ଶୋଲାଙ୍କି
ଶୋଲାଙ୍କି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାଲୁକ୍ୟ)
[ସମ୍ପାଦନା](ନାମ) ରାଜପୁତାନାର ଅଣହିଲ— ବାଡ଼ର ପ୍ରସିଦ୍ଧ ପ୍ରାଚୀନ ରାଜପୁତ ବଂଶ —Name of a celebrated family of ancient Rajputs of Rajputana.
[ଦ୍ରଷ୍ଟବ୍ୟ — ଏମାନେ ଚାଲୁକ୍ୟ ବଂଶୀୟ କିନ୍ତୁ ପରେ ଶୋଲାଙ୍କି ନାମରେ ଖ୍ୟାତ ହୋଇଥିଲେ ପ୍ରତିଷ୍ଠାରେ ଓ ମର୍ଯ୍ୟ୍ୟାଦାରେ ଏ ବଂଶ ରାଜସ୍ଥାନରେ ପରମାର ଓ ଚୌହନ ରାଜପୁତମାନଙ୍କ ଅପେକ୍ଷା ନିକୃଷ୍ଟ କଲ୍ୟାଣନଗରବାସୀ ଜୟସିଂହ ଶୋଲାଙ୍କିଙ୍କ ପୁତ୍ର ମୂଳରାଜା ସ୍ୱୀୟ ମାତାମହ ଭୋଜରାଜାଙ୍କ ମୃତ୍ୟୁ ପରେ ଅଣହିଲବାଡ଼ ପଟଣାର ସିଂହା— ସନରେ ଅଭିସକ୍ତ ହେଲେ ଗଜପତି ମାହାମୁଦ୍ ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀର ପ୍ରଥମ ପଦରେ ଅଣହିଲବାଡ଼ ଲୁଣ୍ଠନ ଓ ଧ୍ୱଂସ କଲେ ଯେତେବେଳେ ମାହାମୁଦ ଗଜନୀ ସୌରାଷ୍ଟ୍ର (ଗୁଜରାଟ)ର ସୋମନାଥ ମନ୍ଦିର ଆକ୍ରମଣ କଲେ, (ଖ୍ରୀ ୧୨୪: ) ସେତେବେଳେ ଏହି ବଂଶୀୟ ରାଜା ଜୟସିଂହ, ସିଦ୍ଧିରାଜ ଓ କୁମାରପାଳ ବୀରପରାକ୍ରମ, ଯୁଦ୍ଧରକୌଶଳ ସହ ରାଜ୍ୟ ଓ ଧର୍ମ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଏମାନେ ବୌଦ୍ଧଧର୍ମର ପୃଷ୍ଠପୋଷକ ଥାଇ କେତେକ ବୌଦ୍ଧ କୀର୍ତ୍ତି ଓ ଜୟସ୍ତମ୍ଭ ନିର୍ମାଣ କରାଇଥିଲେ ଆଲା— ଉଦ୍ଦିନ ଅଣହିଲବାଡ଼ (ଖ୍ରୀ ୧୨୯୭: ରେ) ଜୟ କରିବା ପରେ ଶୋଲାଙ୍କି ରାଜବଂଶର ଗୌରବରବି ଚିରଦିନ ପାଇଁ ଅସ୍ତମିତ ହେଲା ଏ ଶୋଲାଙ୍କି ରାଜକୁଳ ୧୬:ଟି ଶାଖାରେ ବିଭକ୍ତ ହୋଇଥିଲା ଖ୍ରୀଷ୍ଟୀୟ ନବମ ଶତାବ୍ଦୀଠାରୁ ତ୍ରୋୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏ ବଂଶ ରାଜତ୍ୱ କରିଥିଲେ ଏ ରାଜବଂଶ ଏକସମୟରେ ଭାରତରେ ସର୍ବତ୍ର ବିସ୍ତୁତ ହୋଇଥିଲେ ଓଡ଼ିଶାରେ ଏବଂ ଶୁଳ୍ମୀ ନାମରେ ପରିଚିତ ହୋଇଥିଲେ ତାଲଚେର ରାଜ୍ୟରୁ ଏହି ରାଜବଂଶରୁ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଉତ୍କୀର୍ଣ୍ଣ ତାମ୍ରଶାସନ ମିଳିଅଛି ଆଜିକାଲି ମେଦିନୀପୁରରେ ସ୍ଥାନେ ସ୍ଥାନେ ଏହି ବଂଶୀୟମାନେ ଶୁଳକୀ ନାମରେ ପରିଚିତ ହୋଇ ଅତି ହୀନବସ୍ଥାରେ କାଳଯାପନ କରୁଅଛନ୍ତି ବିଶ୍ୱକୋଷ]