ଶ୍ରିଆ
ଦେଖଣା
ଶ୍ରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶ୍ରୀ ଶବ୍ଦର ୩ୟା ୧ ବଚନ ରୂପେ ଶ୍ରିୟା)
[ସମ୍ପାଦନା]- ୧. ଶ୍ରୀ; ମବାଲକ୍ଷ୍ମୀ —୧. The Goddess of wealth.
[ଉ—ଶ୍ରୀପତି, ଶ୍ରୀକର, ଶ୍ରୀଧର, ଶ୍ରିୟା ଦେବୀଙ୍କ ମନୋହରକମଳ ଲୋଚନ ଚଉତିଶା]
- ୨. ପିଲାମାନେ ଚାହାଳିରେ ପ୍ରତିଦିନ ବିଦ୍ୟାଭ୍ୟାସ କରିବା ପୂର୍ବରୁ ଭୁମିରେ ଖଡ଼ିଦ୍ୱାରା ବା ତାଳ ପତ୍ରରେ ଲେଖନଦ୍ୱାରା ଲେଖିବା ଅକ୍ଷର; ଶ୍ରୀ — ୨. The figure of ṡrī written on the floor with chalk or on the palm leaf with iron pen by a student before he begings his day's work in the village school.
(ଉ— ଖଡ଼ି ହସ୍ତେ ନେଇ ଶ୍ରିୟା ଲେଖିବୁ— କହନ୍ତି ମାଏ ଗୋ ଚଇତିଶା) [ଦ୍ରଷ୍ଟବ୍ୟ — ଶିଶୁର ପ୍ରଥମ ବିଦ୍ୟାରମ୍ଭ କାଳରେ ଶିଶୁ ଭୁମିରେ ଯେଉଁ ମୁଣ୍ଡଳା (ଠ) କାଟେ ତାହା ଶ୍ରୀ (ଅର୍ଥାତ୍ ଶ୍ରୀ, ଭୀ, ଠ)ର ରୁପାନ୍ତର ମାତ୍ର]