ଶୁଖେଇବା
ଦେଖଣା
ଶୁଖେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସକର୍ମକ) (ସଂସ୍କୃତ - ଶୁଷ୍ ଧାତୁଜ, ଶୁଷ୍କ)
[ସମ୍ପାଦନା]- ୧. ନିର୍ଜଳ କରିବା; ଖରା, ପବନ ଆଦି ସାହାର୍ଯ୍ୟରେ କୌଣସି ଓଦା ପଦାର୍ଥ (ଯଥା ଲୁଗା)କୁ ଜଳଶୂନ୍ୟ କରିବା —୧. To cause the water present in a thing to dry up with the help of sun's rays, wind etc.
- ୨. ଜଳାଶୟ ଆଦିରୁ ଜଳାଦି ଉତ୍ତୋଜନ କରିବାଦ୍ୱାରା ଜଳାଶୟକୁ ଜଳହୀନ କରିବା —୨. To empty a tank or well of all the water by baling.
(ଯଥା—ଚାରିଜଣ ମନୁଷ୍ୟ ୩ଘଣ୍ଟାରେ ଆମ କୂଅକୁ ଶୁଖାଇ ଦେଲେ)
- ୩. (ସୂର୍ଯ୍ୟ ବା ଅଗ୍ନିର ଉତ୍ତାପରେ କୌଣସି ପଦାର୍ଥରେ ଥିବା ଜଳକୁ ବାଷ୍ପରେ ପରିଣତ କରି ଉକ୍ତ ପଦାର୍ଥକୁ ନିର୍ଜନ କରିବା —To cause a thing to dry up by evaporation.
[ଯଥା—ଚାରି ପଇସାରେ ଜାଳ ହାଣ୍ଡିଏ ପାଣିକୁ ଶୁଖାଇ ଦେବ]
- ୪. ଆଦ୍ର ବସ୍ତୁକୁ ନିର୍ଜନ କରିବା ପାଇଁ ବାୟୂରେ ବା ଖରାରେ ତାହାକୁ ମେଲାଇବା —୪. To spread a wet or moist thing in the air or in the sun to dry up.
[ଯଥା—ଓଦା ଲୁଗାକୁ ବା ମୁଣ୍ଡ— ବାଳକୁ ଶୁଖାଇବା]
- ୫. ଢିଙ୍କିରେ ପାହାର ପଡ଼ୁଥିବା ବେଳେ ଢ଼ିଙ୍କି ମୁଣ୍ଡାରେ ଗଦା କରାଯାଇଥିବା ଧାନ୍ୟ ଆଦି ପଦାର୍ଥକୁ ହାତଦ୍ୱାରା ଇତସ୍ତତଃ ସଞ୍ଚାଳିତ କରିବା ବା ପଣିବା — ୫. To stir up the paddy etc put in the receivung hole to be pounded by the dhinki while it is being polied.
[ଉ—ଢିଙ୍କି ପଡ଼ିଛି ପଣେ, ଶୁଖେଇ ଦଉଛି ଜଣେ—ନାଆ ଦିଆ; ୩୨: ଦାନ୍ତ ଓ ୧ ଜିଭ]
- ୬. (ଲକ୍ଷଣାର୍ଥ)—ଶୀର୍ଣ୍ଣ କରିବା; ଅନ୍ତଃସାର ଶୂନ୍ୟକରିବା —୬. (figurative) To cause or reduce to leanness; to emaciate.
[ଉ— ବାନ ପ୍ରସ୍ଥେ ଲୋକେ ବଢ଼ାଇ ଦେଇ ଦାଢ଼ି, ଦେହ ଶୁଖାଅନ୍ତି ସୁଖରେ ବେଦ ପଢ଼ି କୃଷ୍ଣସିଂହ. ମହାଭାରତ ଯଥା— ୩ ଦିନ ଉପବାସ ମୋ ଦେହକୁ ଶୁଖାଇ ଦେଲାଣି]
- ୭. ଗଛ ଆଦିକୁ ଜଳାଭାଗ ବା ରୌଦ୍ରାଧିକ୍ୟଦ୍ୱାରା ଝାଉଁ— ଳାଇବା —୭. To cause to wither owing to want of watering or by suns rays (said of trees and plants)
- ୮. (ଲକ୍ଷଣାର୍ଥ)— (ଆପଣା ମୁହଁକୁ) ବିଷଣ୍ଣ କରିବା; ବିରସ କରିବା — ୮. (figurative) To sadden (one's face); to cause (one's face) to be dejected.
(ଉ—ଆସ ଆମ୍ଭେ ଆମ୍ଭର ସମ୍ପତ୍ତି ଦେଖାଇ, ଯାଇ ଦେବା ତାଙ୍କର ବଦନ ଶୁଖାଇ—କୃଷ୍ଣସିଂହ ମହାଭାରତ)
- ୯. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଖାଇବାକୁ ନ ଦେବା; (ପଟକୁ) ଖାଦ୍ୟଦ୍ୱାରା ପୂର୍ଣ୍ଣ ନ କରିବା; କୌଣସି ବ୍ୟକ୍ତିକୁ ଉପବାସରେ ରଖାଇବା —୯. (figurative) To cause to starve by not giving food.
(ଉ—ଡାକ୍ତର ୪ଦିନ ହେଲା ଖାଇବାକୁ ନ ଦେଇ ମୋତେ ଶୁଖାଇ ଦେଲାଣି)
- ୧. (ଦେହ ଶବ୍ଦ ପରେ ବ୍ୟୂବହୃତ)— (ନବପ୍ରସୂତି) ଅଗ୍ନିସେକ ଓ ପରିମିତାହାରଦ୍ୱାରା ଆପଣାର ରକ୍ତସ୍ରାବାଦି ବନ୍ଦ କରିବା —୧୦. (said of a newly confined mother) To cause the flow of blood to stop by regulating one's deit or by repeated fomentation.