ଶୂନା
ଦେଖଣା
ଶୂନା
ଉଚ୍ଚାରଣ
[ସମ୍ପାଦନା](ସନା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଶ୍ୱି ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ବା ଅଧିକରଣ. ତ; ଶୂନ+ଆ)
[ସମ୍ପାଦନା]- ୧. ମାଂସର ହାଟ —୧. Meat- market.
- ୨. କଂସେଇ ଦୋକାନ — ୨. Butcher's shop.
- ୩. ପ୍ରାଣିବଧ —୩. Slaughter of animals.
- ୪. ପ୍ରାଣିବଧ କରିବା ସ୍ଥାନ; ବଧ୍ୟଭୂମି; କଂସେଇ ଖାନା —୪. Slaughter house shambles.
- ୫. ଘଣ୍ଟିକା —୫. The uvula; soft palate. [Apte].
- ୬. ଯେଉଁ ବସ୍ତୁଦ୍ୱାରା ଜୀବହତ୍ୟାର ସମ୍ଭାବନା ଥାଏ; ଜୀବହିଂସା ସ୍ଥାନ —୬. Anything [such as a piece of household furniture] whereby life likely to be destroyed.
[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ ଶନା ୫ଟି; ଯଥା—ଚୁଲ୍ଲୀ, ଶୀଳ, ଚକୀ, ଛାଞ୍ଚୁଣି. ଢିଙ୍କି ଓ ଜଳକୁମ୍ଭ ଏହି ୫ଟିକୁ ପଞ୍ଚଶୂନା ବୋଲାଯାଏ ଗୃହସ୍ଥର ଏହି ପାଞ୍ଚଟି ପଦାର୍ଥର ବ୍ୟବହାର ଉପଲକ୍ଷରେ ବହୁ ଜୀବ (ଯଥା—ଅଦୃଶ୍ୟ କ୍ଷୂଦ୍ର କୀଟାଦି) ପ୍ରତିଦିନ ବଧ ହେଉଅଛନ୍ତି ଏହି ପଞ୍ଚଶୂନାଜନିତ ପାପର ପ୍ରାୟଶ୍ଚିତ୍ତ ନିମନ୍ତେ ଗୃହନ୍ତେ ଗୃହସ୍ଥର ପଞ୍ଚ ମହାଯଜ୍ଞର ବ୍ୟବସ୍ଥା ହୋଇଅଛି [Apte] ଏଥିର ବାକ୍ୟ:—ପଞ୍ଚଶୂନାଗୃହସ୍ଥସ୍ୟ ଚୁଲ୍ଲୀ ପେଷଣ୍ୟୁପସ୍କରଃ କଣ୍ଡନୀ ଚୋଦକୁମ୍ଭଶ୍ଚ ବଧ୍ୟତେ ଯାସ୍ତ ବାହୟନ୍—ମନୁ ୩୬୮: ]