Jump to content

ଶୁଆଇବା

ଉଇକିଅଭିଧାନ‌ରୁ

ଶୁଆଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଶ୍ୱାଇବା—ଅନ୍ୟରୂପ)

ଦେଶଜ - କ୍ରି—(ଶୋଇବାକ୍ରିୟାର ପ୍ରୟୋଜକ ରୂପ)

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତିର ନିଦ୍ରିତ ହେବାର ଉପାୟ କରିବା; ଶାୟିତ କରିବା —୧. To cause a person to sleep.

(ଯଥା—ନାନାବାୟା ଗୀତ ବୋଲି କିମ୍ୱା କୋଡ଼ରେ ଦୋବୋଲାଇ ଧାଈ ପିଲାକୁ ଶୁଆଇଲାଣି)

୨. କୌଣସି ପଦାର୍ଥକୁ ଭୂମିରେ ଲମ୍ୱକରି ପକାଇଦେବା —୨. To lay anything length- wise on the ground.

(ଯଥା—ଖୁଣ୍ଟକୁ ଓପାଡ଼ି ଭୂମିରେ ଶୁଆଇଦେବା)

୩. କୌଣସି ବ୍ୟକ୍ତିକୁ ଭୂମିରେ ଲମ୍ୱଭାବରେ ଶାୟିତ କରିବା —୩. To cause a person to lay prostrate on the ground.

(ଯଥା—ସେ ଅପରପକ୍ଷରେ ବୀରମାନଙ୍କୁ ମାଡ଼ ମାରି ମାରି ଭୂଇଁରେ ଶୁଆଇଲା)

୪. (ସ୍ତ୍ରୀ ପକ୍ଷରେ) ସଙ୍ଗମାର୍ଥୀ ପୁରୁଷକୁ ନିଜ ସହ ସହବାସ କରିବା ପାଇଁ ସମର୍ଥ କରିବା —୪. (said of a (female) To cause or let a male to co- habit her.
୫. ଯୁବତୀର ଋର୍ଦ୍ଧ୍ୱ କୁଚର ଅଧୋମୁଖ ହେବାର ଅବସ୍ଥା ଘଟାଇବା —୫. To cause tight breasts to hang down.