ଶୂଳ ରୋଗ
ଦେଖଣା
ଶୂଳ ରୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପେଟମରା; ପେଟଟଣା ରୋଗ —Colic; griping pain in the stomach.
[ଦ୍ରଷ୍ଟବ୍ୟ — ଏହାଦ୍ୱାରା ଉଦର ମଧ୍ୟରେ ଶୂଳଦ୍ୱାରା କେଞ୍ଚିଲା ପରି ବେଦନା ଜଣାଯିବାରୁ ଏହାକୁ ଶୂଳରୋଗ କହନ୍ତି
ବୈଦ୍ୟଶାସ୍ତ୍ର ଅନୁସାରେ ଶୂଳରୋଗ ୧ ପ୍ରକାର ଯଥା—ବାତକ, ପିତ୍ତଜ, ଶ୍ଳେଷ୍ମଜ, ବାତପିତ୍ତଜ, ବାତ— ଶ୍ଳେଷ୍ମଜ, ପିତ୍ତ ଶ୍ଳେଷ୍ମଜ, ସନ୍ନିପାତକ, ଆମଦୋଷଜ, ପରିମାଣ ଶୂଳ, ଓ ଅନ୍ନଦ୍ରବଶଳ ସମସ୍ତ ପ୍ରକାର ଶୂଳରୋଗ ଅତୀବ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ ପରିମାଣ ଶୂଳକୁ ମଧ୍ୟ ବାତପିତ୍ତଜ ଶୂଳ ବୋଲାଯାଇ ପାରେ ବାତଜଶୂଳରେ ଛାତି, ପାର୍ଶ୍ୱଦ୍ୱୟ, କଙ୍କାଳ, ପୃଷ୍ଠ, କଟି ଓ ବସ୍ତିଦେଶମାନ ଖେଞ୍ଚି ହୁଏ ଓ ଛୁଞ୍ଚି ମାରିଲା ପରି ଜଣାଯାଏ ଶୂଳ ରୋଗରେ ସାଧାରଣତଃ ମଳମୂତ୍ର, ଅଧୋବାୟୁ ଆଦିର ନିରୋଧ ଘଟେ ଶୁଣ୍ଠି, ହେଙ୍ଗୁ, ପଞ୍ଚଲବଣ, ମରିଚ ଶୂଳରୋଗ ପ୍ରତି ଉପକାରକ; ବମନ ଓ ବିରେଚନରେ ମଧ୍ୟ ଏ ରୋଗର ଉପଶମ ହୁଏ]