Jump to content

ଶୌରୀନ୍ଦ୍ର ମୋହନ ଠାକୁର

ଉଇକିଅଭିଧାନ‌ରୁ

ଶୌରୀନ୍ଦ୍ର ମୋହନ ଠାକୁର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି(ନାମ)

[ସମ୍ପାଦନା]

କଲିକତାର ଜନୈକ ସୂର୍ଗୀୟ ବିଖ୍ୟାତ ଧନୀ ଜମିଦାର —Name late of a rich Zamindar of Calcutta.

[ଦ୍ରଷ୍ଟବ୍ୟ — ଏ ହରକୁମାର ଠାକୁରଙ୍କ ପୁତ୍ର ଓ ମହାରାଜା ସର୍ ଯତୀନ୍ଦମୋହନ ଠାକୁରଙ୍କ ପିତା ଏ ଇଂରାଜ ସରକାରଙ୍କ ଠାରୁ ରୁଜା, ସଚ୍, ଓ ସି, ଆଇ. ଇ. ଉପାଧି ପାଇଥିଲେ ଏ ୨୪: ବର୍ଷ ବୟସରୁ ବଙ୍ଗ ଭାଷାରେ ପାଠ୍ୟ ପୁସ୍ତକ, ଅନୁବାଦ ଓ ସଙ୍ଗୀତ ବିଷୟରେ ଅନେକ ପୁସ୍ତକ ରଚନା କରି ଓ ହିନ୍ଦୁ ସଙ୍ଗୀତଶିକ୍ଷାକୁ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ କରି ଜଗତରେ ଯଶସ୍ୱୀ ହୋଇଅଛନ୍ତି ସଙ୍ଗୀତ ଓ ବାଦ୍ୟ ବିଦ୍ୟା ଶିକ୍ଷାର୍ଥ ଏ କଲିକତାର 'ସଙ୍ଗୀତ ବିଦ୍ୟା— ଳୟ' Academy of music ସ୍ଥାପନ କରିଥିଲେ ଏହାଙ୍କ ଅମଳରୁ ବଙ୍ଗଦେଶରେ ଲୁପ୍ତପ୍ରାୟ ହିନ୍ଦୁସଙ୍ଗୀତର ଧାରାବାହିକ ଚର୍ଚ୍ଚା ଅଲୃବ୍ଧ ହେଲା ଏଥୁଯୋଗୁଁ ସଭ୍ୟ ଜଗତର ଅନେକ ରାଜା, ସହିତ୍ୟସମାନ ଓ ବିଶ୍ୱବିଦ୍ୟାଳୟ ଏହାଙ୍କୁ ନାନା ଉପାଧି ଓ ପ୍ରଶଂସା ପତ୍ରଦ୍ୱାରା ସମ୍ମାନିତ କରିଥିଲେ; ଏମନ୍ତକି, ଆମେରିକାର 'ଫିଲାଡ଼େଲ୍ଫିୟା' ବିଶ୍ୱବିଦ୍ୟାଳୟ ଓ ବିଲାତର 'ଅକ୍ସ୍ଫୋଡ଼୍' ବିଶ୍ୱବିଦ୍ୟାଳୟ ଏହାଙ୍କୁ 'ସଙ୍ଗୀତ ବିଶାରଦ' Doctor of music ଉପାଧିଦ୍ୱାରା ଭୁଷିତ କରିଥିଲେ ଏ ନିଜେ ମଧ୍ୟ ପ୍ରସିଦ୍ଧ ସୁବାଦକ, ନାଟ୍ୟକଳାଭିଜ୍ଞ ଥିଲେ ଓ ବଙ୍ଗୀୟ ଓ ହିନ୍ଦୁସ୍ଥାନୀ ସଙ୍ଗୀତର ଅନେକ 'ଘତ୍' ରଚନା କରିଥିଲେ ଏହାଙ୍କ ରଚିତ ଓ ପ୍ରକାଶିତ ଗ୍ରନ୍ଥସଂଖ୍ୟା ପଞ୍ଚାଶତ୍ ହେବ ଏମଧ୍ୟ 'ମଣିକଳା' ନାମକ ରତ୍ନ ପରିଚୟ ବିଷୟରେ ପ୍ରାମାଣିକ ଗ୍ରନ୍ଥ ରଚନା କରିଥିଲେ]