ଶ୍ଳେଷ
ଶ୍ଳେଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଶ୍ଳିଷ୍ ଧାତୁ+ଭାବ ଅ)
[ସମ୍ପାଦନା]- ୧. ଅଶ୍ଳେଷ; ଆଲିଙ୍ଗନ —୧. Embrace.
- ୨. ସଂଶ୍ରବ; ସଂଯୋଗ; ସମ୍ୱନ୍ଧ — ୨. Union; conjuction; connection
- ୩. ଶବ୍ଦର ଅନେକାର୍ଥରେ ପ୍ରୟୋଗ —୩. A pun on words.
- ୪. ଏକଶବ୍ଦର ଦ୍ୱିବିଧାର୍ଥରେ ପ୍ରୟୋଗ — ୪. Double meaning of a word.
- ୫. ସନ୍ଦିଗ୍ଧାର୍ଥତା —୫. Ambiguity.
- ୬. ପ୍ରହେଳିକା — ୬. Riddle; conondrum; word puzzle.
- ୭. ଶବ୍ଦାଳଙ୍କାର ବିଶେଷ; ଏକ ଶବ୍ଦର ଅନେକାର୍ଥରେ ପ୍ରୟୋଗ ରୂପ ଅଳଙ୍କାର —୭. A figure in rhetoric; a pun.
[ଦ୍ରଷ୍ଟବ୍ୟ —ସଂସ୍କୃତ ଅଳଙ୍କାର ଶାସ୍ତ୍ରରେ ଆଠ ପ୍ରକାର ଶ୍ଲେଷାଳଂକାର ବର୍ଣ୍ଣିତ ହୋଇ— ଅଛି ଯଥା—ବର୍ଣ୍ଣଶ୍ଳେଷ, ପ୍ରତ୍ୟୟଶ୍ଳେଷ, ଲିଙ୍ଗଶ୍ଳେଷ ଓ ଭାଷାଶ୍ଳେଷ (କିନ୍ତୁ ଓଡ଼ିଆ ଭାଷାରେ ପ୍ରତ୍ୟେକର ଉଦା— ହରଣ ମିଳିବା ଦୁଷ୍କର) ବର୍ଣ୍ଣ; ପଦ, ଲିଙ୍ଗ, ଭାଷା, ପ୍ରକୃତି ତ୍ୟୟ, ବିଭକ୍ତି, ବଚନ ଭେଦରେ ଶ୍ଳେଷ ଆଠ ପ୍ରକାର
ହୁଏ ଆମ ଓଡ଼ିଆରେ ପ୍ରାୟଶଃ ତିନି ପ୍ରକାର ଶ୍ଳେଷ ଦେଖାଯାଏ ଯଥାଃ—ଅଭଙ୍ଗଶ୍ଲେଷ, ସଭଙ୍ଗଶ୍ଳେଷ, ଭଙ୍ଗାଭଙ୍ଗଶ୍ଳେଷ
ଅଭଙ୍ଗଶ୍ଳେଷ—ଯେଉଁ ରଚନାରେ ପଦମାନଙ୍କୁ ନ ଭାଙ୍ଗି ପ୍ରତ୍ୟେକ ବାକ୍ୟର ଦୁଇଟି ବା ତତୋଽଧିକ ଅର୍ଥ ହୋଇପାରେ
ଯଥାଃ—ବାବୁ ନାକ ଶିରୀ ଦାନ ଯୋଗ୍ୟ ଯୋଷାକୁ ଭଞ୍ଜ—ବୈଦେହୀଶବିଳାସ
ସଭଙ୍ଗଶ୍ଳେଷ—ଯେଉଁ ରଚନାରେ ବିନ୍ୟସ୍ତ ପଦ— ମାନଙ୍କର ଗୋଟିଏ ଅର୍ଥ ହୁଏ, କିନ୍ତୁ ସେ ପଦମାନଙ୍କ ଅକ୍ଷରକୁ ଭାଙ୍ଗିଦେଲେ ନୂତନ ଶବ୍ଦ ଓ ନୂତନ ଅର୍ଥହୁଏ ଯଥା—ବିହର କାନନକର ଆଲିଙ୍ଗନକୁ ଭଞ୍ଜ— ବୈଦେହୀଶବିଳାସ
ଭଙ୍ଗାଭଙ୍ଗବିଶ୍ଳେଷ—ଯେଉଁ ରଚନାରେ ଅଭଙ୍ଗଶ୍ଳେଷ ଓ ସଭଙ୍ଗଶ୍ଲେଷଦ୍ୱାରା ଦ୍ୱିବିଧ ଅର୍ଥ ପ୍ରକାଶ ପାଏ
ଯଥା—ଦୀନତାପ ବିନାଶକ ପାଇକି ସେ ହରି, ଉଜ୍ଜଳତ ନୋହିଛି ଅଛିତ ବିଭାବରୀ ଅଭିମନ୍ୟୁ—ବିଦଗ୍ଧଚିନ୍ତାମଣି
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପରିହାସ —Joke.