Jump to content

ଶୋଣ

ଉଇକିଅଭିଧାନ‌ରୁ

ଶୋଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୋଣ)

[ସମ୍ପାଦନା]

ଶୋଣ ନଦୀ — The river Sone.



ଶୋଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୋଣ ଧାତୁ+କର୍ମ. ଅ)

[ସମ୍ପାଦନା]

ରକ୍ତବର୍ଣ୍ଣବିଶିଷ୍ଟ —Red.

[ଉ—ଶୋଣପଦ୍ମ ଚରଣ ବେନି ରତ୍ନମଞ୍ଜରୀ ସାଜେ— ପ୍ରତାପ, ଶଶିସେଣା]

ବିଶେଷ୍ୟ -

[ସମ୍ପାଦନା]
୧. (ନାଲିକଇଁ ଭଳି) ରକ୍ତବର୍ଣ୍ଣ — ୧. Red colour (like that of the red lily).
୨. ଅଗ୍ନି —୨. Fire.
୩. ମଙ୍ଗଳ ଗ୍ରହ — ୩. The planet Mars.
୪. ରକ୍ତବର୍ଣ୍ଣ ଘୋଟକ — ୪. A red horse.
୫. ସମୁଦ୍ର —୫. The sea.
୬. ଗଙ୍ଗାନଦୀର ଉପନଦୀ ବିଶେଷ — ୬. The river Sone, a tributary of the Ganges in Bihar.

[ଦ୍ରଷ୍ଟବ୍ୟ —ଏହାକୁ ନଦ ବୋଲାଯାଏ ମଧ୍ୟଭାରତ ଜବଲପୁରର ଅମରକଣ୍ଟକ ଅଧିତ୍ୟକାରୁ ୨୩:ଟି କ୍ଷୁଦ୍ର ନଦୀ ବାହାରି ଉତ୍ତରମୁଖ ହୋଇ ମଧ୍ୟ ଭାରତର ବଘେଲଖଣ୍ଡ ନିକଟରେ ମିଶି ସେହି ବାଟେ ଉତ୍ତରପୂର୍ବାଭିମୁଖରେ ଗତି କରି ଯୁକ୍ତ ପ୍ରଦେଶରେ ମଜଫରପୁର, ବିହାରର ସାହା— ବାଦ ଓ ଗୟା ଜିଲ୍ଲା ବାଟେ ଯାଇ ପାଟଣା ଜିଲ୍ଲାର ଦୀନା— ପୁରର ୧ ମାଇଲ ଉତ୍ତର ପଶ୍ଚିମରେ ଦକ୍ଷିଣଦିଗକୁ ଯାଇ ଗଙ୍ଗାନଦୀରେ ପଡିଅଛି ଏହାର ମଧ୍ୟ କେତେଗୁଡିଏ ଉପନଦୀ ଅଛି ଏ ନଦୀର ପ୍ରାଚୀନ ନାମ ହିରଣ୍ୟବାହ ଇଷ୍ଟ ଇଣ୍ଡିଆ ରେଳବାଇର କୈଳବାଡ଼ା ନାମକ ସ୍ଥାନରେ ରେଳ କମ୍ପାନି ଏ ନଦୀ ଉପରେ ଗୋଟିଏ ପୋଲ (୪୧୯୯: ଫୁଟ ଲମ୍ୱ) ତିଆର କରାଇ ଅଛନ୍ତି ବିହାର ପ୍ରଦେଶରେ ପାଟଣା, ଗୟା ଓ ସାହାବାଦ ଜିଲ୍ଲାର କ୍ଷେତରେ ପାଣି ମଡାଇବା ପାଇଁ ଏ ନଦୀରୁ କେନାଲମାନ ଖୋଳା ହୋଇଅଛି ଡେହରୀ ଗ୍ରାମ ନିକଟରେ ନଦୀର ଜଳସ୍ରୋତକୁ ଅଟକାଇ ଆନିକଟଦ୍ୱାରା ସେଠାରେ ଗୋଟିଏ ବୃହତ ଜଳ— ଭଣ୍ଡାର କରି, ସେହି ଜଳଭଣ୍ଡାରରୁ ଏ କେନାଲମାନଙ୍କରେ କ୍ଷେତ୍ରକୁ ପାଣି ଦିଆଯାଉଅଛି—ବିଶ୍ୱକୋଷ]

୭. ରକ୍ତ— ବର୍ଣ୍ଣ ଇନ୍ଧୁ ବିଶେଷ — ୭. A species of red sugarcane.
୮. ସ୍ୱର୍ଣ୍ଣପତ୍ରିକା; ସୁନାମକେଇ — ୮. Cassia Sonna, Senna)
୯. ସିନ୍ଧୁବାର; ବେଗୁନିଆ — Vitex Taifolia.
୧. ଫଣଫଣିଆ —୧୦. Bignonia Indica.
୧୧. ମାଣିକ୍ୟ —୧୧. Ruby.
୧୨. ରକ୍ତ —୧୨. Blood.
୧୩. ସିନ୍ଦୁର —୧୩. Red lead.
୧୪. ରକ୍ତ ପୁନର୍ନବା (ବିଶ୍ୱକୋଷ) — ୧୪. The red variety of hogweed.