ଶୁକ
ଶୁକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ—(ଶୁଭ ଧାତୁ=ଦୀପ୍ତ ପାଇବା+କର୍ତ୍ତୃ. କ, କିମ୍ୱା ଶୁକ୍ ଧାତୁ=ଗତି କରିବା+କର୍ତ୍ତୃ. କ)
[ସମ୍ପାଦନା]- ୧. ଶୁଆପକ୍ଷୀ; ୧. Parrot.
[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ଶୁକ୍ଳପକ୍ଷୀର ମାଂସ ମଧୁର ରସ, ଶୀତକୀର୍ଯ୍ୟ, ଲଘୁପାକ, ଅଗ୍ନିବର୍ଦ୍ଧକ, ମଳରୋଧକ ଓ ଶଅବାସ, କାଶ ଓ କ୍ଷୟରୋଗରେ ଉପକାରକ]
- ୨. ରାବଣର ମନ୍ତ୍ରୀ (ଦୈତ୍ୟ ବିଶେଷ) —୨. Name of a minister of Rābaṇa.
[ଦ୍ରଷ୍ଟବ୍ୟ —ରାବଣର ଅନ୍ୟ ମନ୍ତ୍ରୀର ନାମ ସାରଣ, ରାବଣର ଆଦେଶରେ ଶୁକ ବାନର ବେଶଧରି ରାମଚନ୍ଦ୍ରଙ୍କ ଶିବିରକୁ ଯାଇଥିଲା ଓ ସେଠାରେ ବିଭୀଷଣ ତାକୁ ଚିହ୍ନ ପାରି ଧଇଲେ କିନ୍ତୁ ରାମଚନ୍ଦ୍ର ତାହା ପ୍ରତି ସଦ୍ୱ୍ୟବହାର କରି ତାହାଙ୍କୁ ଛାଡ଼ି ଦେଲେ]
[ଉ—ବନ କରେ ମେଘନାଦ ଶୁକକଙ୍କ ଯେହୁ ଏ ରମ୍ୟକେ—ଭଞ୍ଜ. ବୈଦେହୀଶ ବିଳାସ]
- ୩. ବ୍ୟାସଦେବଙ୍କ ପୁତ୍ର [ଦ୍ରଷ୍ଟବ୍ୟ —ଏ ସର୍ପଦଂଶନ ଯୋଗୁଁ ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଦେଉଥିବା ମହାରାଜ ପରୀକ୍ଷିତଙ୍କୁ ଶ୍ରାମଦ୍ଭାବରେ ଶୁଣାଇଥିଲେ] ୩. Name of a sage, the son of sage Byāsa, who narrated the Bhāgabata to the dying king Parīkshita.
[ଦ—ମହାଭାରତରେ କଥିତ ଅଛି ଯେ, ଏକଦା ବ୍ୟାସଦେବ ଘୃତାଚୀ ନାମ୍ନୀ ଅପ୍ସରାକୁ ଦେଖି କାମପିଡ଼ିତ ହେଲେ ଘୃତାତୀ ଏହା ଜାଣି ବ୍ୟାସଙ୍କ ଠାରୁ ରକ୍ଷା ପାଇବା ପାଇଁ ଗୋଟିଏ ଶୁକ ପକ୍ଷିଣୀ ରୂପ ଧାରଣ କଲା ବ୍ୟାସଦେବ ଘୃତଚୀକୁ ନ ଦେଖି ନିଜର କାମ ପ୍ରବୃତ୍ତି ହେଲେ ଅରଣି ମନ୍ଥନ କରୁ କରୁ ଅରଣି ମଧ୍ୟରେ ବ୍ୟାସଙ୍କ ରେତଃ [ଶୁକ୍ର] ସ୍ଖଳିତ ହେଲା ବ୍ୟାସ ଏତଦ୍ଦ୍ୱାରା ଶଙ୍କିତ ନ ହୋଇ ପୁନଃ ପୁନଃ ଅରଣ ମନ୍ଥନ କରିବାରୁ ଆରଣି ମଧ୍ୟସ୍ଥ ଶୁକ୍ତ ପ୍ରବଳ ବେଗରେ ବିଲୋଡ଼ିତ ହେଲା ଓ ତେଣୁ ଦହିଁ ମଧ୍ୟରୁ ଅମିତତେଜାଃ ବ୍ରହ୍ମର୍ଷି ଶୁକଦେବ ବାହାରି ପଡ଼ିଲେ ଶୁକ୍ର ବିଲୋଡ଼ନଦ୍ୱାରା ଏହାଙ୍କ ଜନ୍ମ ହେବାରୁ ଏହାଙ୍କ ନାମ 'ଶୁକ' ହେଲା ତତ୍ପରେ ଏ ବନକୁ ଯାଇ ତପଶ୍ଚରଣରେ ପ୍ରବୃତ୍ତ ହେଲେ ଇନ୍ଦ୍ରପ୍ରେରିତା ରମ୍ଭା ଏହାଙ୍କ ତପସ୍ୟାକୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳମନୋରଥା ହେଲା ବ୍ରହ୍ମଶାପରୁ ତକ୍ଷକନା୩ଗ ଦଂଶନରେ ଆସନ୍ନମୃତ୍ୟୁ ରାଜା ପରୀକ୍ଷାତଙ୍କୁ ଶୁକଦେବ ଭାଗବତ ପୁରାଣ ଶୁଣାଇଥିଲେ]
- ୪. ରୁମା; କୌଶମି; ଶିରୀକ୍ଷ ଗଛ—(ହରେକୃଷ୍ଣ,ଦ୍ରବ୍ୟଗୁଣ) ୪. Acacia Lebbec.
- ୫. ବସ୍ତ୍ର —୫. Cloth.
- ୬. ବସ୍ତ୍ରାଳୟ —୬. The end of a cloth.
- ୭. ଉଷ୍ଣୀଷ; ପଗଡ଼ି; ଶିରସ୍ତ୍ରାଣ — ୭. Turban; headdress.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶୁକଦେବ ନାମକ ବ୍ୟକ୍ତିର ଡାକ ନାମ —The name calling for Sukadeba.