ଶ୍ରୀ ମାୟାପୁର
ଶ୍ରୀ ମାୟାପୁର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବଙ୍ଗଦେଶର ନଦୀୟା ଜିଲ୍ଲାରେ ଗଙ୍ଗାର ପୂର୍ବ ପାରରେ ଶ୍ରୀ ଗୌରାଙ୍ଗ ଦେବଙ୍କ ଜନ୍ମସ୍ଥାନ —Name of the birth place of Ch&aline;i̱tanya.
[ଦ୍ରଷ୍ଟବ୍ୟ —ଏହା ବର୍ତ୍ତମାନ ନବଦ୍ୱୀପ ସହରର ବା କୁଳିଆର ଅପାର ପାରରେ ଅବସ୍ଥିତ 'ଊର୍ଦ୍ଧାମ୍ନାୟ ମହାତନ୍ତ୍ର' କାପିଳ ତନ୍ତ୍ର', 'ବ୍ରହ୍ମଯାମଳ', 'ଭବିଷ୍ୟ ପୁରାଣ ବ୍ରହ୍ମଖଣ୍ଡ', ଶ୍ରୀଳ ପ୍ରବୋଧାନନ୍ଦ ସରସ୍ୱତୀଙ୍କର ନବଦ୍ୱୀପଶତକ ଏବଂ ଭକ୍ତିରତ୍ନାକର ଗ୍ରନ୍ଥରେ ଶ୍ରୀମାୟାପୁରର କଥା ଉଲ୍ଲିଖିତ ଅଛି ଯଥା— ଭୂମିଷ୍ଠ ହେବାଠାରୁ ପ୍ରଥମ ଚବିଶ ବର୍ଷ ଶ୍ରୀଚୈତନ୍ୟ ଶ୍ରୀ ମାୟାପୁରରେ ଅବସ୍ଥାନ କରି ତତ୍ପରେ ସନ୍ନ୍ୟାସ ଗ୍ରହଣ କରି ପୁରୀରେ ଆସି ବାସ କଲେ ଓ ଦକ୍ଷିଣ ଦେଶରେ ବେଷ୍ଣବ ଧର୍ମ ସର୍ବତ୍ର ପ୍ରଚାର କଲେ
ବ୍ରଜରେ ଯେପରି ଶ୍ରୀ ଗୋକୁଳ, ନବଦ୍ୱୀପରେ ସେହିପରି ଶ୍ରୀ ମାୟାପୁର ଶ୍ରୀ ମାୟାପୁର—ଶ୍ରୀ ନବଦ୍ୱୀପ ଧାମର ମହାଯୋଗ ପୀଠ, ଶ୍ରୀ ନବଦ୍ୱୀପ ଧାମର ପରିଧି ଷୋଳ କ୍ରୋଶ, ଧାମଟି ଅଷ୍ଟଦଳ ପଦ୍ମର ଆକାର ଅଷ୍ଟ— ଦଳରେ ଅଷ୍ଟଦ୍ୱୀପ ଓ ମଧ୍ୟଭାଗରେ କର୍ଣ୍ଣିକାର ମଧ୍ୟଭାଗରେ ଅନ୍ତର୍ଦ୍ୱୀପ, ଅନ୍ତର୍ଦ୍ୱୀପର ମଧ୍ୟସ୍ଥଳରେ ଶ୍ରୀ ମାୟାପୁର, ଶ୍ରୀ ମାୟା— ପୁରର ମଧ୍ୟଭାଗରେ ମହାଯୋଗ ପୀଠ ରୂପ ଶ୍ରୀ ଜଗନ୍ନାଥ ମିଶ୍ରଙ୍କର ମନ୍ଦିର
ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସମୟରେ ଏହି ନବଦ୍ୱୀପ ମଧ୍ୟରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଉପଗ୍ରାମ ବା ପଲ୍ଲୀ ଅବସ୍ଥିତ ଥିଲା (୧): ଅନ୍ତର୍ଦ୍ୱୀପ (୨): ସୀମନ୍ତ ଦ୍ୱୀପ (୩): ଗୋଦ୍ରୁମ ଦ୍ୱୀପ ଓ (୪): ମଧ୍ୟ ଦ୍ୱୀପ—ଏହି ଚାରିଗୋଟି ଦ୍ୱୀପ ଭାଗୀରଥିର ପୂର୍ବ ପାଖରେ, ଆଉ (୧): କୋଲଦ୍ୱୀପ (୨): ଋତୁଦ୍ୱୀପ (୩): ଜହ୍ନଦ୍ୱୀପ (୪): ମୋହଦ୍ରୁମ ଦ୍ୱୀପ ଓ (୫): ରୁଦ୍ରଦ୍ୱୀପ ଏହି ପାଞ୍ଚଗୋଟି ଭାଗୀରଥିର ପଶ୍ଚିମ ପାଖରେ ଅବସ୍ଥିତ ଥିଲା [ଭକ୍ତି ରତ୍ନାକର ୮ମ ତରଙ୍ଗ ଦ୍ରଷ୍ଟବ୍ୟ ]
ଶ୍ରୀନିବାସାଚାର୍ଯ୍ୟଙ୍କର ପରିକ୍ରମା ସମୟରେ ନବଦ୍ୱୀପରେ ଅନେକ ଗ୍ରାମ ଲ୍ୱପ୍ତ ଓ ନାନଭାବେ ବିକୃତ ହୋଇଥିଲା
ଶ୍ରୀ ମାୟାପୁର ଗ୍ରାମର ନାମ ମଧ୍ୟ ସମୟରେ ଅଶିକ୍ଷିତ ବ୍ୟକ୍ତିମାନଙ୍କଦ୍ୱାରା ବିକୃତ ଓ ସାଧାରଣଙ୍କର ଅଜ୍ଞାତ ହୋଇ ପଡ଼ିଥିଲା ପ୍ରାୟ ୨୫: ବର୍ଷ ପୂର୍ବେ ଆବିର୍ଭୂତ ତଦାନୀନ୍ତନ ବୈଷ୍ଣବ ସମାଜରେ ଅବିସଂବାଦିତରୂପେ 'ସିଦ୍ଧ ମହାଜନ' ବୋଲି ସ୍ୱୀକୃତ ବୈଷ୍ଣବ ସାର୍ବଭୌମ ଶ୍ରୀଳ ଜଗନ୍ନାଥ ଦାସ ବାବାଜୀ ମହାରାଜଙ୍କର ନିର୍ଦ୍ଦେଶମତେ ଶ୍ରୀଳ ଭକ୍ତିବିନୋଦ ଠାକୁର ଶ୍ରୀଚୈତନ୍ୟଦେବଙ୍କର ଲୁପ୍ତ ଜନ୍ମ— ସ୍ଥାନ ଶ୍ରୀଧାମ ମାୟାପୁରକୁ ପୁନରାୟ ଉଦ୍ଧାର ଓ ପ୍ରଚାର କରିଥିଲେ ବର୍ତ୍ତମାନ ସୁଦ୍ଧା ଶ୍ରୀ ମାୟାପୁରର ଅନତିଦୂରରେ ଚାନ୍ଦକାଜିର ସମାଧି ଓ ଏହି ସମାଧି ଉପରେ ୪୫: ବର୍ଷ ପୂର୍ବର ଗୋଲୋକଚମ୍ପା ବୃକ୍ଷ ବିରାଜିତ ଅଛି ହଣ୍ଟର ସାହେବ ଲେଖିଅଛନ୍ତି: — Nadia (Nabadwipa), the ancient capital of Nadia district and the residence of Laxman Sen. According to local legend the town was founded in ୧୦୬୩ by Laxman Sen. Here in the end of the ୧୫th century was born the Great Reformer Ch&aline;i̱tanya (Hunter's Imperiāl Gazetter ୧୮୮୦).
'ନଦୀୟା (ନବ— ଦ୍ୱୀପ) ଜିଲ୍ଲାର ପ୍ରାଚୀନ ରାଜଧାନୀ ଏବଂ ଲକ୍ଷ୍ମଣସେନଙ୍କର ବାସସ୍ଥଳୀ ସ୍ଥାନୀୟ କିମ୍ୱଦନ୍ତୀ ଅନୁସାରେ ୧୨୩: ଖ୍ରୀଷ୍ଟାବ୍ଦରେ ସେହି ନଗରୀ ଲକ୍ଷ୍ମଣସେନଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ୧୫ଶ ଶତାବ୍ଦୀର ଶେଷ ଭାଗରେ ଏହି ସ୍ଥାନରେ ସୁପ୍ରସିଦ୍ଧ ଧର୍ମପ୍ରଚାରକ ଶ୍ରୀଚୈତନ୍ୟଦେବ ଜନ୍ମ ଗ୍ରହଣ କରିଥିଲେ"
ଲଣ୍ଡନର 'ବ୍ରିଟିଶ୍ ମିଉଜିୟମ୍' ଏବଂ 'ଆଡିମିରାଲ୍ଟି ଭବନ'ରେ ସଂରକ୍ଷିତ ଦୁଇଟି ମାନଚିତ୍ର ମଧ୍ୟ ଜଲଙ୍ଗୀ ନଦୀର ଉତ୍ତରାଂଶରେ ଓ ଭାଗୀରଥୀର ପୂର୍ବାଂଶରେ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ନବଦ୍ୱୀପର ତାତ୍କାଳିକ ସ୍ଥିତି ବିଷୟରେ ସାକ୍ଷ ପ୍ରଦାନ କରୁଅଛି ୧୯୩୪: ସାଲ ଜୁନ୍ ୧୩: ତାରିଖରେ ଶ୍ରୀଧାମ ମାୟାପୁର ଯୋଗପୀଠର ନବନିର୍ମିତ ମନ୍ଦିରର ଭିତ୍ତି ଖନନ ସମୟରେ ଚତୁର୍ଭୁଜ 'ଅଧୋକ୍ଷଜ' ବିଷ୍ଣୁମୂର୍ତ୍ତି ଓ ତତ୍ସହ କତିପୟ ଭଗ୍ନମୃତପାତ୍ର ମିଳିଅଛି ଉକ୍ତ ବିଷ୍ଣୁମୂର୍ତ୍ତି ଶ୍ରୀଜଗନ୍ନାଥ ମିଶ୍ରଙ୍କର ପୂଜିତ ଓ ଗୌରାଙ୍ଗଙ୍କର ଗୃହ ଦେବତା
ତ୍ରିପୁରା ରାଜ୍ୟର ଅଠୀଶ୍ୱର ପଞ୍ଚଶ୍ରୀକ ବୀରଚନ୍ଦ୍ର ଦେବବର୍ମ ମାଣ୍ୟିକ୍ୟ, ତତ୍ପରେ ତାହାଙ୍କର ପୁତ୍ର ମହାରାଜ ରାଧାକିଶୋର ଦେବବର୍ମ ମାଣିକ୍ୟ, ତଦୀୟ ପୁତ୍ର ମହାରାଜ ବୀରକିଶୋର ଦେବବର୍ମ ମାଣିକ୍ୟ ଏବଂ ତାହାଙ୍କର ତନୟ ମହାରାଜ ସର୍ ଶ୍ରୀ ବୀରବିକ୍ରମ କିଶୋର ଦେବବର୍ମ ମାଣିକ୍ୟ ବାହାଦୁର K. C. S. I ଶ୍ରୀ ନବଦ୍ୱୀପ ଧାମ ପ୍ରଚାରିଣୀ ସଭାର ସଭାପତିଙ୍କ ଆସନରେ ସମାସୀନ ହୋଇ ଆସିଅଛନ୍ତି ଏହି ସଭାର କାର୍ଯ୍ୟକାରୀ ସମିତର ସଭାପତି ଥିଲେ—ପରଲୋକ— ଗତ ଦୀନାଜପୁରାଧିପତି ମହାରାଜ ବାହାଦୁର ମାନ୍ୟବର ଗିରିଜାନାଥ ରାୟ ଭକ୍ତିସିନ୍ଧୁ; ଓ ବଙ୍ଗୀୟ ସାହିତ୍ୟ ପରିଷଦର ରାୟ ଯତୀନ୍ଦ୍ରନାଥ ଚୌଧୁରୀ, ଏମ୍. ଏ., ବିଶେଷ୍ୟ - ଏଲ, ଓ ଶ୍ରୀକଣ୍ଠ ଭକ୍ତିଭୂଷଣ ମହାଶୟ ଦ୍ୱୟ ଏହି ସଭାର ସହକାରୀ ସମ୍ପାଦକ ଥିଲେ ମହାମହୋପାଧ୍ୟାୟ ପଣ୍ଡିତ ଅଜିତ୍ନାଥ ନ୍ୟାୟରତ୍ନ ମହାଶୟ, ପଣ୍ଡିତ ଶ୍ରୀ ଶ୍ୟାମଲାଲ ଗୋସ୍ୱାମୀ, ସ୍ୱର୍ଧାମଗତ ଲୋକନାଥ ଗୋସ୍ୱାମୀ, ରାଧିକାନାଥ ଗୋସ୍ୱାମୀ, ଜୟଗୋପାଳ ଗୋସ୍ୱାମା, ମାନନୀୟ ବିଚାରପତି ସର୍ ଗୁରୁ ଦାସ ବନ୍ଦୋପାଧ୍ୟାୟ, ସଂସ୍କୃତ କଲେଜର ମହାମହୋପାଧ୍ୟାୟ ସତୀଶଚନ୍ଦ୍ର ବିଦ୍ୟାଭୁଷଣ, ବୁନ୍ଦାବନର ଶ୍ରୀ ମଧସୂଦନ ଗୋସ୍ୱାମୀ, ରାଜର୍ଷି ବନମାଳି ରାୟ ଭକ୍ତିଭୂଷଣ, ରାୟ ବାହାଦୁର ମହେନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ବିଦ୍ୟାରଣ୍ୟ, ଏମ୍ . ଏ., ବିଶେଷ୍ୟ - ଏଲ, ଐତିହାସିକ ରାୟ ମନୋମୋହନ ଚକ୍ରବର୍ତ୍ତୀ ବାହାଦୁର, କୃଷ୍ଣନଗରର ଓକିଲ ତାରାପଦ ବନ୍ଦୋପାଧ୍ୟାୟ, ଶାନ୍ତିପୁର ନିବାସୀ ସୁବକି ମୌଲବି ମୋଜାମ୍ମେଲ ହକ୍ ସାହେବ, ଶ୍ରୀଯୁକ୍ତ ରାୟସାହେବ ନଗେନ୍ଦ୍ରନାଥ ବସୁ ପ୍ରାଚ୍ୟ ବିଦ୍ୟାମହାର୍ଣ୍ଣବ, ରାୟବାଗାଦୁର ଶ୍ରୀଯୁକ୍ତ ରମାପ୍ରସାଦ ଚନ୍ଦ୍ର, ରାୟ ବାହାଦୁର ଡାକ୍ତର ଶ୍ରୀଯୁକ୍ତ ଦୀନେଶଚନ୍ଦ୍ର ସେନ ପ୍ରଭ଼ୃତି ଅସଂଖ୍ୟ ନିରପେକ୍ଷ ବ୍ୟକ୍ତି ଏବଂ ଗୌଡ଼ମଣ୍ଡଳ, କ୍ଷେତ୍ରମଣ୍ଡଳ ଓ ବ୍ରଜ ମଣ୍ଡଳରେ ତଦାନୀନ୍ତନ ସମସ୍ତ ପ୍ରସିଦ୍ଧ ନିରପେକ୍ଷ ବ୍ୟକ୍ତି ଏହି ସ୍ଥାନକୁହିଁ ଶ୍ରୀଚୈତନ୍ୟଦେବଙ୍କ ଜନ୍ନସ୍ଥାନ ବୋଲି ସ୍ୱାକାର କରି ଅଛନ୍ତି ଓ କରୁଅଛନ୍ତି
ମାୟାପୁରର ଦ୍ରଷ୍ଟବ୍ୟ ସ୍ଥାନସମୂହ: ===
(କ) ଯୋଗପୀଠ ବା ଶ୍ରୀମନ୍ମହାପ୍ରଭୁଙ୍କ ଆବିର୍ଭାବସ୍ଥଳୀ, (ଖ) ଶ୍ରୀ ନୃସିଂହଦେବଙ୍କ ମନ୍ଦିର, (ଗ) ଶ୍ରୀ କ୍ଷେତ୍ରପାଳ ଶିବ, (ଘ) ମାଧାଇର ଘାଟ, (ଙ) ପରକୋଣା ଘାଟ, (ଚ) ନାଗରିୟା ଘାଟ, (ଛ) ଗଙ୍ଗାନଗର, (ଜ) ଖୋଳଭଙ୍ଗାର ଡଙ୍ଗା, (ଝ) ଶ୍ରୀବାସଅଙ୍ଗନ, (ଞ) ଅଦ୍ୱୈତ ସଭା, (ଟ) ଚନ୍ଦ୍ରଶେଖର ଭବନ, (ଠ) ଶ୍ରୀଚୈତନ୍ୟମଠ (ବିଶ୍ୱବିଶ୍ରୁତ ଶ୍ରୀ ଗୋଡୀୟମଠର ମୂଳମଠ), (ଡ) ଊନତ୍ରିଂଶ ଚୂଡ଼ାବିଶିଷ୍ଟ ମନ୍ଦିର, (ତ) ପରବିଦ୍ୟାତୀର୍ଥ ବା ସାରସ୍ୱତତୀର୍ଥ (ଣ) ପୃଥୁକୁଣ୍ଡ ବା ବଲ୍ଲାଲଦୀର୍ଘି, (ତ) ବଲ୍ଲାଳ ଢବି, (ଥ) ଶ୍ରୀଧରଅଙ୍ଗନ, (ଦ) ଶ୍ରୀମୁରାରି ଗୁପ୍ତଙ୍କର ଭବନ, (ଧ) ଠାକୁର ଭକ୍ତିବିନୋଦ ଇନ୍ଷ୍ଟିଉଟ୍, (ନ) ଭକ୍ତିବିନୋଦ ଅନୁକୂଳ କୃଷ୍ଣାନୁଶୀଳନା— ଗାର ପ୍ରଭୃତି ଶ୍ରୀଧାମମାୟାପୁରରେ ବିଦ୍ୟାମାନ
ଅନ୍ୟାନ୍ୟ ଜ୍ଞାତବ୍ୟ ବିଷୟ
ଶ୍ରୀଧାମ ମାୟାପୁରର ଦର୍ଶନାର୍ଥିମାନଙ୍କ ଅବସ୍ଥାନ ସକାଶେ ଶ୍ରୀଧାମମାୟାପୁରରେ ଚିନ୍ତାମଣି ଧର୍ମଶାଳା, ଇନ୍ଦ୍ର— ନାରାୟଣ ଧର୍ମଶାଳା, ଭକ୍ତି ସୁହୃଦ୍ଭବନ, ଭକ୍ତିବିଜୟ ଭବନ,
ହରିପ୍ରସାଦ ଧର୍ମଶାଳା, ତୀର୍ଥକୁଟୀର, ଭାରତୀ କୁଟୀର ପ୍ରଭୃତି ସ୍ଥାନଗୁଡ଼ିକ ପ୍ରତିଷ୍ଠିତ ହୋଇଅଛି ଏହି ସ୍ଥାନର ଜଳବାୟୁ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ ଓ ମନୋରମ ଏଠାରେ ଠାକୁର ଭକ୍ତି ବିନୋଦ ଇନ୍ଷ୍ଟିଉଟ୍ ନାମକ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପ୍ରାଚୀନ ଆଶ୍ରମ ପରି ଶିକ୍ଷା ଓ ଦୀଷା ଦିଆ ହୁଏ ସଂସ୍କୃତ ପରାବିଦଦ୍ୟାପୀଠରେ ଭକ୍ତି ବିଷୟରେ ନାନାପ୍ରକାର ଉପାଧି ପରୀକ୍ଷା ଗୃହୀତ ହୋଇଥାଏ ଶ୍ରୀ ମାୟାପୁରରୁ ବଙ୍ଗଭାଷାରେ ୯୧: ବର୍ଷ ହେଲା ଏକମାତ୍ର ପାରମାର୍ଥିକ ଦୈନିକ ପତ୍ରିକା 'ନଦୀୟା ପ୍ରକାଶ' ନିୟମିତ ଭାବେ ପ୍ରକାଶିତ ହେଉଅଛି ଏହି ସ୍ଥାନରେ କୌଣସି ପ୍ରକାର ଭେଟ ବା ଧର୍ମ ବ୍ୟବସାୟାଦିର ଚେଷ୍ଟା ନାହିଁ ଶ୍ରୀଚୈତନ୍ୟମହାପ୍ରଭୁଙ୍କର ପ୍ରଚାରିତ ଶୁଦ୍ଧ ଭକ୍ତି ଧର୍ମପ୍ରଚାର ଏବଂ ନିରପରାଧରେ ଶ୍ରୀଧାମର ଏକାନ୍ତ ସେବା ସକାଶେହିଁ ଏହି ସ୍ଥାନରେ ବିଷ୍ଣୁସ୍ୱାର୍ଥପର ଲୋକାତୀତ ମହାପୁରୂଷମାନଙ୍କର ଆନୁଗତ୍ୟରେ ଭଗବତ୍ ସେବା କାର୍ଯ୍ୟାଦି ହୋଇଥାଏ ପ୍ରତିବର୍ଷ ମାଘ ତ୍ରୟୋଦଶୀ ତିଥିରେ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କର ଜନ୍ମୋତ୍ସବ ଉପଲକ୍ଷରେ ଦିବସକ୍ରୟବ୍ୟାପୀ ଅହୋରାତ୍ର ଶୁଦ୍ଧ ନାମ ସଂକୀର୍ତ୍ତ ନଯଜ୍ଞ ହୁଏ ଓ ମହାପ୍ରସାଦ ବିତରିତ ହୁଏ
ଫାଲ୍ଗୁନ ପୂର୍ଣ୍ଣିମାରେ ଶ୍ରୀଚୈତନ୍ୟମହାପ୍ରଭୁଙ୍କର ଆବିର୍ଭାବ ତିଥିର ୯ଦିନ ପୂର୍ବରୁ ଆରମ୍ଭ କରି ନିଅଦିନ କାଳ ଶ୍ରୀ ଚୈତନ୍ୟ ମଠର ସେବକ ସମ୍ପ୍ରଦାୟର ଆନୁଗତ୍ୟରେ ବହୁଲୋକ ବିରାଟ ସଂକୀର୍ତ୍ତନ ଶୋଭାଯାତ୍ରା ସିହତ ନବ— ଦ୍ୱୀପର ନଅଟି ବିଭିନ୍ନ ଦ୍ୱୀପ ପରିକ୍ରମା କରନ୍ତି ଫାଲ୍ଗୁନୀ ପୂର୍ଣ୍ଣିମାଠାରୁ ପ୍ରାୟ ୧୨ ୧୩: ଦିନ ସମାଗତ ଯାତ୍ରୀମାନଙ୍କୁ ମହାପ୍ରସାଦ ବିତରିତ ହୋଇଥାଏ ସନ୍ଦର୍ଭ ଲେଖକ ପଣ୍ଡିତ ଶ୍ରୀ କୃଷ୍ଣକାନ୍ତି ଭକ୍ତିଶାସ୍ତ୍ରୀ ସଚ୍ଚିଦାନନ୍ଦ ମଠ—କଟକ ]