ଶ୍ୱପକ
ଶ୍ୱପକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - (ଶ୍ୱ+ପଚ୍ ଧାତୁ= ରାନ୍ଧିବା+କର୍ତ୍ତୃ. କ୍ୱିପ୍;+ ଅ; ଯେଉଁମାନେ କୁକୁର ମାଂସ ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତି)
[ସମ୍ପାଦନା]- ୧. ହାଡ଼ି; ଚଣ୍ଡାଳ —୧. A man of the lowest caste a member of the sweeper caste.
[ଦ୍ରଷ୍ଟବ୍ୟ — ଶ୍ୱପତ ଚଣ୍ଡାଳଙ୍କଠାରୁ ପୃଥକ୍; ଶାସ୍ତ୍ରମତରେ ଚଣ୍ଡାଳ, ଶ୍ୱପଚ, କ୍ଷତ୍ତା, ସୁତ, ବୈଦେହକ, ମାଗଧ , ଅୟୋଗବ ଏହି ସାତ ଜାତି ଅନ୍ୟାବସାୟୀ ଅଟନ୍ତି ଶ୍ୱତଚଜାତି ଲଜ୍ଜାବିହୀନ; ଗ୍ରାମର ବହିର୍ଭଗରେ ବାସକାରୀ, କୁକୁର ଓ ଗୁନ୍ଧଭମାନଙ୍କ ଅଧିକାରୀ ଶବ ଦୋହନ୍ନୁକ୍ତ ବସ୍ତ୍ରପରିହତ. ଏମାନଙ୍କର ପାନ— ଭୋକନପାତ୍ର ଭଗ୍ନଭାଣ୍ଡଦି, ଅଳଙ୍କାର କୁଷ୍ଣବର୍ଣ୍ଣ ଲୌହ, ଜୀବିକା ଦେଶ ଦେଶାନ୍ତର ବୁଲି ଭିକ୍ଷା ରାଜାଦେଶରେ ଏମାନେ ଦିବାଭାଗରେ କୃତଚିହ୍ନିତାବସ୍ଥାରେ ଗ୍ରାମା ଭ୍ୟାନ୍ତରରେ ବିତରଣ କରି ପାରନ୍ତି, କିନ୍ତୁରାତିରେ ଗ୍ରାମରେ ଓ ନଗରରେ ଏମାନଙ୍କ ପ୍ରବେଶ ନିଷଦ୍ଧ ରାଜାଜ୍ଞାରେ ଏମାନେ ବଧ୍ୟ ବ୍ୟକ୍ତିର ସତ୍କାର କରି ସେମାନଙ୍କର ବସ୍ତ୍ରାଳଙ୍କାର ଶଯ୍ୟା ଗ୍ରହଣ କରଅନ୍ତି ଏମାନଙ୍କ ଅନ୍ନ ପାନାୟୀ ଉଚ୍ଚବର୍ଣ୍ଣର ହିନ୍ଦୁଙ୍କ ଆଗ୍ରାହ୍ୟ —ବିଶ୍ୱକୋଷ]
- ୨. ବ୍ୟାଧ —୨. A hunter.
- ୩. ଅତି ନୀଚ କୁଳୋଦ୍ଭବ ଓ ଅସ୍ପୃଶ ବ୍ୟକ୍ତି —୩. One of the dregs of society; a member of the lowest and mostm depressed caste; a pariah.
- ୪. ଅଜାତିଆ ଲୋକ —୪. An out- caste.
- ୫. ବ୍ରାହ୍ମଣୀ ଗର୍ଭରୁ ଶଦ୍ର ଔରସରେ ଜାତ ସନ୍ତାନ —୫. A son of a ṡūdra father on a Brahman mother
[ଦ୍ରଷ୍ଟବ୍ୟ —ଗୃହସ୍ଥର ଦୈନିକ କର୍ତ୍ତବ୍ୱ୍ୟ ବୈଶଦେବରେ ଶ୍ୱପଚମାନଙ୍କୁ ଅନ୍ନବଳି ଦିଆ ଯିବାର ବିଧି ଶାସ୍ତ୍ରରେ ଅଛି ଓ ଅଦ୍ୟାବଧି ନିଷ୍ଠାବାନ୍ ଭୁତ, ଋଷି, ଅତିଥି, ବ୍ରାହ୍ମଣଙ୍କ ନାମରେ ବଳି ଦେବାପରେ 'ଓଁ' ଶ୍ୱପଚଭ୍ୟୋନମଃ' କହି କୁକୁରମାନଙ୍କ ଉଦ୍ଦେଶ୍ୟରେ 'ଓଁ' ବାୟସେଭ୍ୟୋନମଃ' କହି ଚଣ୍ଡାଳମାନଙ୍କ ଉଦ୍ଦେଶ୍ୟରେ ଓ 'ଓଁ' ବାୟସେଭ୍ୟୋ ନମଃ' କହି କୁଆମାନଙ୍କ ଉଦ୍ଦେଶ୍ୟରେ ଅନ୍ନବଳି ଦେଇ ଥାଆନ୍ତି ଓ ତତପରେ ଗୃହସ୍ଥ ନିଜେ ଭୋଜନ କରିବା ପୂର୍ବରୁ ସମାଗତ ଅତିଥି, ବ୍ରାହ୍ମଣ କୁକୁର , ହାଡ଼ି, କୁଆମାନଙ୍କୁ ଖାଇବାକୁ ଦେଉଥିଲେ ଓ ଗୃହର ସମସ୍ତଙ୍କ ଭୋଜନ ପରେ ଗୃହଣୀ ଭୋଜନ କରୁ— ଥିଲେ]