Jump to content

ଶ୍ୱେତ ପୁଷ୍ପ

ଉଇକିଅଭିଧାନ‌ରୁ

ଶ୍ୱେତ ପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଶ୍ୱେତ+ପୁଷ୍ପ)

[ସମ୍ପାଦନା]
୧. ଧଳା ଫୁଲ — ୧. White flower.
୨. (ବୈଦ୍ୟକ) ସିନ୍ଧୁବାର; ଧଳା ବେଗୁନିଆ ଗୁଳ୍ମ —୨. Vitex Trifolia; five-leaved chaste tree.

[ଦ୍ରଷ୍ଟବ୍ୟ — ସିନ୍ଧୁବାର ଶ୍ୱେତ ଓ ନିଳପୁଷ୍ପ ଭେଦରେ ଦୁଇପ୍ରକାର ଏହା କଟୁ ତିକ୍ତକଷାୟ ରସ, ରୁକ୍ଷ ଉଷ୍ଣବୀର୍ଯ୍ୟ, ସ୍ମୃତିବର୍ଦ୍ଧକ, ନେତ୍ର ହିତ— କର, କେଶ୍ୟ, ଲଘୁ, ଅଗ୍ନିଦୀପକ, ମେଧ୍ୟ ଓ ବର୍ଣ୍ଣକାରକ ଏହା ପିତ୍ତ, ଗୁହ୍ୟଦେଶକ ବାୟୁ କ୍ଷୟ, ସନ୍ଧିବାତ, ବାତ, ଶୋଥ ଆମଦୋଷ, କୃମି, କୁଷ୍ଠ, କଫ, ବ୍ରଣ ଗୁଳ୍ମ, କଣ୍ଠରୋଗ, ବିଷଦୋଷ, ଶୂଳ, ଅରୁଚି, ଜ୍ୱର ମେଦୋରୋଗ, ଗୃଧ୍ରସୀ, ପ୍ରତିଶ୍ୟାୟ, କାଶ ଓ ଶ୍ୱାସରୋଗରେ ହିତକର

ଏହାର ପତ୍ରକୁ ଶୁଖାଇ ମୁଗ ଓ ବିରି ଆଦିରେ ଓଳିଆରେ ରଖିଲେ ସେଥିରେ ପୋକ ଲଗାନ୍ତି ନାହିଁ

ଦାନ୍ତ ଫୁଲା ଓ ବିନ୍ଧାରେ ଏ ପତ୍ରକୁ ମଳି କଳରେ ଜାକିଲେ ଏ ପତ୍ରର ପୁ଼ଡ଼ା କରି ଗାଲକୁ ସେକିଲେ ଉପକାର ହୁଏ]

୩. ଶ୍ୱେତ କରବୀର —୩. The White sweet-scented olender; Nerium Odorum.
୪. ଶ୍ୱେତାର୍କ; ଧଳା ଅରଖ ଗଛ — ୪. The White-flowered swallowwort plant.
୫. ଧଳା ଦାସକେରଣ୍ଟା; ଶ୍ୱେତ କୁରୁଣ୍ଟକ — ୫. (White flowered) Barlaria Crastata.
୬. କରୁଣ ଗଛ (ବିଶ୍ୱକୋଷ) — ୬. Crateave Religiosa (tree).

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଶୁକ୍ଳପୁଷ୍ପବିଶିଷ୍ଟ —Having white flowers.