Jump to content

ଶୁଦ୍ଧ ମାଂସ

ଉଇକିଅଭିଧାନ‌ରୁ

ଶୁଦ୍ଧ ମାଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - (ବୈଦ୍ୟକ)—(ଶୁଦ୍ଧ=ଅସ୍ଥି ଅବିମିଶ୍ରିତ+ମାଂସ)

[ସମ୍ପାଦନା]
୧. ଅସ୍ଥିହୀନ ଘୃତପକ୍ୱ ଛାଗଳାଦିର ମାଂସ — ୧. Boneless meat stewed in ghee and boiled and flavoured with spice paste.

[ଦ୍ରଷ୍ଟବ୍ୟ —ପାକ ପାତ୍ରରେ ତୈଳ ବା ଘୃତ ଦେଇ ସେଥିରେ ପ୍ରଥମେ ହେଙ୍ଗୁ ଓ ହଳଦି ଭାଜି ଛାଗାଦିଙ୍କ ଅସ୍ଥିରହିତ ମାଂସକୁ ଖଣ୍ଡ ଖଣ୍ଡ କରି ଧୋଇ ନିଗାଡ଼ି ଉକ୍ତ ଘୃତ ବା ତୈଳରେ ମୃଦୁ ଅଗ୍ନିରେ ଭାଜି ସାରି, ପରେ ପାଣି ଦେଇ ସିଦ୍ଧ କରିବ ଓ ଲବଣ ଦେବ ପାକ ସିଦ୍ଧ ହେଲେ ବଟା ସମଲା ପାଣିରେ ଗୋଳାଇ ସେଥିରେ ଯୋଗ କରିବ ଏହାକୁ ଶୁଦ୍ଧ ମାଂସ ବୋଲାଯାଏ ଏହା ଅତ୍ୟନ୍ତ ଶୁକ୍ର— ବର୍ଦ୍ଧକ, ବଳକାରକ, ରୁଚିକର, ତ୍ରିଦୋଷନାଶକ, ଅଗ୍ନିପ୍ରଦୀପକ ଓ ଧାତୁବର୍ଦ୍ଧକ]

୨. ଦେବଦେବୀଙ୍କ ଉଦ୍ଦେଶ୍ୟରେ ଯଜ୍ଞ କଳିଦାନ ପ୍ରଭୃତି ଉତ୍ସୃଷ୍ଟ ମାଂସ —୨. Meat offered to Deities in Vedic sacrifice.