Jump to content

ଶୁଚି ବାଇ

ଉଇକିଅଭିଧାନ‌ରୁ

ଶୁଚି ବାଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶାରୀରିକ ପବିତ୍ରତା କ୍ଷୋକରିବା ନିମନ୍ତେ ଦୃଢ଼ବ୍ରତା —୧. A craze for remain pure in body; great nicity in remaining immaculate in body.
୨. ଏକପ୍ରକାର ପାଗଳାମି ବା ବାତୁଳତା — ୨. A kind of insanity in which the patient fears that he is polluted and goes on washing and cleansing his body.

[ଦ୍ରଷ୍ଟବ୍ୟ —ଏଥିରେ ରୋଗୀ ମନରେ ସବୁ— ବେଳେ ଏହି ଧାରଣା ହୁଏ ଯେ ସେ ଅନ୍ୟ ଲୋକର ବା ବସ୍ତୁର ସ୍ପର୍ଶଦ୍ୱାରା ଅଶୁଚି ହୋଇ ଯାଉଅଛି ଓ ଏଥିପାଇଁ କାହାକୁ ଛୁଏଁ ନାହିଁ ଓ ସବୁବେଳେ ଦେହ ହାତ ଧୋଉ ଥାଏ ଓ ସ୍ନାନ କରୁଥାଏ)

ଅନୁବାଦ

[ସମ୍ପାଦନା]

===ବିଶେଷଣ - (ସ୍ତ୍ରୀ ଓ ପୁଂ)

୧. ଶୁଚିତା ରକ୍ଷା ନିମନ୍ତେ ପାଗଳ ପ୍ରାୟ; ନିଆମୀ —୧. One who always tries to observe purity; excessively observant of keeping one's body ceremonially pare.

ଦ୍ର—ଆମ୍ଭମାନଙ୍କ ମଧ୍ୟରେ ଏପରି ଲୋକ ଦେଖାଯାଆନ୍ତି ଯେଉଁ ମାନେ ଶୁଚିତା ବିଶେଷତଃ ଦୈହିତ ଶୁଚିତା ରକ୍ଷା କରିବା ପାଇଁ ପାଗଳପ୍ରାୟ ହୋଇ ଥାଆନ୍ତି କାଳେ କେଉଁ ସ୍ଥାନରେ କିଏ ଛେପ ପକାଇଥିବ, କାଳେ କୌଣସି ବସ୍ତୁକୁ କୌଣସି ଅସ୍ପୃଶ୍ୟ ବ୍ୟକ୍ତି ଛୁଇଁ ପକାଇଥିବ, କାଳେ ବାଟରେ ଯିବା ବେଳେ ମଇଳା ଉପରେ ଗା ଖପରା ଉପେର ଗୋଡ଼ ପଡ଼ିଯିବ ଏହି ଚିନ୍ତାରେ ସେମାନେ ସର୍ବଦା ବାୟୂ— ଗ୍ରସ୍ତ ସେମାନେ ବାହରେ କେଉଁଆଡ଼େ ଗଲେ ତେଣୁ ଫେରି ଘରେ ପଶିବା ପୂର୍ବରୁ ସ୍ନାନ କରନ୍ତି ଅନ୍ୟ ବ୍ୟକ୍ତିକୁ ଛୁଇଁଲେ ସ୍ନାନ କରନ୍ତି ଏହିପରି ଅତିରିକ୍ତ ପରିମାଣରେ ଶୁଚିତା ରକ୍ଷା କରିବାରେ ସର୍ବଦା ବ୍ୟସ୍ତ ଥାଆନ୍ତି ଏହିଭଳି ସ୍ତ୍ରୀମାନଙ୍କ "ନିଆମୀ ନାନୀ" ବୋଲି ଅନ୍ୟମାନେ ଡାକନ୍ତି ଓ ବ୍ୟଙ୍ଗ କରନ୍ତି)

୨. ଶୁଚିବାୟା (ଦେଖ) - — ୨. Ṡuchi bāyā (See)