ଶ୍ୱେତ ବରାହ
ଦେଖଣା
ଶ୍ୱେତ ବରାହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଧଳା, ବାରା —White-skinned boar.
- ୨. ସୃଷ୍ଟିର କଳ୍ପମାନଙ୍କ ମଧ୍ୟରୁ ଏକ କଳ୍ପର ନାମ —୨. Name of a cycle of the age of creation.
[ଦ୍ରଷ୍ଟବ୍ୟ — ଭାଗବତ ୩ୟ ସ୍କନ୍ଧ ୧୧ଶ ଅଧ୍ୟାୟ ୩୭: ଶ୍ଲୋକ ଦ୍ରଷ୍ଟବ୍ୟ ଏହା ବ୍ରହ୍ମାଙ୍କ ସୃଷ୍ଟିର ଆଦିଯୁଗର ପ୍ରଥମ କଳ୍ପ ଏଥିର ପରିମାଣ ୪୩୨: କୋଟି ବର୍ଷ ଏହି କଳର ସପ୍ତବଂଶ ଯୁଗ ଅତୀତ ହୋଇ ଅଷ୍ଟାବିଂଶ ଯୁଗ ବର୍ତ୍ତମାନ କଳୁଅଛି ଏ କଳ୍ପରେ ସ୍ୱାୟମ୍ୱୁଦି, ସ୍ୱାରୋତିଷ, ଉତ୍ତମଜ, ତାମସ, ରୈବତ ଓ ଚାକ୍ଷ୍ରଷ ମନୁମାନଙ୍କ ଅଧିକାର ଶେଷ ହୋଇଅଛି, ବର୍ତ୍ତମାନ ବୈହସ୍ୱତ ନାମକ ସପ୍ତମ ମନୁଙ୍କ ଅଧିକାର ଚଳୁଅଛି ଶ୍ୱେତ ବରାହ ଆରମ୍ଭ ହେଲାବେଳେ ଏ ପୃଥିବୀ ସୃଷ୍ଟି ହୋଇ ନ ଥିଲା ଏ କଳ୍ପାରମ୍ଭର ୧ କୋଟି ୭ ଲକ୍ଷ ୬୪: ହଜାର ବର୍ଷପରେ ଏ ପୃଥିବୀର ସୃଷ୍ଟି ହେଲା ]
- ୩. ବିଷ୍ଣୁଙ୍କର ରୂପ ବିଶେଷ (ବିଶ୍ୱକୋଷ) —୩. A form of Bishṇu.
- ୪. ତୀର୍ଥ ବିଶେଷ (ବିଶ୍ୱକୋଷ) — ୪. Name of a holy place of pilgrimage.