Jump to content

ଶ୍ରୋତ୍ରିୟ

ଉଇକିଅଭିଧାନ‌ରୁ

ଶ୍ରୋତ୍ରିୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ପୁଂ—(ଶ୍ରୋତ୍ର=ବେଦ+ଜ୍ଞାନ ବା ଅଧ୍ୟୟନ ଅର୍ଥେ ଇୟ)

[ସମ୍ପାଦନା]
୧. ବେଦଜ୍ଞ —୧. Versed in Bedas.
୨. ବେଦାଧ୍ୟାୟୀ —୨. Studying the
Bedas.
୩. କୁଳଶୀଳ ସମ୍ପନ୍ନ —୩. Of good lineage and conduct.

ବିଶେଷ୍ୟ -

[ସମ୍ପାଦନା]

ବେଦଜ୍ଞ ଓ କୁଳଶୀଳ ସମ୍ପନ୍ନ ବ୍ରାହ୍ମଣ —A Brahman versed in the Bedas and of approved conduct.

[ଦ୍ରଷ୍ଟବ୍ୟ —ପଦ୍ମପୁରାଣ ଉତ୍ତରଖଣ୍ଡରେ ଅଛି—ଜନ୍ମନା ବ୍ରାହ୍ମଣୋଜ୍ଞେୟଃ, ସଂସ୍କାରୈ ର୍ଦ୍ୱିଜଉଚ୍ୟତେ, ବେଦାଭ୍ୟାସୀ ଭବେଦ୍ ବିପ୍ରଃ, ଶ୍ରୋକ୍ରିୟ ସ୍ତ୍ରିଭିରେବହି ଅର୍ଥାତ୍, ଯେ ବ୍ରାହ୍ମଣ କୁଳରେ ଜାତ ହୋଇ, ଉପନୟନଦ୍ୱାରା ସଂସ୍କୃତ ହୋଇ ବେଦାଭ୍ୟାସ କରିଥିବେ ତାଙ୍କୁହିଁ ଶୋକ୍ରିୟ ବୋଲା ଯିବ ବିଶ୍ୱକୋଷ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରାହ୍ମଣଙ୍କ ଶାଖା ବିଶେଷ; ବୈଦିକ ପନ୍ଥାର ବ୍ରାହ୍ମଣ; ଶାସନୀ ବ୍ରାହ୍ମଣ —A generic name for high caste Brahmans.

[ଦ୍ରଷ୍ଟବ୍ୟ — ଓଡ଼ିଶାରେ ଏମାନେ କୁଳୀନ ବା ସାଆନ୍ତ ବ୍ରାହ୍ମଣଙ୍କ ଠାରୁ ପୃଥକ୍ ଓ ଏମାନଙ୍କ ସାମାଜିକ ସ୍ଥାନ ସାଆନ୍ତମାନଙ୍କ ନିମ୍ନରେ ଅଟେ ଗୌଡ଼ (ବଙ୍ଗ) ଦେଶରେ ମଧ୍ୟ ଶ୍ରୋକ୍ରିୟ ବ୍ରାହ୍ମଣ ଅଛନ୍ତି ଏମାନେ କୁଳୀନ ବଂଶୀୟ ବରକୁ ଆପଣାର କନ୍ୟାକୁ ଦେନ କରି ପାରନ୍ତି, କିନ୍ତୁ କୁଳୀନଙ୍କ ଘରୁ କନ୍ୟା ଆଣି ବିବାହ କରି ପାରନ୍ତି ନାହିଁ]