ଶୋଧିବା
ଦେଖଣା
ଶୋଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୋଧିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଶୁଧ ଧାତୁ)
[ସମ୍ପାଦନା]- ୧. ଶୋଧନ କରିବା — ୧. To correct or rectify or purify.
[ଉ—ଏ ମାର୍ଗେ ପ୍ରାଣକୁ ଶୋଧିବ ନିଶ୍ଚଳଚିତ୍ତରେ ଚିନ୍ତିବ—ଜଗନ୍ନାଥ, ଭାଗବତ]
- ୨. ମଳଦୁଆକୁ ଉତ୍ତମରୂପେ ଶୋଧନ କରିବା (ଅର୍ଥାତ୍ ଖୋଳି ପାଣିଦେଇ ଚକଟି ସାନ୍ଧିବା) — ୨. To make the foundation firm by digging and watering and treading on it.
- ୩. ଦେଉଳ ଶୋଧ କରିବା; ଦେଉଳ ଆଦିକୁ ନିର୍ଜନ କରିବା — ୩. To drive out all persons from a temple and make it lonely.
- ୪. ଗାଳିଦେବା —୪. To abuse.
- ୫. ସମୂଳେ ବିନାଶ କରିବା — ୫. To ruin or destroy utterly.
- ୬. ଏକ ଏକ କରି ପରୀକ୍ଷା କରିବା ବା ମଣି ବେନା; ତନ୍ନ ତନ୍ନ କରି ଦେଖିବା — ୬. To check or examine things one by one.
[ଉ— ଶୋଧନ୍ତେ ଦେଖିଲୁଁ ଯେ ଭଣ୍ଡାରେ ଧନ ନାହିଁ ସାରଳା ମହାଭାରତ ଆଦି]