ଶୁଭବାଚନ
ଦେଖଣା
ଶୁଭବାଚନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ)
[ସମ୍ପାଦନା]ଅଶୁଭସୂଚକ, କର୍କଶ ବା ଅପ୍ରୀତିକର ଶବ୍ଦ ପ୍ରୟୋଗ ନ କରି, ତହିଁ ପରିବର୍ତ୍ତରେ ଶୁଭସୂଚକ, ଶ୍ରୁତିମଧୁର ଓ ପ୍ରୀତିକର ବାକ୍ୟର ବା ଶବ୍ଦର ପ୍ରୟୋଗ; କଠୋର ବା ଅଶୁଭ ବିଷୟର କୋମଳ ବା ଶୁଭସୂଚକ ବାକ୍ୟଦ୍ୱାରା ପ୍ରକାଶ —Euphemism.
[ଦ୍ରଷ୍ଟବ୍ୟ —ସବୁ ଦେଶରେ କଠୋର, ଅପ୍ରିୟ ବା ଅଶୁଭ ବିଷୟକୁ କୋମଳ, ମଧୁର ବା ଶୁଭସୂଚକ ଶବ୍ଦ ବା ବାକ୍ୟଦ୍ୱାରା ପ୍ରକାଶ କରିବା ରୀତି ଅଛି ଇଂରାଜିରେ ଏହାକୁ Euphemism ବୋଲାଯାଏ ଓଡ଼ିଆ ଭାଷାରେ ଏଥିର କୌଣସି ପ୍ରତିଶଦ୍ଦ ନ ଥିବାରୁ ଶୁଭବାଚକ (Euphemistic) ଓ ଶୁଭବାଚନ (Euphemism) ଶବ୍ଦଦ୍ୱୟ ଓ ଗ୍ରନ୍ଥରେ ଯଥାସ୍ଥାନରେ ବ୍ୟବହୃତ ହୋଇଅଛି ଶୁଭବାଚନର ଉଦାହରଣ—
ତାକୁ ସାପ କାମୁଡ଼ିଲା ବୋଲି ନ କହି "ତାକୁ କାଠି ବା ଲଅ ଛୁଇଁଲା", ସଧବା ସ୍ତ୍ରୀ ହାତରୁ ଖଡ଼ୁ ବାଢିଲା ବୋଲି ନ କହି "ଖଡ଼ୁ ଶୀତଳେଇଲା", ହାତି ମରିଗଲା ବୋଲି ନ କହି 'ହାତି ବସିଗଲା', ସନ୍ତାନଟି ମରିଗଲା ନ କହି ପିଲାଟି 'ବାହାଡ଼ିଗଲା', ଖାଇବା ଜିନିଷ ବହୁବଚନ ରହିଯିବା ଯୋଗୁଁ ଗନ୍ଧାଇଲାଣି ବୋଲି ନ କହି 'ବାସିଗଲାଣି', ବାପା ମରିଗଲେ ବୋଲି ନ କହି 'ବୈକୁଣ୍ଠଗାମୀ ହେଲେ' ବୋଲି ବୋଲାଯାଏ ଏ ରୀତିକୁ 'ଶୁଭବାଚନ' ବୋଲାଯାଏ ଓ ଏ ଓ ଶବ୍ଦ ବାକ୍ୟମାନଙ୍କୁ ଶୁଭବାଚକ ବୋଲାଯାଏ]