ଶ୍ୱାସ
ଶ୍ୱାସ
ଉଚ୍ଚାରଣ
[ସମ୍ପାଦନା][ଶୁଆ (ହା)ସ—ଗ୍ରାମ୍ୟରୂପ]
ସଂସ୍କୃତ - ବିଶେଷ୍ୟ - (ଶ୍ୱସ୍ ଧାତୁ=ନିଶ୍ୱାସ ମାରିବା+ଭାବ. ଅ)
[ସମ୍ପାଦନା]- ୧. ନିଶ୍ୱାସ ପ୍ରଶ୍ୱାସ; ପ୍ରାଣବାୟୁ —୧. Respiration; breath; inhaled and exhaled breath.
[ଦ୍ରଷ୍ଟବ୍ୟ — ସଂସ୍କୃତ - ଶ୍ୱସ୍ ଧାତୁ= ନିଶ୍ୱାସକୁ ନାକବାଟେ ପେଟ ଭିତରକୁ ନେବା ଓ ପେଟ ଭିତରୁ ବାହାରକୁ ଛାଡ଼ିବା ଏହି ଧାତୁ ପୂର୍ବତେ 'ନିର' ଓ ନି ଉପସର୍ଗ ଲଗାଯାଇ ନିଃଶ୍ୱାସ ଶବ୍ଦ ଓ 'ପ୍ର' ଉପ— ସର୍ଗ ଲଗାଯାଇ ପ୍ରଶ୍ୱାସ ଶବ୍ଦ ହୁଏ କଥାରେ ଓ ଲେଖା ପ୍ରସଙ୍ଗରେ ଆମ୍ଭେମାନେ 'ଶ୍ୱାସ ପ୍ରଶ୍ୱାସ'ବା 'ନିଶ୍ୱାସ ପ୍ରଶ୍ୱାସ' ଶବ୍ଦ ଦ୍ୱୟକୁ ସହଚର ଶବ୍ଦରୂପେ ବାହାରକୁ ଛଡ଼ା ଯିବା ଶ୍ୱାସ ଓ ଭିତରକୁ ନେବା ଶ୍ୱାସ ଏ ଦୁଇ ଅର୍ଥରେ ବ୍ୟବହାର କରୁ ନିଶ୍ୱାସ ଓ ପ୍ରଶ୍ୱାସ ଶବ୍ଦର ଅର୍ଥ ସମ୍ୱନ୍ଧରେ ପଣ୍ଡିତ ଓ କୋଷକାରମାନଙ୍କ ମଧ୍ୟରେ ମତଭେଦ ଦେଖ ଯାଏ (ନିଶ୍ୱାସ ଓ ପ୍ରଶ୍ୱାସ ଶବ୍ଦଦ୍ୱୟ ଦେଖ); କିନ୍ତୁ 'ନିର୍' ଉପସର୍ଗ ଲାଗିଥିବା ନିଗମନ, ନିର୍ଗତ ଆଦି ଶବ୍ଦରେ 'ନିର୍' ଉପସର୍ଗର ଅର୍ଥ ବାହାରକୁ'; ଏପରି ସ୍ଥଳର ନିଶ୍ୱାସର ଅର୍ଥ "ଯେଉଁ ଶ୍ୱାସ ବାହାରକୁ ଛଡ଼ାଯାଏ"; ଏହା ଯୁକ୍ତିଯୁକ୍ତ ବୋଧ ହେଉଅଛି ଓ ପ୍ରଶ୍ୱାସର ଅର୍ଥ ଉତ୍କୃଷ୍ଟ ଶ୍ୱାସ ଯେଉଁ ଶ୍ୱାସଦ୍ୱାରା ପ୍ରାଣୀ ବଞ୍ଚେ, ଅର୍ଥାତ୍ ଭିତରକୁ ନିଆଯିବା ଶ୍ୱାସ ବାହାରକୁ ଛଡ଼ାଯିବା ଶ୍ୱାସ ପ୍ରତି ନିଶ୍ୱାସ ଶବ୍ଦ ବ୍ୟବହୃତ ହେବା କଥା 'ଅମୁକ ଉପରେ ନିଶ୍ୱାସ ପକାଇବା', 'ନିଶ୍ୱାସ ଛାଡ଼ିବା' ଆଦି ଦେଶକ ବ୍ୟବହାର ଦ୍ୱାରା ସମର୍ଥତ ହେଉ— ଅଛି ଆଉ ମଧ୍ୟ ଦେକୀମାହାତ୍ମ୍ୟ ବା ଚଣ୍ଡୀପୁରାଣର ୨ୟ ଅଧ୍ୟାୟ ୫୨: ଶ୍ଳୋକରେ 'ନିଶ୍ୱାସାନ୍ ମୁମୁକେ ଯାଂଶ୍ଚ ଯୁଧ୍ୟ ମାନା ଋଣେମ୍ୱିକା, ତ ଏବ ସଦ୍ୟଃ ସମ୍ଭୁତାଃ ଗଣାଃ ଶତ— ସହସ୍ରଶଃ,; ଓ ୩ୟ ଅଧ୍ୟାୟ ୨୩: ଶ୍ଲୋକରେ 'ନିଶ୍ୱାସ ପବନେନାନ୍ୟାନ୍ ପାତୟାମାସ ଭୁତଳେ, ଏହି ଦୁଇ ସ୍ଥଳରେ ନିଶ୍ୱାସର ଅର୍ଥ ବାହାରକୁ ଛାଡ଼ିଯିବା ଶ୍ୱାସ , ଏହା ସ୍ପଷ୍ଟ ସମର୍ଥିତ ହେଉଅଛି ବଙ୍ଗଦେଶର ପଣ୍ଡିତମାନେ ୧୯୧୧: ସାଲରେ ନିଶ୍ୱାସ ଶବ୍ଦର ଅର୍ଥ (ଭିତରକୁ ନିଆଯିବା ଶ୍ୱାସ) ଯାହା କରି ଅଛନ୍ତି ତାହା ଉପର୍ଯ୍ୟୁକ୍ତ ଉଦାହରଣଦ୍ୱାରା ଖଣ୍ଡିତ ହେଉଅଛି ଅତଏବ ଏ ଗ୍ରନ୍ଥର ସଂଗ୍ରାହକର ମତରେ ନିଶ୍ୱାସ ପ୍ରଶ୍ୱାସ ଶବ୍ଦଦ୍ୱୟର ଯଥାକ୍ରମେ ବାହାରକୁ ଛଡ଼ାଯିବା ଶ୍ୱାସ ଓ ଭିତରକୁ ଟଣାଯିବା ଶ୍ୱାସ ଅର୍ଥ ହେବା ଯୁକ୍ତିସଙ୍ଗତ ଅଟେ ମହାତ୍ମ୍ୟା ରାମକମଳ ବିଦ୍ୟାଳଙ୍କାରଙ୍କ ପ୍ରଣୀତ ବଙ୍ଗାଳା ପ୍ରକୃତିବାଦ ଅଭିଧାନରେ ନିଶ୍ୱାସ ଶବ୍ଦ ତଳେ ଉଦ୍ଧୃତ ପ୍ରମାଣ ବାକ୍ୟ (ଶିଶୁପାଳ ବଧ— ନିଶ୍ୱାସ ମୃଷ୍ଣମସକୃଦ୍ଦୀର୍ଘଂ ମୁମୋଚ) ମଧ୍ୟ ନିଶ୍ୱାସର ଏହି ଅର୍ଥବାଦକୁ ମସର୍ଥନ କରୁଅଛି']
- ୨. (+କରଣ ଅ) ପବନ; ବାୟୁ —୨. Air.
- ୩. ଶୁଆସ ବା ଧଇଁ ରୋଗ —୩. Asthma.