ଶୁଆଁ ଧାନ
ଶୁଆଁ ଧାନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ୟାମକ)
[ସମ୍ପାଦନା]ତୃଣଧାନ୍ୟ ବିଶେଷ —A wild foodgrain allid to Māṇḍiā; Panicum Frumentacecum.
[ଦ୍ରଷ୍ଟବ୍ୟ —ଏହା ଧାନ୍ୟାଦିବର୍ଗରେ ଘାସ; ଏହା ଧାନ ବିଲରେ ଜନ୍ମେ ଓ ଧାନ ଗଛର କେଣ୍ଡା ବାହାରିବା ପୂର୍ବରୁ ଏହା କେଣ୍ଡା ଧରେ ଏ ଗଛ ଏକ ହାତ ପର୍ଯ୍ୟନ୍ତ ବଢେ, ପତ୍ର ଧାନ ପତ୍ର ଅପେକ୍ଷା ଚଉଡ଼ା ଓ ଏହାର କେଣ୍ଡା ଖୁବ୍ ଶକ୍ତ ଗରିବ ଲୋକମାନେ ଟୋକେଇଦ୍ୱାରା ଧାନ କ୍ଷେତରେ ବଢ଼ିଥିବା କେଣ୍ଡା ଯୁକ୍ତ ଶୁଆଁ ଧାନର ଗଛକୁ ବାରମ୍ୱାର ଆଘାତ କରୀବାଦ୍ୱାରା କେଣ୍ଡାରୁ ଶୁଆଁ ଧାନଯାକ ଉଞ୍ଛିହୋଇ ଟୋକେଇ ମଧ୍ୟରେ ପଡ଼େ ଓ ସେଗୁଡ଼ିକ ସିଂଗ୍ରହିକିରି ତାକୁ କୁଟିଲସେ ତହିଁରୁ ତୁଷ ବାହାରି ଯାଇ ସରୁ ଧଳା ମାଣ୍ଡିଆ ଚାଉଳ ପରି ଦାନା ବାହାରେ ଏହାକୁ ଶୁଆଁ ଚାଉଳ ବୋଲାଯାଏ ଓ ଗରିବଲୋକମାନେ ଏହାକୁ ଭାତ ବା ଯାଉ କରି ଖାଆନ୍ତି ଉତ୍ତର ପଶ୍ଚିମାଞ୍ଚଳରେ ଏହାର କୃଷି ହୁଏ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶୋଷଣ, ରୁକ୍ଷ, ବାତ— ଜନକ, କଫପିତ୍ତନାଶକ ଏହା ମଧୁରକଷାୟରସ, ଶୀତଳ, ଲଘୁପାତ, ମଳରୋଧକ, ଅଗ୍ନିବର୍ଦ୍ଧକ ଓ ବଳକାରକ ଏହା ଗଳରୋଗ, ମୂତ୍ରକୃଛ୍ର, ମେହ ଓ ବିଷଦୋଷରେ ଉପକାରକ ବଙ୍ଗଦେଶରେଆଉ ଜାତିଏ ଶ୍ୟାମକ ଧାନ ଧାନ କ୍ଷେତରେ ମନକୁ ଜନ୍ମେ]