ଷଟ୍କୋଣ

ଉଇକିଅଭିଧାନ‌ରୁ

ଷଟ୍କୋଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି, ଷଟ୍=ଛଅ+କୋଣ ଯାହାର)[ସମ୍ପାଦନା]

ଛଅଟି କୋଣବିଶିଷ୍ଟ; ଷଡ଼ସ୍ର —Hexangular.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବଜ୍ର —୧. Indra's thunderbolt.
୨. ହୀରକ —୨. Diamond.
୩. (ଜ୍ୟୋତିଷ) ଲଗ୍ନଠାରୁ ଷଷ୍ଠ ସ୍ଥାନ —୩. (astrology) The ୬th place from the Langa.

[ଦ୍ରଷ୍ଟବ୍ୟ —ଏହା ରିପୁ ସ୍ଥାନ ଅଟେ]

୪. ଛଅଟି କୋଣ (ବା ବାହୁ) ବିଶିଷ୍ଟ କ୍ଷେତ୍ର —୪. Hexagon.
୫. ତନ୍ତ୍ରୋକ୍ତ ଯନ୍ତ୍ର ବିଶେଷ (ବିଶ୍ୱକୋଷ) —୫. Name of a Tantric figure drawn for worshiping Gaṇeṡa

[ଦ୍ରଷ୍ଟବ୍ୟ —ପ୍ରଥମରେ ଗୋଟିଏ ଉର୍ଦ୍ଧ୍ୱମୁଖ ତ୍ରିକୋଣ ଲେଖି ତଦୁପରି ଗୋଟିଏ ଅଧୋମୁଖ ତ୍ରିକୋଣ ଲେଖିଲେ ଯେଉଁ ଷଟ୍କୋଣ ହେବ, ତହିଁର କେନ୍ଦ୍ରରେ ଇଂ— (ଗଣେଶଙ୍କ ବୀଜ) ଲେଖି ତହିଁର ଚାରିପାଖେ ୬ କୋଣରେ ଓଁ, ଶ୍ରୀଁ, ହ୍ରୀଂ, କ୍ରୀଂ, ଗ୍ଲୌଁ, ଗଁ, ଏହି ୬ଟି ବୀଜ ଲେଖି ଏହି ଯନ୍ତ୍ରଦ୍ୱାରା ଗଣେଶଙ୍କୁ ପୂଜା କରିବାକୁ ହୁଏ ବିଶ୍ୱକୋଷ]