ଶୀର୍ଷକ
ଦେଖଣା
ଶୀର୍ଷକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶୀର୍ଷ+କ)
[ସମ୍ପାଦନା]- ୧. କରୋଟି; ମୁଣ୍ଡର ଖପୁରୀ — ୧. Skull.
- ୨. ରାହୁଗ୍ରହ —୨. The Dragon's head.
- ୩. ମସ୍ତକ; ମୁଣ୍ଡ —୩. Head
- ୪. ଜୟପରାଜୟର ନିଦର୍ଶନ ପତ୍ର —୪. A testimony indicating victory of defeat.
- ୫. ମୁଣ୍ଡରେ ପିନ୍ଧାଯିବା ଅଳଙ୍କାର ବା ମୁକୁଟ ପ୍ରଭୃତି —୫. Crown, head dress.
- ୬. ଶିରସ୍ତ୍ରାଣ; ପଗଡ଼ି; ଟୋପୀ; ଟୋପର — ୬. Turban; helmet; hat; cap.
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଅନ୍ୟ ଶବ୍ଦ ସଙ୍ଗେ 'ଶୀର୍ଷ' ଶବ୍ଦ ସମାସ ହୋଇ ଯୁକ୍ତ ହେଲେ ତହିଁରେ 'କ' ଆଗମ ହୁଏ ଯଥା— 'ଅଧ୍ୟବସାୟ'—ଶୀର୍ଷକ ପ୍ରବନ୍ଧ) (ଅମୁକ) ଶିରୋନାମାଯୁକ୍ତ; ଯେଉଁ ପ୍ରବନ୍ଧ ଆଦିର ଶିରୋଭାଗରେ କୌଣସି ନାମ ଥାଏ — Having the title of; having the superscription of; under the heading of; entitled.