Jump to content

ଶ୍ଳୀପବ

ଉଇକିଅଭିଧାନ‌ରୁ

ଶ୍ଳୀପବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ; ଶ୍ରୀଯୁକ୍ତ ବା ବୃଦ୍ଧିଯୁକ୍ତ+ପଦ= ନିପାତନ)

[ସମ୍ପାଦନା]

ଗୋଦର ରୋଗ; ପାଦଶୋଥ ରୋଗ; ପାଦବଲ୍ମୀକ; ହାତ ଗୋଡ଼କୁ ରକ୍ତ ଗଡ଼ିବା ରୋଗ —

Elephantiasis (of the legs, hands female breasts, scortum and penis)

[ଦ୍ରଷ୍ଟବ୍ୟ —ଯେଉଁ ଦେଶର ଜମି ଅତିଶୟ ନିମ୍ନ ଏଥିଯୋଗୁଁ ଓ ସୂର୍ଯ୍ୟକିରଣର ଅଳ୍ପତା ବଶତଃ ଭୂମିରୁ ଜଳ ଶୁଷ୍କ ହୁଏ ନାହିଁ ଏବଂ ଉକ୍ତ ଦେଶ ସବୁ ଋତୁରେ ସନ୍ତସନ୍ତିଆ ରହେ, ସେହି ସବୁ ସ୍ଥାନରେ ଏ ରୋଗ ବେଶୀ ଧରେ ଏଥିରେ ପ୍ରଥମେ କୋଷବୃଦ୍ଧି ହୁଏ ଓ ତତ୍ପରେ ଜ୍ୱର ହୋଇ କାଖସନ୍ଧିର, ବେକର ବା କୋଡ଼ର ଗିଲିଟି ଫୁଲି ଦରଜ ହୁଏ ଓ ତତ୍ପରେ ଗୋଡ଼, ହାତ, ପୁରୁଷଙ୍କ ଲିଙ୍ଗ, କୋଷ, ସ୍ତ୍ରୀମାନଙ୍କ ସ୍ତନ ଆଦି ଶରୀରର ଝୁଲୁଥିବା ବା ତଳକୁ ଲମ୍ୱି ଥିବା ଅଙ୍ଗ ଦରଜ ହୋଇ ଫୁଲିଯାଏ ଏହି ଫୁଲିଯିବାକୁ 'ରକ୍ତ ଗଡ଼ିବା' କହନ୍ତି ବୈଦ୍ୟଶାସ୍ତ୍ର ମତରେ ଶ୍ଲୀପଦ ୩ କଫର ଆଧିକ୍ୟରୁ ହୁଏ ବୋଲି ବୈଦ୍ୟଶାସ୍ତ୍ରର ମତ ଅଟେ ଯେଉଁ ଶ୍ଲୀପଦ ଉଈହୁଙ୍କା ପରି ବହୁ ଶିଖାବିଶିଷ୍ଟ ଓ ଗ୍ରନ୍ଥିଯୁକ୍ତ ହୁଏ ଓ ଯେଉଁ ଶ୍ଳୀପଦର ଫୁଲା ଏକ ବର୍ଷରୁ ଅଧିକ ରହେ ତାହା ଅସାଧ୍ୟ ଏହି ଜରକୁ ବାତଜର ବୋଲା— ଯାଏ ଏ ଜର ଅଢ଼େଇ ଦିନ ରହେ ଓ ଜର ସଙ୍ଗେ ସଙ୍ଗେ ଗିଲିଟି ଦରଜ ହୋଇ କୌଣସି ଅଙ୍ଗ ଫୁଲିଯାଏ ତା ପରେ ଜର ଛାଡ଼ିଯାଏ, କିନ୍ତୁ ଉକ୍ତ ଅଙ୍ଗରେ ଫୁଲା ରହିଯାଏ; କିନ୍ତୁ ଦରଜ ଛାଡ଼ିଯାଏ ପୁଣି ମାସେ ପନ୍ଦର ଦିନ ପରେ ଜର ହୁଏ ଓ ଉକ୍ତ ଫୁଲିବା ଅଙ୍ଗ ଆହୁରି ଫୁଲିଯାଏ ପର୍ଣ୍ଣିମା ଆଦି ତିଥିରେ ଅଙ୍ଗରେ ରସାଧିକ୍ୟ ହୁଏ ଓ ସେହି ସମୟରେ ବାତଜ୍ଜର ଆକ୍ରମଣ କରେ ବୈଦ୍ୟଶାସ୍ତ୍ରରେ ଶ୍ଳୀପଦ ପାଇଁ ଅନେକ ପ୍ରକାର ଔଷଧର ଓ ଲେପର ବ୍ୟବସ୍ଥା ଅଛି ବର୍ତ୍ତମାନ ଯୁଗର ଡାକ୍ତରମାନେ ସ୍ଥିର କରିଅଛନ୍ତି ଯେ Filaria (ଫାଇଲେରିଆ) ନାମକ କୀଟାଣୁ ଏ ରୋଗ ଜନ୍ମାନ୍ତି ଓ ସୂଚୀପ୍ରୟୋଗଦ୍ୱାରା ଏ କୀଟାଣୁଙ୍କୁ ଦେହରୁ ବିନଷ୍ଟ କରି ଶ୍ଲୀପଦ ରୋଗ ଭଲ କରିବା ପାଇଁ ଉଦ୍ୟମ ଲାଗିଅଛି ଯେଉଁ ଯେଉଁ ଅଙ୍ଗରେ ଶ୍ଲୀପଦ ହୁଏ ସେ ଅଙ୍ଗରେ ମାଂସ ବୃଦ୍ଧି ହୁଏ କାହାର କାହାର ଏକ ପାଖର ହାତ ବା ଏକ ପାଖର ଗୋଡ଼ ବା ଏକ ପାଖର କୋଷ ବା ସ୍ତନ ମ୍ଫୀତ ହୁଏ; କାହାର ଦୁଇ ପାଖର ଅଙ୍ଗମ୍ଫୀତ ହୁଏ ସୂର୍ଯ୍ୟାସ୍ତଠାରୁ ଅପର ଦିବସର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଉପବାସ ବା ଜଳାଦି ପାନତ୍ୟାଗହିଁ ଏ ରୋଗର ପ୍ରଧାନ ନିରୋଧକ ବୋଲି ପରୀକ୍ଷାଦ୍ୱାରା ଦେଖାଯାଇଅଛି ଗୋଡ଼ହାତର ଶ୍ଳୀପଦକୁ ଗୋଦର, କୋଷର ଶ୍ଳୀପଦକୁ କୁରୁଣ୍ଡ ଲିଙ୍ଗର ଶ୍ଳୀପଦକୁ ହାତିଶୁଣ୍ଢିଆ ଓ ସ୍ତନର ଶ୍ଳୀପଦକୁ ଥନହରା ବୋଲାଯାଏ ଶ୍ଳୀପଦଯୁକ୍ତ କୋଷକୁ ଡାକ୍ତର— ମାନେ ଅପରେସନ୍ କରନ୍ତି ଅପରେସନ୍ ଫଳରେ ଗୋଟିଏ ଗୋଟିଏ ଶ୍ଳୀପଦଯୁକ୍ତ କୋଷରୁ ଏକ ମହଣ ମାଂସ ବାହାରିବା ଦେଖାଯାଇଅଛି କୋଷ୍ଠବଦ୍ଧତା ଶ୍ଳୀପଦ ରୋଗାକ୍ରମଣର ଗୋଟିଏ ଆନୁପୂର୍ବକ ଲକ୍ଷଣ କେତେକ ରୋଗୀଙ୍କ ମ୍ଫୀତ ଅଙ୍ଗରେ ଆଳୁବାତରା ଭଳି ଆବୁମାନ ବାହାରେ]