ଶୂର ସେନ
ଦେଖଣା
ଶୂର ସେନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶୂର=ସାହସୀ+ସେନା ଯାହାଙ୍କର; ବହୁବ୍ରୀହି)
[ସମ୍ପାଦନା]- ୧. ଯଦୁବଂଶୀୟ ରାଜା ଶ୍ରୀକୃଷ୍ଣଙ୍କ ପିତାମହ —୧. Name of Ṡrīkṛushṇa's paternal grand father.
[ଦ୍ରଷ୍ଟବ୍ୟ —ଏହାଙ୍କର ବସୁଦେବ ନାମକ ପୁତ୍ର ଓ ୨ଟି କନ୍ୟା ଜନ୍ମ ହୋଇଥିଲେ, ପ୍ରଥମା କନ୍ୟା ପୃଥା; ପୃଥାଙ୍କୁ ଶୂରସେନ ପୂର୍ବ ପ୍ରତିଜ୍ଞା ରକ୍ଷାର୍ଥ ସ୍ୱୀୟ ମିତ୍ର କୁନ୍ତିଭୋଜ— ରାଜାଙ୍କୁ ଦେଇଥିଲେ ଏବଂ ପୃଥା କୁନ୍ତିଭୋଜଙ୍କଦ୍ୱାରା ଲାଳିତା ପାଳିତା ହୋଇ 'କୁନ୍ତୀ' ନାମରେ ପରେ ପରିଚିତା ହେଲେ ଶୂରସେନଙ୍କର ଅପର କନ୍ୟା ଶ୍ରୁତଶବାଙ୍କୁ ଚେଦିରାଜ ବିବାହ କରିଥିଲେ ଏବଂ ଏହାଙ୍କ ଗର୍ଭରୁ ଶିଶୁପାଳ ଜନ୍ମି— ଥିଲେ]
- ୨. ମଥୁରାପୁରୀ; ମଥୁରାପୁରୀ ଓ ତତ୍ସନ୍ନିହିତ ଦେଶର ପ୍ରାଚୀନ ନାମ —୨. The ancient name of Muttra and its adjoining country.