Jump to content

ଶୋଭାବତୀ

ଉଇକିଅଭିଧାନ‌ରୁ

ଶୋଭାବତୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ସ୍ତ୍ରୀ ଲୋକଙ୍କ ନାମ — ୧. Name given to female.
୨. ଭଞ୍ଜୀୟଯୁଗର ଶେଷ ଭାଗ (ଊନବିଂଶ ଶତାବ୍ଦୀର ମଧ୍ୟଭାଗ)ରେ ନବଦୁର୍ଗ ରାଜ୍ୟର ରାଜା କବି ପୁରୁଷୋତ୍ତମ ମାନ୍ଧାତାଙ୍କର ଚିତ୍ର— କାବ୍ୟ ଓ ତହିଁର ନାୟିକା — ୨. Name of a peom and its heroine by poet Purushottama Māndhātā.
୩. ଭ଼ଞ୍ଜ କବିଙ୍କର ଅପ୍ରକାଶିତ ପଦ୍ୟ କାବ୍ୟର ନାମ ଓ ତହିଁର ନାୟିକାଙ୍କ ନାମ (ରାଜକନ୍ୟାଙ୍କର ଯୌବନଲୀଳା, ପ୍ରଣୟ ଓ ବିରହାଦିର ବର୍ଣ୍ଣନା — ୩. Name of a poem and its heroine of Upendra Bhanja (unpublished).

ସଂସ୍କୃତ - ବିଶେଷଣ - (ଶୋଭାବତ+ସ୍ତ୍ରୀ. ଈ)

[ସମ୍ପାଦନା]

ଶୋଭାବାନ୍ର ସ୍ତ୍ରୀଲିଙ୍ଗ — Feminine of Ṡobhābān.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରତି ଚରଣରେ ୧୪: ଅକ୍ଷର ଥିବା ସଂସ୍କୃତ ଛନ୍ଦୋବିଶେଷ (ବିଶ୍ୱକୋଷ) — ୧. Name of a Sanscrit metre of ୧୪ syllables.

[ଦ୍ରଷ୍ଟବ୍ୟ —ଏ ଅକ୍ଷରମାନଙ୍କ ମଧ୍ୟରୁ ୧୨୪୮୧୧୧୩୧୪: ସ୍ଥାନୀୟ ଅକ୍ଷରମାନ ଗୁରୁ, ଅପର ସମସ୍ତ ଲଘୁ]

୨. ପ୍ରାଚୀନ ନଗର ବିଶେଷ (ବର୍ତ୍ତମାନ ନାମ ଶୁଭୟପର୍ଶା) (ବିଶ୍ୱକୋଷ) — ୨. Name of an ancient City.