Jump to content

ଶ୍ୱେତ ଦ୍ୱୀପ

ଉଇକିଅଭିଧାନ‌ରୁ

ଶ୍ୱେତ ଦ୍ୱୀପ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡweta dwimacr;pa
  • ଆଇ.ପି.ଏ. — tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈekaɾ tˈɔ dˈɔ hˈʌlˈʌntɔ lˈetəbˈiːʃˈatoˈekˈo dˈiːɾɡʰikˌaɾ pˈɔ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ହିନ୍ଦୁ ପୁରୋଣୋକ୍ତ ୧୧: ଗୋଟି ଉପଦ୍ୱୀପ ମଧ୍ୟରୁ ଏକତମ; ଚନ୍ଦ ଦୀପ —୧. Name of one of the ୧୧ peninsulas or small islands of Hindu mythology.
୨. ବୈକୁଣ୍ଠାକ୍ଷ ବିଷ୍ଣୁ ଧାମ ୨. The name of an island said to be the Hindus' paradise (the abode of Bishṇu) where the souls of devotees of Bishṇu live for eternity after death.

[ଦ୍ରଷ୍ଟବ୍ୟ — ଭାଗବତ ଦଶମସ୍କନ୍ଧ ୮୭: ଅଧ୍ୟାୟରୁ ଏହା ବୈକୁଣ୍ଠାଖ୍ୟ ବିଷ୍ଣୁଧାମସ୍ଥ ଦ୍ୱୀପବିଶେଷ ବୋଲି ଅନୁମତି ହୁଏ ଅଧ୍ୟାୟ ରାମାୟଣ ଓ ବ୍ରହ୍ମପୁରାଣରେ ଅଛି ଯେ, ଯେଉଁମାନେ ବିଷ୍ଣୁପୂଜାରତ ଓ ବିଷ୍ଣୁଙ୍କ ହସ୍ତରେ ନିହତ ହୁଅନ୍ତି ସେହିମାନେ ଦେହାନ୍ତେ ଏହି ଦୀପରେ ଯାଇ ବାସ କରନ୍ତି ରାବଣ ତ୍ରିଲୋକ ଜୟ କରି ନାରଦଙ୍କୁ ପଚାରି ଏ ସ୍ଥାନକୁ ଜୟ କରିବା ମାନସରେ ଗଲା ଏଠାରେ ଥିବା ବ୍ୟକ୍ତିମାନେ ମହାକାୟ; ମହାବଳ ଓ ଅଜେୟ ଏ ଦ୍ୱୀପରେ ସୀମାରେ ପହଞ୍ଚିଲା କ୍ଷଣି ରାବଣର ରଥର ଗଚି ବନ୍ଦ ହୋଇଗଲା ଏଠା ପୁରୁଷଙ୍କ କଥା ଦୂରେ ଥାଉ, ଜଣେ ସ୍ତ୍ରୀ ରାବଣର ହାତକୁ ଧରି ପକାଇ ଅଟକାଇ ଦେଲେ ଓ ହସି ହସି ପଚାରିଲେ 'ତୁମ୍ଭେ କିଏ ଓ ଏଠାକୁ କାହିଁକି ଆସିଅଛ?' ରାବଣ ବହୁ ଚେଷ୍ଟାରେ ଉକ୍ତ ସ୍ତ୍ରୀଙ୍କ ହାତରୁ ଆପଣାକୁ ମୁକ୍ତ କଲା ଓ ଅତ୍ୟନ୍ତ ବିସ୍ମିତ ହେଲା ଏବଂ ମନେ ମନେ ବିଚାରିଲା ମୁଁ ସୀତାଙ୍କୁ ହରଣ କରି ବିଷ୍ଣୁଙ୍କୁ କୁପିତ କରି ତାଙ୍କ ହାତରେ ହତ ହୋଇ ଏହି ଦ୍ୱୀପକୁ ଆସିବି ଏହା ବିଚାରି ବୈଦେହୀ ହରଣରେ ପ୍ରବୃତ୍ତ ହେଲା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ପାଶ୍ଚାତ୍ୟ ପଣ୍ଡିତ ପ୍ରବର ଉଇଲସନ୍ ସାହେବଙ୍କଦ୍ୱାରା ନାମିତ) ଇଂଲଣ୍ଡ ସୁ ଲାଣ୍ଡ ଓ ଆୟୁରଲାଣ୍ଡ ଦ୍ୱୀପ —Great Britain; the British isles; Albania.

[ଉ— ସୁନୀଳ ସାଗରେ ରାଜେ ଶ୍ୱେତଦ୍ୱୀପ ରାଧାନାଥ. କବିତା]