ଶ୍ୱେତ
ଶ୍ୱେତ
ଉଚ୍ଚାରଣ
[ସମ୍ପାଦନା]ଛେତ, ଛେତା, ଶେତ, ଶେତା ଗ୍ରାମ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - [ଶ୍ୱିତ ଧାତୁ= ଶୁକ୍ଲବର୍ଣ୍ଣ ହେବା+ଭାବ. ଅ]
[ସମ୍ପାଦନା]ଶୁକ୍ଲ, ଧଳା, ସାଧା —White.
ବିଶେଷ୍ୟ -
[ସମ୍ପାଦନା]- ୧. [+କର୍ତ୍ତୃଅ] ଶୁକ୍ଳବର୍ଣ୍ଣ —୧. White colour.
[ଦ୍ରଷ୍ଟବ୍ୟ — ନାନା ପଦାର୍ଥ, ଫଳ, ଫୁଲ, ଗୁଳ୍ମ ଓ ଜୀବମାନଙ୍କର ଶୁକ୍ଳବର୍ଣ୍ଣବିଶିଷ୍ଟ ଜାତିଙ୍କୁ ସେହି ନାମ ପୂର୍ବରେ ଶ୍ୱେତ ଶବ୍ଦ ଯୁକ୍ତ କରି ବୁଝାଇ ଦିଆଯାଏ]
- ୨. ଶଙ୍ଖ —୨. Conch.
- ୩. ଶିବଙ୍କର ଅବତାରବିଶେଷ — ୩. An incarnation of Ṡibā.
- ୪. ରଜତ, ରୌପ୍ୟ —୪. Silver.
- ୫. ଧଳା ମେଘ —୫. White cloud.
- ୬. ମିଶ୍ରି —୬. Sugar candy.
- ୭. କାଚମଣି; ମ୍ଫଟିକ —୭. Quartz.
- ୮. କପର୍ଦ୍ଦକ; କଉଡ଼ି —୮. Sea shell.
- ୯. କର୍ପର —୯. Cam. phor.
- ୧. ଶୁକ୍ରଗ୍ରହ —୧୦. The planet Venus.
- ୧୧. ଧବଳଗିରି ୨ [ଦେଖ] —୧୧. Dhabaḻagiri ୨. (See)
- ୧୨. ଶ୍ୱେତଦ୍ୱୀପ; ଚନ୍ଦ୍ରଦ୍ୱୂପ; ହିନ୍ଦୁ— ପୁରାଣୋକ୍ତ ୧୧:ଟି ଉପଦୀପ ବା କ୍ଷୁଦ୍ର ଦ୍ୱୀପ ମଧ୍ୟରୁ ଏକତମ —୧୨. One of the ୧୧ minor islands or penuasulas in hindu mythology.
- ୧୩. ବିଦର୍ଭର ଜଣେ ରାଜା —୧୩. Name of a King of ancient Bidarbha
[ଦ୍ରଷ୍ଟବ୍ୟ — ଏ ବିଦର୍ଭ ନରପତି ସୁଦେବଙ୍କ ପୁତ୍ର ଏହାଙ୍କ ଗଳ୍ପ ରାମାୟଣରେ ବର୍ଣ୍ଣିତ ଅଛି ଏ ବହୁକାଳ ରାଜ୍ୟ ପାଳନ କରି ବୁଦ୍ଧ ହେବାରୁ ଆପଣାର ଭାଇ ସୁରଥଙ୍କଠାରେ ରାଜ୍ୟଭାର ଅର୍ପଣ କରି ତପସ୍ୟାର୍ଥ ବନକୁ ଗଲେ ଓ କଠୋର ତପସ୍ୟା ଫଳରେ ବ୍ରହ୍ମଲୋକ ପ୍ରାପ୍ତ ହେଲେ; କିନ୍ତୁ ସେଠାରେ କ୍ଷୁଧା ପୀଡ଼ିତ ହୋଇ ପ୍ରଜାପତିଙ୍କୁ ଏଥିର କାରଣ ପଚାରିବାରେ ସେ କହିଲେ 'ତୁମ୍ଭେ ଆହାର କରି ତପସ୍ୟା କରିଥିଲେ ଓ କାହାକୁ କିଛି ଦାନ କରିନାହଁ; ଏଥିପାଇଁ ଶାପଗ୍ରସ୍ତ ହୋଇ ବ୍ରହ୍ମଲୋକରେ ତୁମ୍ଭେ କ୍ଷୁଧାର୍ତ୍ତ ହେଉଅଛି ତୁମ୍ଭର ତପସ୍ୟା କ୍ଷେତ୍ରର ଗୋଟିଏ ସରୋବରରେ ତୁମ୍ଭର ଶବ ଭାସୁଛି , ତାକୁ ଯାଇ ଭକ୍ଷଣ କରୁଥାଅ ଓ ସେହି ଅବସ୍ଥାରେ ଅଗସ୍ତ୍ୟ ଋଷିଙ୍କର ଦର୍ଶନ ମିଳିଲେ ତୁମ୍ଭେ ଶାପମୁକ୍ତ ହୋଇ ପୁଣି ବହ୍ମଲୋକକୁ ଆସିବ ରାଜା ତଦନୁସାରେ ଆସି ଶବ୍ଦ ଭକ୍ଷଣ କରୁ କରୁ କେତେକ ଦିନ ପରେ ଅଗସ୍ତ୍ୟ ଋଷି ସେଠାରେ ପହଞ୍ଚି ରାଜାଙ୍କୁ ଶନଭକ୍ଷଣର କାରଣ
ପଚାରିବାରୁ ରାଜା ପୂର୍ବୋକ୍ତ ବିଷୟ ମୁନିଙ୍କ ନିକଟରେ ବର୍ଣ୍ଣନା କରି ଶାପମୁକ୍ତ ହେଲେ ଗମନକାଳରେ ରାଜା ମୁନିଙ୍କୁ ଗୁଡ଼ିଏ ଉତ୍କୃଷ୍ଟ ଅଳଙ୍କାର ଉପହାର ଦେଇଥିଲେ ଅଗସ୍ୟ ମୁନି ଆଗରେ ଏହି ଗଳ୍ପଟି କହିଥିଲେ]
- ୧୪. ଶ୍ୱେତବର୍ଣ୍ଣ ବସ୍ତୁ (ବିଶ୍ୱକୋଷ) — ୧୪. Any white thing.;