Jump to content

ଶେଠକରଣ

ଉଇକିଅଭିଧାନ‌ରୁ

ଶେଠକରଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ରେଷ୍ଠ+କରଣ)

[ସମ୍ପାଦନା]
୧. ଗଞ୍ଜାମ କୋରାପୁଟ ଓ ବିଶାଖାପାଟଣା ଜିଲ୍ଲାର ହିନ୍ଦୁଜାତିବିଶେଷ — ୧. The name of a Hindu caste in the district of Ganjam, Koraput and Vizag.

[ଦ୍ରଷ୍ଟବ୍ୟ —ଏହି ଜାତୀୟ ଜଣେ ବ୍ୟକ୍ତିଙ୍କଠାରୁ ଏମାନଙ୍କ ସମ୍ୱନ୍ଧେ ନିମ୍ନଲିଖିତ ତଥ୍ୟମାମ ଏ ଗ୍ରନ୍ଥର ସଂଗ୍ରାହକଦ୍ୱାରା ସଂଗୃହୀତ ହୋଇଅଛି ତାଙ୍କ ନାମ କଣ୍ଠ ମାହାନ୍ତି ସୂର୍ଯ୍ୟ ନାରାୟଣ ଏ ଓ ଏହାଙ୍କ ଦୁଇ ଭାଇ ଖଡ଼ଗପୁରଠାରେ ବେଙ୍ଗଲ ନାଗପୁର ପେଲବେର ଚାକିରି କରନ୍ତି ଏମାନେ ପୂର୍ବକାଳରେ କଟକ ଅଞ୍ଚଳରେ ଶ୍ରୋକ୍ରିୟ ବା ଶାସନୀ ବ୍ରାହ୍ମଣ ଥିଲେ ଓ ଏମାନେ ବ୍ରାହ୍ମଣମାନଙ୍କର ପଞ୍ଚଗୌଡ଼ ଶାଖା ମଧ୍ୟୁରୁ ଏକ ଶାଖା ବିଜୟନଗଭର ମହାରାଜା ଏଣାନଙ୍କ ପୂର୍ବପୁରୁଷମାନଙ୍କୁ ପ୍ରାୟ ୩ ବର୍ଷ ତଳେ କଟକ ଓ ପୁରୀ ଅଞ୍ଚଳରୁ ନେଇ ଭୂମି ବୃତ୍ତ ଖଞ୍ଜା କରି ଏମାନଙ୍କୁ ବିଶାଖା ପାଟଣା ଅଞ୍ଚଳରେ ଉପନିବେଶୀ କରାଇଥିଲେ ଏମାନଙ୍କ ଲେଖା ପଢ଼ାରେ ପାରଙ୍ଗମତା ଯୋଗୁଁ ଏମାନଙ୍କୁ ବିଜୟନଗର ମହାରାଜ 'ଶ୍ରେଷ୍ଠ କରଣ' (ଦାକ୍ଷିଣାତ୍ୟରେ ଗ୍ରାମର ରାଜକୀୟ ହିସାବ ପତ୍ର ରଖିବା ବ୍ୟକ୍ତିଙ୍କୁ କରଣମ୍ ବୋଲାଯାଏ) ଉପାଧି ଦେଇଥିଲେ ଏମାନେ ବେଦୋକୁ ବିଧିରେ ବ୍ରତ (ଉପନୟନ) ହୁଅନ୍ତି ଏମାନଙ୍କ ପୂର୍ବପୁରୁଷ କେହି କେହି ଅଗ୍ନିହୋତ୍ରାଦି ଯଜ୍ଞ କରିଥିଲେ ସମ୍ଭବତଃ ଏମାନେ ସାମୁ ବେଦୀୟ ବ୍ରାହ୍ମଣ ଏମାନେ ଓଡ଼ିଆ ଭାଷାରେ କଥାଭାଷା କରନ୍ତି ସ୍ଥାନୀୟ ଓଡ଼ିଆ କରଣମାନଙ୍କ ସଙ୍ଗେ ଏମାନଙ୍କ ବିବାହ ଓ ପଙ୍କ୍ତି- ଭୋଜନ କଳେ ନାହିଁ ଏମାନଙ୍କ ସ୍ତ୍ରୀମାନେ ତେଲଙ୍ଗା- ମାନଙ୍କର ବେଶଭୂଷା ସମ୍ପର୍ଣ୍ଣରୂପେ ଅନୁକରଣ କରି ଅଛନ୍ତି ଏମାନଙ୍କର ମଧ୍ୟରେ ପ୍ରଚଳିତ ଓଡ଼ଆଭାଷା ତୌଲ- ଙ୍ଗୀୟ ସମ୍ପର୍କଦ୍ୱାରା ବିକୃତ ହୋଇ ଥିଲେହେଁ ତାହା ମୂଳତା ଓଡ଼ିଆଭାଷା ଅଟେ ଏମାନଙ୍କ ମଧ୍ୟରେ 'ଦକ୍ଷିଣେ ମାତୁଳଃ କନ୍ୟା' ବଚନ ଅନୁସାରେ ମାମୁଁଝିଅ ଭଉଣୀକୁ ବିବାହ କଶବା ଚଳେ ଓ ବାଲ୍ୟ ବିବାହ ମଧ୍ୟ ଚଳେ କନ୍ୟା ୫ ବର୍ଷଠାରୁ ୮ ବର୍ଷ ମଧ୍ୟରେ ବିବାହିତା ହୁଏ ଲେଖକଙ୍କର ସଂବାଦଦାତା କହିଲେ ଯେ ବିଜୟ ନଗରର ରାଜା ୩ ଜଣ ବ୍ରାହ୍ମଣ ପରିବାରକୁ ଓଡ଼ିଶାରୁ ନେଇଥିଲେ ଦକ୍ଷିଣିଆ (ତେଲୁଗୁ) କମା ବ୍ରାହ୍ମଣଙ୍କ ସଙ୍ଗେ ମଧ୍ୟ ଏମାନଙ୍କର ସ୍ତ୍ରୀମାନେ ଓଡ଼ିଶା ପ୍ରଚଳିତ ବ୍ରତ, ଉପବାସ, ଓଷା ପ୍ରଭୃତି କରନ୍ତି ଏମାନଙ୍କର ଶୁଦ୍ଧିଶ୍ରାଦ୍ଧ ଓଡ଼ିଆମାନଙ୍କର ଶୁଦ୍ଧିଶ୍ରାଦ୍ଧ ଅଅନୁସାରେ ଚଳେ ଗଞ୍ଜାମ ବ୍ରହ୍ମପୁରରୁ ଓଡ଼ିଆ ପୁରୋହିତମାନେ ଯାଇ ଏମାନଙ୍କ ବ୍ରତ ବିବାହାଦିରେ ପୌରୋହିତ୍ୟ କରନ୍ତି ଏମାନଙ୍କର ପୁରୁଷମାନଙ୍କ ନାମରେ ପ୍ରଥମେ ବଂଶଗତ ଉପାଧି ଓ ପରେ ନାମ ଲେଖା- ଯାଏ]

୨. ଶିଠ କରଣ; ଶିଠ ଓ କରଣ; ରାଜାଙ୍କ ଉଆସରେ ଓ ଖମାରରେ ଦିଆ ନିଆ ତତ୍ୱାବଧାରଣ କରିବା କର୍ମଚାରୀ ଏବଂ ଆୟବ୍ୟୟର ହିସାସ ରକ୍ଷକ କର୍ମଚାରୀ ଦୁହେଁ & mdash; ୨. Two officers of a king's household and granary.