Jump to content

ଶ୍ରାବସ୍ତୀ

ଉଇକିଅଭିଧାନ‌ରୁ

ଶ୍ରାବସ୍ତୀ

ଉଚ୍ଚାରଣ

[ସମ୍ପାଦନା]

[ଶ୍ରାବସ୍ତୀପୁର—ଅନ୍ୟ ନାମ]

ସଂସ୍କୃତ - ବି— (ନାମ)—[ଶ୍ରାବସ୍ତ+ ପ୍ରତିଷ୍ଠିତାର୍ଥେ. ଈ]

[ସମ୍ପାଦନା]

ଗୋଟିଏ ପ୍ରାଚୀନ ଜନପଦ ଓ ତହିଁରେ ରାଜଧାନୀ [ବିଶ୍ୱକୋଷ] —Name of an ancient kingdom and its capital.

[ଦ୍ରଷ୍ଟବ୍ୟ — ଅଯୋଧ୍ୟା ପ୍ରଦେଶରେ ଗୋଣ୍ଡା ଜିଲ୍ଲାର ରାପ୍ତୀ ନଦୀର ଦକ୍ଷିଣ କୂଳରେ ଅବସ୍ଥିତ 'ସେଟମେହଟ' ନାମକ ଗୋଟିଏ ଗଣ୍ଡ ଗ୍ରାମରେ ଶ୍ରାବସ୍ତୀର ଭଗ୍ନାବଶେଷ ଦେଖାଯାଏ ଏକ ସମୟରେ ବୁଦ୍ଧଦେବ ଏଠାରେ କିଛିଦିନ ଅବସ୍ଥାନ କରି ଥିଲେ ଏହା ବୈଦ୍ଧମାନଙ୍କର ଗୋଟିଏ ପ୍ରସିଦ୍ଧ ତୀର୍ଥ ଯଣ୍ଡିତମାନେ ସ୍ଥିର କରିଅଛନ୍ତି ଯେ ବଳରାମପୁର ରାଜଧାନୀର ୧ ମାଇଲ୍ ଦୂରରେ ସେଟମହେଟ ନାମକ କ୍ଷୁଦ୍ର ଗ୍ରାମର ଅଦୂରେ ନଦୀର ଅପର ତୀରରେ ପ୍ରାଚୀନ ଶ୍ରାବସ୍ତୀ ବଗର ବିଦ୍ୟମାନ ଥିଲା ହରିବଂଶରେ ଲେଖା ଅଛି ଯେ ସୂର୍ଯ୍ୟ— ବଂଶୀୟ ରାଜା ଯୁବନାଶ୍ୱଙ୍କ ପୌତ୍ର ଓ ଶ୍ରାବରାଜାଙ୍କ ପୁତ୍ର ଶ୍ରାବସ୍ତ ଏ ନଗରର ବସାଇଥିଲେ ବିଷ୍ଣୁ ପୁରାଣ,ମହାଭାରତ ପାଣିନି ଓ ଭାଗବତରେ ଏ ନଗରରେ ଉଲ୍ଲେଖ ଅଛି 'ତ୍ରିକୋଣ୍ଡ ଶେଷ' ଗ୍ରନ୍ଥରେ ଶ୍ରାବସ୍ତ୍ରୀର ଅପର ନାମ ଧର୍ମ ପତ୍ତନ ଥିବା ଲେଖା ଅଛି ବାସବଦତ୍ତା ଆଦିରେ ଏ ନଗରର ଓ ଏ ନଗରରେ ପ୍ରବାହିତ ରାପ୍ତୀ ନଦୀର ନାମ ଐରାବତୀ ଥିବା ଲେଖା ଅଛି ରାମାୟଣରେ ଲେଖାଯାଏ, ଯେ ଏ ନଗର ଉତ୍ତର କୋଶଳର ରାଜଧାନୀ ଥିଲା ଓ ରାମଚନ୍ଦ୍ର ମୃତ୍ୟୁକାଳରେ ଏ ଜନପଦ ଲବଙ୍କୁ ଦେଇ ଯାଇଥିଲେ ବୁଦ୍ଧଦେବଙ୍କ ସମୟରେ [ଖ୍ରୀଷ୍ଟପୁର୍ବ ୬ଷ୍ଠୀ ଶତାଦ୍ଦୀରେ] ଶ୍ରାବସ୍ତୀର ଦକ୍ଷିଣରେ ସାଂକେତ [ଅଯୋଧ୍ୟା] , ପୂର୍ବେ ବୈଶାଳୀ (ବନାରସ ଓ ବିହାର) ଥିଲା ସେ ସମୟରେ ଏ ନଗର ବାଣିଜ୍ୟ ଶୌଧ୍ୟଦି ଯୋଗୁଁ ଖୁବ୍ ସମୃଦ୍ଧିମନ୍ତ ଥିଲା ଚୀନପରିବ୍ରାଜକ ଫାହିଆନ୍ ଖ୍ରୀଷ୍ଟୀୟ ୫ମ ଶତାଦ୍ଦୀରକେ ପ୍ରାରମ୍ଭରେ ଭାରତକୁ ଆସିଥିଲେ ଓ ସେ ଏଠାରେ ଥିବା, ମଠ ସଂଘାରାମ ଓ ଅଟ୍ଟାଳିକାମାନ ଧ୍ୱଂସ ମୁଖରେ ପଢ଼

ଥିବା ଦେଖିଥିଲେ କିନ୍ତୁ ୧୫: ବର୍ଷ ପରେ ଚୀନପରିବ୍ରାଜକ ହୁଏନସାଙ୍କ ଭାରତକୁ ଆସିବା ସମୟରେ ଏ ନଗରରଅଟ୍ଟାକିଳା ମାନ ସମ୍ପୁର୍ଣ୍ଣ ବିଧ୍ୱସ୍ତ ହୋଇଥିଲା ବହୁକାଳ ପୂର୍ବେ ଏଠାରେ ଜୈନଧର୍ମ ପ୍ରବଳ ଥିଲା; ବୁଦ୍ଧଙ୍କ ଆବିର୍ଭାବ ପରେ ବୈଦ୍ଧ ଧର୍ମର ପ୍ରାଧାନ୍ୟ ସ୍ଥାପିତ ହେଲା ଓ ତତ୍ପରେ ହିନ୍ଦୁଧର୍ମର ପ୍ରାଧାନ୍ୟ ହେଲା ମହମ୍ମଦଘୋରୀଙ୍କ ଭାରତ ବିଜୟ (ଖ୍ରୀ. ଦ୍ୱାଦଶ ଶତାଦ୍ଦୀ) ପରେ ଇତିହାସରେ ଶ୍ରାବସ୍ତୀର ନାମୋ ଲ୍ଲେଖ ଦେଖାଯାଏ ନାହିଁ— ବିଶ୍ୱକୋଷ]