ଶୁକ୍ର

ଉଇକିଅଭିଧାନ‌ରୁ

ଶୁକ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୁଚ୍ ଧାତୁ=ଶୁଚି ହେବା, ପବିତ୍ର ହେବା+କର୍ତ୍ତୃ ର)[ସମ୍ପାଦନା]

୧. ଗ୍ରହବିଶେଷ —୧. The planet venus.

[ଦ୍ରଷ୍ଟବ୍ୟ —ଏହା ଆକାଶରେ ମଧ୍ୟରୁ କେତେକ ସମୟ ରାତି ପାହିବା ପୂର୍ବରୁ ପୂର୍ବଦିଗରେ 'ପାହାନ୍ତିଆ ତାରା' ରୂପେ ଓ କେତେକ କାଳ ସନ୍ଧ୍ୟା ପରେ ପଶ୍ଚିମଦିଗରେ "ପହରିକିଆ ତାରା" ରୂପେ ଦେଖାଯାଏ ଶୁକ୍ର ଗୋଟିଏ ଗ୍ରହ ଏହା ପୃଥିବୀ ପରି ସୂର୍ଯ୍ୟଙ୍କ ଚତିର୍ଦ୍ଦିଗରେ ନିଜ କକ୍ଷରେ ଭ୍ରମଣ କରେ ଏହା ଅନ୍ୟ ସମସ୍ତ ଗ୍ରହ ଅପେକ୍ଷା ପୃଥିବୀକୁ ବେଶି ଉଜ୍ଜ୍ୱଳ ଦେଖାଯାଏ ଏହାର ହାରାହାରି ଦୂରତ୍ୱ ସୂର୍ଯ୍ୟଠାରୁ ୬ କୋଟି ୭ ଲକ୍ଷ ମାଇଲ୍ ଏହାର ଗତି ଡ଼ିମ୍ୱାକାର ଥିବାରୁ ଏ ପୃଥିବୀର ଅତି ନିକଟରେ ଥିବା ସମୟପେ ପୃଥିବୀଠାରୁ ୨ କୋଟି ୬ ଲକ୍ଷ ମାଇଲ୍ ଓ ଅତି ଦୂରରେ ଥିବା ସମୟରେ ୧୬: କୋଟି ମାଇଲ୍ ଦୂରରେ ଥାଏ ଏ ଗ୍ରହର ବ୍ୟାସ ୭ ହଜାର ୯ ମାଇଲ୍ ପୃଥିବୀର ବ୍ୟାସ ପ୍ରାୟ ୭ ହଜାର ୯ ମାଇଲ୍ ଥିବାରୁ ଏହାର ଆକାର ପ୍ରାୟ ପୃଥିବୀ ସଙ୍ଗେ ସମାନ ଏହାର ଚନ୍ଦ୍ରଙ୍କ ପରି କଳାର ବୃଦ୍ଧି ଓ ହ୍ରାସ ଅଛି ପୃଥିବୀ ସୂର୍ଯ୍ୟଙ୍କ ଠାରୁ ପ୍ରାୟ ୯ କୋଟି ୨୯: ଲକ୍ଷ ମାଇଲ୍ ଦୂରରେ ଥିବାରୁ ଶୁକ୍ରଗ୍ରହ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଅବହସ୍ଥିତ ଏହା ପୃଥିବୀର ନିକଟବର୍ତ୍ତୀ ହେବା ସମୟରେ ଖୁବ୍ ଉଜ୍ଜ୍ୱଳ ଦେଖାଯାଏ ଓ ଦୂରବର୍ତ୍ତୀ ହେବା ସମୟରେ ଗୋଟିଏ ବଡ଼ ନକ୍ଷତ୍ର ପରି ଦେଖାଯାଏ ପୃଥିବୀ ସୂର୍ଯ୍ୟଙ୍କ ୩୬୫: ଦିନରେ ଥରେ ବୁଲିଆସେ ଓ ସୂର୍ଯ୍ୟଙ୍କୁ ଥରେ ପ୍ରଦକ୍ଷିଣ କରିବାକୁ ଶୁକ୍ରକୁ ୨୨୫: ଦିନ ଲାଗେ ଶାସ୍ତ୍ରରେ ଶୁକ୍ରଙ୍କୁ "ହିମ କୁନ୍ଦେନ୍ଦୁ ସଂକାଶ" ଅର୍ଥାତ୍ ଶୁକ୍ଳବର୍ଣ୍ଣ ବୋଲି ବର୍ଣ୍ଣନ କରାଯାଅଛି ଶୁକ୍ର ଗ୍ରହର ପ୍ରିୟରତ୍ନ ହୀରକ ହିନ୍ଦୁ ଜ୍ୟୋତିଃଶାସ୍ତ୍ର ଅନୁସାରେ ଓ କେବଳ ମତରେ ଶୁକ୍ର ମହା— ଦଶା ୨ ବର୍ଷ ଓ ନାକ୍ଷିତ୍ରିକ ମତରେ ୨୧: ବର୍ଷ ଏହି ମହାଦଶା ପ୍ରାୟଶଃ ଶୁଭକର ଏଥିମଧ୍ୟରେଅନ୍ତତ ପ୍ରତ୍ୟନ୍ତର ଦଶାରେ ନାନାପ୍ରକାର ଶୁଭାଶୁଭ ଫଳ ନିର୍ଦ୍ଦିଷ୍ଟ ଅଛି ଶୁକ୍ର କ୍ରିପାଦ ଶୁଭଯୁକ୍ତ ଗ୍ରହ ବୃଷ ଓ ତୁଳା ରାଶି ଶୁକ୍ରର ସ୍ୱକ୍ଷେତ୍ର ଅଟେ ଚନ୍ଦ୍ର ଓ ମଙ୍ଗଳ ଶୁକ୍ରର ଶତ୍ରୁ ବୁଧ ଓ ଶନି ଶୁକ୍ରର ମିତ୍ର ବୃହସ୍ପତିର ଓ ଶୁକ୍ରର ସମତା ଅଛି ଜ୍ୟୋତିଃସାସ୍ତ୍ର ମତରେ ଶୁକ୍ର ଗ୍ରହ ମନୁଷ୍ୟକୁ କଳତ୍ର, କାସମୁଖ, ଗୀତ ଶାସ୍ତ୍ର, କାବ୍ୟ ପୁଷ୍ପ, ଯୌବନ, ଆଭରଣ, ରଜତଯାନ, ମୁକ୍ତାଦି ପ୍ରଦାନ କରେ

୨. ଶିକ୍ରାଚାର୍ଯ୍ୟ (ଦେଖ) - —୨. Ṡukrāchārjya (See)
୩. ଶରୀରସ୍ଥ ଧାତୁବିଶେଷ; ରେତଃ; ପୁରୁଷ ବୀର୍ଯ୍ୟ — ୩. Semen verile; sperm; seminal fluid.

[ଦ୍ରଷ୍ଟବ୍ୟ —ଆୟୂର୍ବେଦ ମତରେ ଆହାର ଉଦରସ୍ଥ ହେଲାରୁ ତହିଁରୁ ରସ ଉତ୍ପତ୍ତି ହୁଏ; ରସରୁ ରକ୍ତ, ରକ୍ରରୁ ମାଂସ, ମାଂସରୁ ମେଦଃ, ମଦରୁ ଅସ୍ଥି, ଅସ୍ଥିରୁ ମଜ୍ଜା ଓ ମଜ୍ଜାରୁ ଶୁକ୍ର ଉତ୍ପନ୍ନ ହୁଁ ଅତଏବ ଶୁକ୍ରହିଁ ଜୀବର ପ୍ରଧାନ ଶକ୍ତି ତାହା କ୍ଷୟ ହେଲେ ବଳ କ୍ଷୟ ଓ ଆୟୁଃ କ୍ଷୟ ଘଟେ ତାହା ଶରୀରରେ ଧାରଣ କଲେ ବଳ ଓ ଆୟୂ ବୁଦ୍ଧି ହୁଏ ଏଥିପାଇଁ ବ୍ରହ୍ମଚର୍ଯ୍ୟ ଅବଲମ୍ୱନ କରିବାଦ୍ୱାରା ଆୟୂବୁଦ୍ଧି ହୁଏ ବୋଲି ମୁନି ଋଷିମାନେ ଉପଦେଶ ଦେଇଅଛନ୍ତି ଯୁବକ ଓ ବଳବାନ୍ ବ୍ୟକ୍ତିର ଶୁକ୍ର ଗାଢ଼ ବୃଦ୍ଧ ଓ ନିର୍ବଳ ବ୍ୟକ୍ତିର ଶକ୍ର ତରଳ ଅଟେ]

୪. ତେଜଃ —୪. Energy; lustre.
୫. ଅଗ୍ନି — ୫. Fire.
୬. ଚିତ୍ରକ ବୃକ୍ଷ; ଧଳାଚିତା ଗଛ — ୬. A plant; plumbago Zeylanica.
୭. ଜ୍ୟୈଷ୍ଠ ମାସ —୭. The month of Jy&aline;i̱shttod;ha.
୮. ଯୋଗ ବିଶେଷ —୮. A sort of exercise in mental abstraction.
୯. ଚକ୍ଷୁରୋଗବିଶେଷ —୯. A sort of eye disease.
୧. (ଲକ୍ଷଣାର୍ଥ, ଶ କ୍ରାଚର୍ଯ୍ୟ କଣା ଥିବାରୁ) କଣା ବ୍ୟକ୍ତି —୧୦. An one-eyed person.