ଶ୍ରୀବତ୍ସ

ଉଇକିଅଭିଧାନ‌ରୁ

ଶ୍ରୀବତ୍ସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଶ୍ରୀ = ଲକ୍ଷ୍ମୀ +ବତ୍ସ=ପ୍ରିୟ; କିମ୍ୱା ଶ୍ରୀଯୁକ୍ତ ବତ୍ସ=ବକ୍ଷ ଯାହାର; ବହୁବ୍ରୀହି)[ସମ୍ପାଦନା]

୧. ବିଷ୍ଣୁ —୧. Bishṇu.
୨. ବିଷ୍ଣୁଙ୍କବକ୍ଷସ୍ଥଳସ୍ଥ ଦକ୍ଷିଣାବର୍ତ୍ତି ଶୁକ୍ଳ ରୋମାବଳୀ; ଭୃଗୁ ପଦଚିହ୍ନ — ୨. A white whorl on the breast of Bishṇu (which turns to the right) the foot print of Bhṛugu.

[ଦ୍ରଷ୍ଟବ୍ୟ —ଭୃଗୁତଳେ ନୋଟ ଦେଖ]

୩. ଗୃହବିଶେଷ —୩. A sort of house which has a spiral hole; a labyrinth.
୪. (ନାମ)—ଜନୈକ ନୃପ — Name of a king.

[ଦ୍ରଷ୍ଟବ୍ୟ — ଏ ଅଯୋଧ୍ୟାର ରାଜା (ମତାନ୍ତରରେ ପ୍ରାଗ୍ଦେଶର ରାଜା) ଚିତ୍ରବରଙ୍କ ପୁତ୍ର ଥିଲେ ଏହାଙ୍କ ପତ୍ନୀ ଚିତ୍ରସେନ, କନ୍ୟା ଚିନ୍ତାଦେବୀ ଏକଦା ଲକ୍ଷ୍ମୀ ଓ ଶନିଗ୍ରହଙ୍କ ମଧ୍ୟରେ କିଏ ବଡ଼, ଏହି ବିବାଦ ଲାଗିବାରୁ ଦୁହେଁ ଶ୍ରୀବତ୍ସଙ୍କୁ ଭଲଲୋକ ମାନିଲେ ଶ୍ରୀବତ୍ସ ହଠାତ୍ ଏ ସଂଖ୍ୟା ସଙ୍ଖାଧାନ ନ କରି ଗୋଟିଏ ସୁନାର ଗୋଟିଏ ରୂପାର ସିଂହାସନ କରାଇ ଉକ୍ତସିଂହାସନଦ୍ୱୟକୁ ନିଜ ସିଂହାସନର ଯଥାକ୍ରମେ ଦକ୍ଷିଣ ଓ ବାମଦିଗରେ ପକାଇ ରଖିଲେ ଅତଃପର ଲକ୍ଷ୍ମୀ ଓ ଶନି ଉପସ୍ଥିତ ହୋଇ ଲକ୍ଷ୍ମୀ ସ୍ୱର୍ଣ୍ଣ ସିଂହାସନରେ ଓ ଶନି ରୌପ୍ୟ ସିଂହାସନରେ ବସିଲେ; ଏହା ଦେଖି (ଶ୍ରୀବତ୍ସ ଲକ୍ଷ୍ମୀଙ୍କର ଶ୍ରେଷ୍ଠତ୍ୱ ପ୍ରକାଶ କଲେ ଏଥିରେ ଶନି କୁପିତ ହୋଇ ଶ୍ରୀବତ୍ସଙ୍କର ସର୍ବନାଶ ଘଟାଇବାକୁ ବସିଲେ, କିନ୍ତୁ ଛିଦ୍ର ନ ପାଇବାରୁ ଶ୍ରୀବତ୍ସଙ୍କର ଶରୀରରେ ପ୍ରବେଶ କରି ପାରିଲେ ନାହିଁ କିଛି ଦିନ ପରେ

ଏକଦା ଶ୍ରୀବତ୍ସଙ୍କ ସ୍ନାନ ପରେ ତାଙ୍କ ଗାତ୍ରବିଧୌତ ଜଳକୁ ଗୋଟିଏ କଳା କୁକୁର ଚାଟିବାରୁ ଶନି ଏହି ଛିଦ୍ର ପାଇ ଶ୍ରୀବତ୍ସଙ୍କ ଦେହରୁ ପ୍ରବେଶ କଲେ ଓ ବଜ୍ଜନ୍ୟ ଶ୍ରୀବତ୍ସଙ୍କର ମତିଭ୍ରମ ଘଟିଲା ସେ ଗୋଟିଏ କନ୍ଥା ମଧ୍ୟରେ ବହୁମୁଲ୍ୟ ରତ୍ନାଦି ପୂରାଇ ତାକୁ ସଙ୍ଗରେ ନେଇ ପତ୍ନୀ ସହ ରାଜ୍ୟ ତ୍ୟାଗ କଲେ ବାଟରେ ଶନି ଗୋଟିଏ ମାୟା ନଦୀ ସୃଷ୍ଟି କରି ସ୍ୱୟଂ ଗୋଟିଏ ଜୀର୍ଣ୍ଣ ତରୀ ନେଇ ଉପସ୍ଥିତ ହେଲେ ସେ ଜୀର୍ଣ୍ଣ ତରୀରେ ଥରକେ ଏକାଧିକ ବ୍ୟକ୍ତି ପାରି ହୋଇ ପାରିବେ ନାହିଁ; ଶ୍ରୀବତ୍ସ ଏହା ଦେଖି ପ୍ରଥମେ ରତ୍ନପୂର୍ଣ୍ଣ କନ୍ଥାକୁ ଆର ପାରିକୁ ନେବା ନିମନ୍ତେ ନାବିକକୁ କହି ଡ଼ଙ୍ଗା ମଧ୍ୟରେ ଉକ୍ତି କନ୍ଥାକୁ ରଖିଦେଲେ ଓ ଉକ୍ତ ନୌକା କିଛିଦୂର ଅଗ୍ରସର ହୁଅନ୍ତେ ଉକ୍ତ ମାୟାନଦୀ ଓ ନୌକା କେଉଁଆଡ଼େ ଉଭେଇ ଗଲା ଏବଂ ରାଜଦମ୍ପତ୍ତି ନିଃସ୍ୱ ହୋଇ ବୁଲିଲେ ସେ ଶେଷକୁ ଯାଇ ଗୋଟିଏ କାଠୁରିଆ ପଲ୍ଲୀରେ ଆଶ୍ରୟ ନେଇ ବଣରୁ କାଠ ସଂଗ୍ରହ କରି ଆଣି ତାକୁ ବିକି ପତି ପତ୍ନୀଙ୍କର ଜୀବରଯାତ୍ରା ନିର୍ବାହ କରୁଥାଆନ୍ତି ଏଥିରେ ସୁଦ୍ଧା ଶନି ସନ୍ତୁଷ୍ଟ ନ ହୋଇ 'ଚିନ୍ତାଙ୍କୁ' ତାଙ୍କଠାରୁ ବିଚ୍ଛିନ୍ନ କରିବା ପାଇଁ କୌଶଳ ପାଞ୍ଚିଲେ ଚିନ୍ତା ସତୀ ସ୍ତ୍ରୀ ଥିଲେ ଦିନେ ଶ୍ରୀବତ୍ସ ବସାରେ ଚିନ୍ତାଙ୍କୁ ଛାଡ଼ି କାଠ ଆଣିବା ପାଇଁ ବଣକୁ ଯାଇଅଛନ୍ତି, ଏହି ସମୟରେ ଉକ୍ତ ପଲ୍ଲୀ ନିକଟସ୍ଥ ନଦୀର ଗୋଟିଏ ଚଢ଼ାରେ ଜଣେ ମହାଜନର ଡ଼ଙ୍ଗା ଲାଗି ଗଲା ଶନି ଉକ୍ତ ମହାଜନ ନିକଟରେ ଦୈବଜ୍ଞରୂପେ ଉପସ୍ଥିତ ହୋଇ କହିଲେ ଯେ ଏ ପଲ୍ଲୀରେ ଜଣେ ସତୀ ଅଛନ୍ତି, ସେ ଆସି ନୌକାରେ ଗୋଡ଼ଛୁଇଁଦେଲେ ଡ଼ଙ୍ଗା଼ ଚଳିବ ଏହା ଶୁଣି ମହାଜନ କାଠୁରିଆ ପଲ୍ଲୀକୁ ଯାଇ ବହୁତ ନେହୁରା ହୋଇ ଆପଣାର ବିପଦ କଥା ଚିନ୍ତାଙ୍କ ଜଣାଇବାରୁ ଚିନ୍ତା ଦୟାବିଗଳିତା ହୋଇ ଡ଼ଙ୍ଗା ନିକଟକୁ ଯାଇ ଯେଉଁକ୍ଷଣି ନୌକାରେ ପଦସ୍ପର୍ଶ କରିଦେଲେ, ନୌକା ତତ୍କ୍ଷଣାତ୍ ଭାସି ଉଠିଲା ଏହା ଦେଖି ମହାଜନ ବିଚାରିଲା, ପୁଣି ଭବିଷ୍ୟତରେ ଯେବେ ନୌକା ଚଢ଼ାରେ ଲାଗେ, ତାହାହେଲେ ଏ ସ୍ତ୍ରୀଟିକୁ ସଙ୍ଗରେ ନେଇଗଲେ ମୋର ଆଉ ବିପଦର ଆଶଙ୍କା ରହିବ ନାହିଁ ଏହା ବିଚାରି 'ଚିନ୍ତାଙ୍କୁ' ବଳପୂର୍ବକ ନେଇ ଡଙ୍ଗାରେ ବସାଇ ଚାଲିଗଲା ଚିନ୍ତା ଅତ୍ୟନ୍ତ ରୂପବତୀ ଥିଲେ କାଳେ ମହାଜନ ଏହି ରୂପରେ ମୁଗଧ୍ ହୋଇ ତାଙ୍କର ଧର୍ମନାଶ କରିବ, ଏହି ଆଶଙ୍କାରେ ଚିନ୍ତା ସୂର୍ଯ୍ୟଙ୍କୁ ସ୍ତବ କରି କୁତ୍ସିତରୂପ ହେବା ପାଇଁ ବର ମାଗିଲେ ଓ ଫଳତଃ ସୂର୍ଯ୍ୟଦେବଙ୍କ କୃପାରୁ ତାଙ୍କ ସୂରୁପ କୁରୁପରେ ପରିଣତ ହେଲା ଓ ଏତଦ୍ଦ୍ୱାରା ତାଙ୍କର ଧର୍ମ ରକ୍ଷା ହେଲା 

ଏଣେ ଶ୍ରୀବତ୍ସ ବଣରୁ କାଠ ଘେନି ଫେରିଆସି ବସାରେ ଚିନ୍ତାଙ୍କୁ ନ ଦେଖି କାଠୁରିଆ ସ୍ତ୍ରୀମାନଙ୍କୁଠାରୁ ମହାଜନର ଖବର ବୁଝି ଚିନ୍ତାଙ୍କୁ ଖୋଜିବାକୁ ବାହାରିଲେ ପ୍ରଥମେ ଯାଇ କାମଧେନୁ ସୁରଭୀଙ୍କ ଆଶ୍ରମରେ ପହଞ୍ଚିଲେ ସୁରଭୀ ତାଙ୍କ ପ୍ରତି ପ୍ରସନ୍ନା ହୋଇ ତାଙ୍କୁ ଆଶ୍ରୟ ଦେଲେ ଓ ତାଙ୍କୁ ସାନ୍ତ୍ୱନା ଦେଲେ ଯେ ସେ ହୃତରାଜ୍ୟ ଓ ହୃତ ଚିନ୍ତାଙ୍କୁ ଫେରି ପାଇବେ ସେ ଆଶ୍ରମରେ ଥିବା ସୁରଭୀ କନ୍ୟା ନନ୍ଦିନୀଙ୍କ ମୁଖକ୍ଷରିତ ଓ ପାନାବିଶିଷ୍ଟ ଦୁଗ୍ଧଫେନପରିଷିକ୍ତ କାଦୁଅକୁ ବଳି ଗୋଟିଏ ଲେଖାଏ ଇଟା ତିଆରି କଲେ ସେ ଇଟା ସୁନା ପାଲଟି ଗଲା ଏହିପରି ଗୁଡ଼ିଏ ଇଟା ଜମା ହେବାରୁ ସେହି ଆଶ୍ରମ ପାଖ ନଦୀ ବାଟେ ଚିନ୍ତାଙ୍କୁ ନୌକାରେ ବନ୍ଦିନୀ କରିଥିବା ମହାଜନର ଡ଼ଙ୍ଗା ଯିବାବେଳେ ଏ ଇଟାତକ ନେଇ ବିକ୍ରି କରିବାପାଇଁ ଶ୍ରୀବତ୍ସ ମହାଜନକୁ ଦେଲେ ମହାଜନ ସୁନା ଇଟାତକ ଏହାଙ୍କୁ ଡ଼ଙ୍ଗାରେ ନେଇ ପରେ ଶ୍ରୀବତ୍ସଙ୍କୁ ନଈକୁ ପେଲିଦେଲା ବନ୍ଦିନୀ କିନ୍ତା ସ୍ୱାମୀଙ୍କୁ ଚିହ୍ନିପାରି ନୌକାସ୍ଥ ବନ୍ଦିଶାଳରୁ ଖଣ୍ଡିଏ ତକିଆ ପାଣିକୁ ଫିଙ୍ଗି ଦେଲେ ଓ ସେ ତକିଆକୁ ଆଶ୍ରାକରି ଶ୍ରୀବତ୍ସ ବଞ୍ଚିକରି ଯାଇ ଏକ ରାଜ୍ୟରେ ଲାଗିଲେ ଓ ସେଠାର ରାଜକନ୍ୟା ଭଦ୍ରା ତାଙ୍କୁ ବରମାଲ୍ୟ ପ୍ରଦାନ କଲେ ଶ୍ରୀବତ୍ସ ରାଜକନ୍ୟାଙ୍କୁ ଅନୁରୋଧ କରି ରାଜାଙ୍କଦ୍ୱାରା ନିଜେ ବାଣିଜ୍ୟ ତରିମାନଙ୍କରୁ ଶୁଳକ୍ ସଂଗ୍ରାହକ ରୂପ ରାଜକର୍ମରେ ନିଯୁକ୍ତ ହେଲେ ଓ ଏହି ଉପଲକ୍ଷରେ ସେ ସେଠାକୁ ଆସୁଥିବା ଆସୁଥିବା ସମସ୍ର ବାଣିଜ୍ୟ ତରୀମାନ ଅନ୍ୱେଷଣ କରି 'ଚନ୍ଦ୍ରା'ଙ୍କୁ ଖୋଜୁ ଥାଆନ୍ତି ଏହିପରି ଖୋଜୁ ଖୋଜୁ ଶେଷୋକ୍ତ ମହାଜନ ସେଠାରେ ପହଞ୍ଚିଲା ଓଶ୍ରୀବତ୍ସ ମହାଜନର ଜାହାନରେ ଚିନ୍ତାଙ୍କୁ ଦେଖି ତାଙ୍କୁ ଚିହ୍ନି ସାଦରରେ ଗ୍ରହଣ କଲେ ଏବେ ସୂର୍ଯ୍ୟଙ୍କ କୃପାରୁ ଚିନ୍ତା ନିଜର ପର୍ବରୁପଲାବଣ୍ୟ ଫେରି ପାଇଲେ ଓ ଶନିଙ୍କୁ ସ୍ତବଦ୍ୱାରାସନ୍ତୁଷ୍ଟ କରି ଶନିଙ୍କ କୋପକୁ ଶାନ୍ତ କରାଇଲେ ଶ୍ରୀବତ୍ସ ଚିନ୍ତା ଓ ଭଦ୍ରାଙ୍କୁ ଘେନି ସ୍ୱରାଜ୍ୟକୁ ଫେରି ଆସିଲେ ଓ ଲକ୍ଷ୍ମୀଙ୍କ କୃପାରୁ ପୁଣି ରାଜା ହୋଇ ସୁଖସମ୍ପଦରେ ବାସ କଲେ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲୋକଙ୍କ ନାମ —A name given to males.