ଶ୍ଳୋକ
ଶ୍ଳୋକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶ୍ଳୋକ୍ ଧାତୁ=ପଦ୍ୟ ରଚନା କରିବା+କର୍ମ ଅ)
[ସମ୍ପାଦନା]- ୧. ଛନ୍ଦୋବଦ୍ଧ ରଚନା —୧. Metrical composition.
- ୨. ପଦ୍ୟ; କବିତା —୨. Poem.
- ୩. ଦୁଇ ବା ଚାରି ପାଦ ବିଶିଷ୍ଟ ପଦ୍ୟ —୩. Couplet or quartet; a poetical stanza of ୪ lines; a distich.
[ଦ୍ରଷ୍ଟବ୍ୟ —ଶ୍ଳୋକର ନାନାବିଧ ଛନ୍ଦ ଅଛି କୌଣସି କୌଣସି ଶ୍ଳୋକର ଦୁଇଟି ପାଦ ଓ କୌଣସି କୌଣସି ଶ୍ଳୋକର ଚାରିଗୋଟି ପାଦ ଅଛି କଥିତ ଅଛି ଯେ, ଏକଦା ବାଲ୍ମୀକି ଋଷି ଅରଣ୍ୟ ମଧ୍ୟରେ ବୁଲୁ ବୁଲୁ ଦେଖିଲେ ଯେ, ଜଣେ ନିଷାଦ [ବ୍ୟାଧ] ମିଥୁନଧର୍ମରେ ନିଯୁକ୍ତ ଯୋଡ଼ିଏ କ୍ରୌଞ୍ଚ [ବଗ] ମଧ୍ୟରୁ ଅଣ୍ଡିରା କ୍ରୌଞ୍ଚଟିକୁ ମାରିପକାଇଲା ଓ ମାଈ ପକ୍ଷୀଟି ଶୋକାର୍ତ୍ତଧ୍ୱନି କଲା ଏହି ଧ୍ୱନି ମହର୍ଷି ଶୁଣି ଶୋକସନ୍ତପ୍ର ଓ ବ୍ୟାଧ ପ୍ରତି କୁପିତ ହୋଇ ହଠାତ୍ ବ୍ୟାଧକୁ ଅଭିଶାପ ଦେଲେ— "ମା ନିଷାଦ ! ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତୀଃ ସମାଃ ଯତ୍ କ୍ରୋଞ୍ଚ ମିଥୁନାଦେକ ମବଧୀଃ କାମମୋହିତଂ" (ଅର୍ଥାତ୍ ହେ ନିଷାଦ ! ତୁ ଚିରକାଳ ନରସମାଜରେ ପ୍ରତିଷ୍ଠାଲାଭ ନ କର୍, କାରଣ, କାମମୋହିତ କ୍ରୋଞ୍ଚ ମିଥୁନରୁ ଗୋଟିକୁ ତୁ ବଧ କଲୁ) ଏହି ଶାପ ବାଣୀ ମହର୍ଷିଙ୍କ ମୁଖରୁ ବୀଣାଯନ୍ତ୍ରର ବିନା ସାହାଯ୍ୟରେ ସମାକ୍ଷର— ବିଶିଷ୍ଟ ହୋଇ କବିତା ଛନ୍ଦରେ ନିଃସୃତ ହେଲା ଓ ସେହି ଦିନଠାରୁ ଶ୍ଳୋକର ସୃଷ୍ଟି ହେଲା ମହର୍ଷିଙ୍କ ମୁଖରୁ ଏ ପଦ ଶୋକ ଯୋଗୁଁ ବାହାରିବାରୁ ଛନ୍ଦୋବଦ୍ଧ ରଚନାର ନାମ ଶ୍ଳୋକ ହେଲା ବାଲ୍ମୀକି ଉଚ୍ଚାରିତ ଉପର୍ଯ୍ୟୁକ୍ତ ଶ୍ଳୋକ ଅନଷ୍ଟୁପ୍ ଛନ୍ଦୋବିଶିଷ୍ଟ
- ୪. (ଶ୍ଳୋକ୍ ଧାତୁ=ଗ୍ରଥିତ ହେବା+କର୍ତ୍ତୃ. ଅ)—ସୁଖ୍ୟାତି; ପ୍ରଶଂସା — ୪. Praise; eulogy.
- ୫. ପ୍ରସିଦ୍ଧି —୫. Fame; celebrity.
- ୬. ଯଶଃ; କୀର୍ତ୍ତି —୬. Renown.
- ୭. ବାକ୍ୟ (ନିର୍ଘଣ୍ଟୁ) —୭. Speech.