Jump to content

ଶୂର୍ପନଖୀ

ଉଇକିଅଭିଧାନ‌ରୁ

ଶୂର୍ପନଖୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବହୁବ୍ରୀହି; ଶୂର୍ପପରି ନଖ ଯାହାର; ଶୂର୍ପ+ନଖ+ଆ; ଈ)

[ସମ୍ପାଦନା]

ରାବଣର ଭଗ୍ନୀ Name of the sister of Rābaṇa.

[ଦ୍ରଷ୍ଟବ୍ୟ —ଏ ମୁନିବର ବିଶ୍ରବାଙ୍କ ଔରସରେ କୌସସା ରାକ୍ଷସୀ ଗର୍ଭରୁ ଜନ୍ନିଥିଲା ଓ କାମରୁପିଣୀ ଥିଲା ଏହାର ଅବୟବ ଜଳନ୍ତା ଅଙ୍ଗାର ପର ରକ୍ତବର୍ଣ୍ଣ ଦଶୁ ଥାଏ କାଳକେୟ ବଂଶୀୟ ଦୈତ୍ୟ ବିଦ୍ୟୁଜ୍ଜ୍ୱିହ ସଙ୍ଗେ ଏହାର ବିବାହ ହୋଇଥିଲା ରାବଣ ଦିଗ୍ୱିଜୟ କରିବାକୁ ବାହାରି ଭ୍ରମରେ ବିଦ୍ୟୁଜ୍ଜ୍ୱିହ୍ୱକୁ ବଧ କରିବାକୁ ଶୂର୍ପଣଖା ବିଧବା ହେଲା ଅତଃପର ରାବଣ ଏହାକୁ ଦଣ୍ଡକାରଣ୍ୟରେ ଯଥେଛ ବିଚରଣ କରିବାକୁ ଅନୁମତି ଦେଇ ସୈନ୍ୟ ସହ ଖର ଓ ଦୁଷଣ ନାମକ ଦୁଇ— ଜଣ ସେନାପତିଙ୍କୁ ଏହାର ରକ୍ଷାର୍ଥ ନିଯୁକ୍ତ କରିଥିଲା ରାମ ଓ ଲକ୍ଷଣ ଖର ଦୂଷଣଙ୍କୁ ପରାଜିତ କଲେ ଓ ଏ ରାମଚନ୍ଦ୍ରଙ୍କୁ ସ୍ୱାମୀରୂପେ ପାଇବାକୁ ପ୍ରାର୍ଥନା କରିବାକୁ ଓ ସୀତାଙ୍କ ଖାଇବାକୁ ବସିବାରୁ ରାମଙ୍କ ଆଦେଶକ୍ରମେ ଲକ୍ଷ୍ମଣ ଏହାର ନାକ କାନ କାଟି ପକାଇଲେ ଓ ଏ ଲଙ୍କାକୁ ଫେରି ଆସି ସୀତାଙ୍କୁ ହରଣ କରିବା ପାଇଁ ରାବଣକୁ ପ୍ରବର୍ତ୍ତାଇଲା]