ତାହାର ଅପରାଧ ଶତ ସଂଖ୍ୟାକୁ ବଳି ଯାଇଥିବାରୁ ଶ୍ରୀକୃଷ୍ଣ ଏହାର ପ୍ରାଣ ସଂହାର କଲେ]
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. କେଶରୀ ବଂଶର ଜଣେ ରାଜା ଶଖ୍ରୀଷ୍ଟୀୟ ଅଷ୍ଟମ ବା ନବମ ଶତାବ୍ଦୀ; ଏ ଶିଶୁପାଳ ଗଡ଼ ନିର୍ମାଣ କରିଥିଲେ) — ୧. Name of a kng of the Keṡarī dynasty who erected the Ṡiṡupāḻa garh.
- ୨. ଭୂବନେଶ୍ୱର ନିକଟବର୍ତ୍ତୀ ଗ୍ରାମବିଶେଷ —୨. Name of a village near Bhubaneṡwara in the district of Puri.
[ଦ୍ରଷ୍ଟବ୍ୟ —ଏହା ପୁରୀ ଜିଲ୍ଲା ଭୂବନେ— ଶ୍ୱର ଦକ୍ଷିଣ ପୂର୍ବରେ ଗଙ୍ଗୁଆ ନଦୀକୂଳରେ ଥିବା ଗୋଟିଏ ଗ୍ରାମ ଏଠାରେ ପ୍ରାଚୀନ ଗଡ଼ର ପ୍ରାଚୀର ଓ ଭଗ୍ନାବିଶେଷ ଅଛି କେଶରୀ ବଂଶୀୟ ରାଜା ଶିଶୁପାଳ କେଶରୀ ଏ ଦୁର୍ଗ ନିର୍ମାଣ କରିଥିଲେ—କୃପାସିନ୍ଧୁ ଉତ୍ୱଳ ଇତିହାସ
ପରେ ଓଡ଼ିଶାରେ ଗଙ୍ଗ ବଂଶୀୟ ରାଜାମାନେ ରାଜା ହେବାରୁ କେଶରୀ ବଂଶୀୟ ରାଜା ଓଡ଼ିଶା ରାଜାଙ୍କ ଅଧୀନ ଜଣେ ସାମନ୍ତ ରାଜାରୂପେ ଏଠାରେ ରହିଲେ ଅନଙ୍ଗଭୀମ ଦେବଙ୍କ ପୁତ୍ର ଲଙ୍ଗୁଳା ନରସିଂହ ଦେବ ଯୁବରାଜ ହୋଇ ଶିଶୁପାଳ ଅଞ୍ଚଳକୁ ଯାଇଥିବା ବେଳେ ଏହି ସାମନ୍ତ ରାଜାଙ୍କ କନ୍ୟା ମାୟାଦେବୀଙ୍କର ଯୁବରାଜାଙ୍କ ସଙ୍ଗେ ପ୍ରଣୟ ହୋଇଥିଲା ଦୁହେଁ ବିବାହ ବନ୍ଧନରେ ଯୁକ୍ତ ହେବେ ବୋଲି ମାୟାଦେବୀ ଆଶା କରିଥିଲେ କିନ୍ତୁ ନରସିଂହ ଦେବ ରାଜା ହଗୋଇ ଜମ୍ୱୁ ରାଜ୍ୟର ରାଜକୁମାରୀଙ୍କୁ ବିବାହ କଲେ ପଣ୍ଡିତ ନୀଳକଣ୍ଠ ଦାଶ ଏହି ଘଟନାକୁ ଲକ୍ଷ୍ୟ କରି ତାଙ୍କ 'କୋଣାର୍କ' କାବ୍ୟର ୨ୟ ଭାଗ ରଚନା କରିଅଛନ୍ତି]