Jump to content

ଶୁଭଂକର

ଉଇକିଅଭିଧାନ‌ରୁ

ଶୁଭଂକର

ଉଚ୍ଚାରଣ

[ସମ୍ପାଦନା]

(ଶୁଭଙ୍କର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଶୁଭଂ= ଶୁଭକୁ କରେ ଯେ, ଶୁଭ+କୃ ଧାତୁ +କର୍ତ୍ତ. ଅ)

[ସମ୍ପାଦନା]

ମଙ୍ଗଳକର; ଶୁଭଜନକ — Auspicious; lucky.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସୁନାମଖ୍ୟାତ ମାନସାଙ୍କ ସୂତ୍ର ପ୍ରଣେତା —Name of a Hindu mathematician.

[ଦ୍ରଷ୍ଟବ୍ୟ —ଶୁଭଂକର ବଙ୍କୁଡ଼ାର କୁସନପୁରରେ ଅତି ପ୍ରତିଭାଶାଳୀ ମହାପୁରୁଷ ରୂପେ ଜନ୍ମଗ୍ରହଣ କରିଥିଲେ ଏ ଗଣିତ ଶାସ୍ତ୍ରରେ ଧୁରନ୍ଧର ଥିଲେ ଏ Leonarda-de-Vinciଙ୍କ ପରି ବିଦ୍ୱାନ ଥିଲେ ସୂତ୍ର ସାହାଯ୍ୟରେ ଅତି ସହଜରେ ଗଣିତର ଜଟିଳ ସମସ୍ୟାମାନ ସମାଧାନ କରିବାରେ ଯଥେଷ୍ଟ ଜ୍ଞାନ ବଙ୍ଗଳକୁ ଓ ଓଡ଼ିଶାକୁ ଏ ଦେଇଥିଲେ ଏହାଙ୍କ ରଚିତ ସୂତ୍ର ପ୍ରାଚୀନକାଳରେ ବାଳିକାମାନଙ୍କୁ ଉତ୍ତମ ଗୃହିଣୀ କରିଥିଲା ଏବଂ ବୟଃସ୍ଥମାନେ ଏହି ସୂତ୍ରମାନଙ୍କ ସାହାଯ୍ୟରେ ହିସାବ ରଖି ପାରୁଥିଲେ (୧୯୯୨୮: ଷ୍ଟେଟ୍ସ୍ନ୍ମାନ୍ ଖବର କାଗଜରେ ସମ୍ପାଜକୀୟ ସନ୍ଦର୍ଭ)

ଶୁଭଂଙ୍କର ଦାସ ଜାତିରେ କାୟସ୍ଥ ଥିଲେ ଏ ପ୍ରାୟ ୨ ବର୍ଷ ପୂର୍ବେ ବଙ୍ଗଦେଶରେ ଜନ୍ମଗ୍ରହଣ କରି ଥାଲେ ବଙ୍ଗଳାରେ ତାଙ୍କ ରଚିତ ଗୁଡ଼ିଏ ମାନସାଙ୍କ ସୂତ୍ର କବିତା ଅଛି ତହିଁର ଗୋଟିଏ କବିତାରେ ଓଡ଼ିଆ ଅନୁକରଣ— ଟଙ୍କା ପ୍ରତି ମହଣକୁ ହୋଇବ ଯେ ଦର ଟଙ୍କା ପ୍ରତି ଆଠ ଗଣ୍ଡା ସେର ପ୍ରତି ଧର ଅଣା ପ୍ରତି ଦୁଇ କଡ଼ା, ଗଣ୍ଡା ଆଠ ତିଳ ଶୁଭଙ୍କର ଦାସ କହେ ବଜାରରେ ମୁଲ (ବିଶ୍ୱକୋଷ)

ଏ କବିତାମାନଙ୍କୁ ବଙ୍ଗଦେଶରେ ଆର୍ଯ୍ୟ କହନ୍ତି ଓଡ଼ିଶଆରେ ମଧ୍ୟ ଜମିର ନଳ ଭାଙ୍ଗିବା ପାଇଁ ଏହିପିରି ଗୁଡ଼ିଏ କବିତା ବା ସୂତ୍ର ଅଛି, କିନ୍ତୁ ସେମାନ କିଏ ରଚନା କରିଥିଲେ, ତହିଁରେ ପ୍ରମାଣ ମିଳି ନାହିଁ]