ଶୋଲୁ
ଶୋଲୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି (ସଂସ୍କୃତ - ଅଳମ୍ୱୁଷା)
[ସମ୍ପାଦନା]- ୧. ଶିମ୍ୱାଦି ବର୍ଗର ଜଳଜ ଶାକଲତା ବିଶେଷ —୧. An acquatic creepinglant; Neptunia Oleracia Indian cork plant; Aeschyno mene Aspera.
[ଦ୍ରଷ୍ଟବ୍ୟ — ଏହାର ପତ୍ର ଲାଜକୁଳି ପତ୍ର ପରି ଆକୃତିବିଶିଷ୍ଟ ଓ ଏହାକୁ ଧଇଲେ ବା ଏ ଗଛରେ ଆଘାତ କଲେ ଏହାର ପତ୍ରମାନ ବୁଡ଼ି ହୋଇଯାଏ ଏହା ଦେହରେ କଣ୍ଟା ନ ଥାଏ ଏଥିର ଡ଼ାଙ୍ଗର ଭିତର ଧଳା, ହାଲୁକା; ଫୁଲ ନାରଙ୍ଗବର୍ଣ୍ଣ ଏହାକୁ ଶୁଖାଇ ମାଳିମାନେ ମକୁଟ ଫୁଲ ଆଦି କରନ୍ତି ଓ ଚକମକିରୁ ନିଆଁ ଝାଡ଼ି ଏଥି ଉପରେ ପକାଇବା ପାଇଁ ଏହା ବ୍ୟବହୃତ ହୁଏ ଏହା ପାଣିରେ ଭାସେ କେଉଟମାନେ ଏହାକୁ ଗୋଛ କରି ବାନ୍ଧି ଟିପେଇ କରନ୍ତି ଓ ଜାଲର ଅଗରେ ଏହାକୁ ବାନ୍ଧିଲେ ଏହା ଜାଲକୁ ପାଣିରେ ଭସାଇ ରଖେ
ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଲଘୁ, ମଧୁରରସ ଓ କୃମି ଏବଂ ପିତ୍ତନାଶକ ଶୁଖିଲା ଶୋଲକୁ ଚିପି ଦେଲେ ସଂକୀର୍ଣ୍ଣ ହୋଇଯାଏ ଓ ପାଣିରେ ବତୁରି ଗଲେ ଫୁଲିଯାଏ ଏଥିପାଇଁ ସ୍ତ୍ରୀଲୋକମାନେ ନାକ କାନର ଛିଦ୍ରକୁ ବଡ଼ କରିବାକୁ ଛିଦ୍ର ମଧ୍ୟରେ ଶୋଲ ଦିଅନ୍ତି
ଆଉ ଗୋଟିଏ ହାଲୁକା କାଠଯୁକ୍ତ ଜଳଜ ଗୁଳ୍ମକୁ କାଠଶୋଲ ବୋଲାଯାଏ ଏହା ଜାଣନ୍ତି ଗଛତୁଲ୍ୟ (sesbania Paludosa, the sponge-wood.) ଫୁଲ ପୀତବର୍ଣ୍ଣ ଓ ମଧ୍ୟରେ ରକ୍ତନୀଳ ଚିହ୍ନିତ କାଠ ଶୋଲ ପରି ଲଘୁ, କିନ୍ତୁ କୋମଳ ନୁହେଁ କେଉଟମାନେ ଏହାକୁ ଜାଲ ଅଗରେ ବାନ୍ଧନ୍ତି]
- ୨. ଶୋଲ ପରି ଖୁବ୍ ହାଲୁକା ପଦାର୍ଥ —୨. A light thing like ṡla.
[ଦ୍ରଷ୍ଟବ୍ୟ — ହରି ବୋଲ ଭାଇ ଗୋବିନ୍ଦ ବୋଲ, ଭାସିଲା ପଥର ବୁଡ଼ିଲା ଶୋଲ—ପ୍ରବଚନ କୌଣସି ଅସମ୍ଭବ କଥା ଉପଲକ୍ଷ୍ୟରେ ଲୋକେ ଏ ପ୍ରବଚନ ବୋଲନ୍ତି]
- ୩. ପୁରୁଣା ସିଝୁଗଛର ଛେଲି —୩. The bark of old euphorbia tree.
[ଦ୍ରଷ୍ଟବ୍ୟ —ଏହା ଅତ୍ୟନ୍ତ ହାଲୁକା ଥିବାରୁ କେଉଟମାନେ ଜାଲର ଅଗରେ ଲଗାନ୍ତି]