Jump to content

ଶୁଭସ୍ତମ୍ଭ

ଉଇକିଅଭିଧାନ‌ରୁ

ଶୁଭସ୍ତମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯାଜପୁରର ବିରଜାଦେବୀ ଓ ବରାହନାଥଙ୍କ ଦେଉଳର ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥାପିତ ସ୍ତମ୍ଭ —A stone pillar found in jajpur between the temples of Birajā and Barāhanātha.

[ଦ୍ରଷ୍ଟବ୍ୟ —କଥିତ ଅଛି—ବ୍ରହ୍ମା ଯାଜପୁରରେ ଯଜ୍ଞ କଲା ସମୟରେ ଏହିଠାରେ ଶୁଭ ଦେଇ ଏ ସ୍ତମ୍ଭ ପୋତିଥିଲେ

ଇତିହାସ ମତରେ—ଯଜାତିକେଶରୀ ଯେତେବେଳେ ଦଶାଶ୍ୱମେଧ ଯଜ୍ଞ ସମ୍ପାଦନ କରି ଏହି ଯାଜପୁର ନଗର ବସାଇ ଥିଲେ, ସେତେବେଳେ ଏହିଠାରେ ଶୁଭ ଦେଇ— ଥିଲେ ଏହି ସ୍ତମ୍ଭ ୩୭: ଫୁଟ୍ ଉଚ୍ଚ ପୂର୍ବେ ବିଷ୍ଣୁଙ୍କ ବାହନ ଗରୁଡ଼ର ମୂର୍ତ୍ତି ଏହାର ଶିଖରରେ ଥିଲା କଳାପାହାଡ଼ ଉକ୍ତ ମୂର୍ତ୍ତିକୁ ସ୍ତମ୍ଭ ଉପରୁ ତଳକୁ ଖସାଇ ପକାଇଥିଲା ଯାଜପୁରରୁ ଏର ମାଇଲ ଦୁରବର୍ତ୍ତୀ ମାଧପୁରରେ ଗୋଟିଏ ମନ୍ଦିର ତୋଳା ହୋଇ ସେଠାରେ ଏହି ମୂର୍ତ୍ତି ରଖା ଯାଇଥିଲା—(ଚନ୍ଦ୍ରଶେଖର ଦାସ)

କିମ୍ୱଦନ୍ତୀ ଅଛି ଯେ, ଏ ଖୁଣ୍ଟର ଯେତେ ଅଂଶ ଭୂମିରେ ଉପରକୁ ଦେଖା ଯାଉଅଛି, ମାଟି ତଳେ ତହିଁର ସେତିକି ଅଂଶ ପୋତି ହୋଇଅଛି]

୨. ନୂଆଁ ଘର ତୋଳା ଯିବା ପୂର୍ବରୁ ବାସ୍ତୁ ପୂଜା ଆଦି କରାଯାଇ ଓ ନିଆଁ ଖୋଲା— ଯାଇ ମୂଳଦୁଆରେ ଯେଉଁ ପ୍ରଥମ ଖୁଣ୍ଟ ପୋତାଯାଏ — ୨. The first pillar which is put when the foundation is laid with certain rites for building a new house.
୩. କୌଣସି ଶୁଭକାର୍ଯ୍ୟ ଉପଲକ୍ଷରେ ପୋତାଯିବା ଖୁଣ୍ଟ —୩. A pillar put on some auspicious occasion.