ଷଟ୍ଚକ୍ର

ଉଇକିଅଭିଧାନ‌ରୁ

ଷଟ୍ଚକ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦିଗୁ)[ସମ୍ପାଦନା]

(ତନ୍ତ୍ର) ଶରୀର ମଧ୍ୟସ୍ଥ ପଦ୍ମାକାର ଛଅଟି କଳ୍ପିତ ଚକ୍ର (ଏହା ଶରୀରସ୍ଥ ସୂକ୍ଷୁମ୍ଣା ନାଡ଼ୀ ମଧ୍ୟରେ ଅବସ୍ଥିତ) —The ୬ lotus-like mystical circles which are said by the Tantras to exist inside the different parts of the body.

[ଦ୍ରଷ୍ଟବ୍ୟ —ତନ୍ତ୍ରୋକ୍ତ ଛଅ ଚକ୍ରର ନାମ ଯଥା— ୧ ମୂଳିଧାର ଚକ୍ର ବା ଆଧାର ଚକ୍ର—ଗୁହ୍ୟଦ୍ୱାରର କିଛି ଊର୍ଦ୍ଧରେ ଅବସ୍ଥିତ

୨. ସ୍ୱାଧିଷ୍ଠାନ ଚକ୍ର ବା ଲିଙ୍ଗ ଚକ୍ର—ଲିଙ୍ଗମୂଳରେ
୩. ମଣିପୂରକ ଚକ୍ର ବା ନାଭିଚକ୍ର—ନାଭିମୂଳରେ
୪. ଅନାହତ ଚକ୍ର ବା ହୃଦୟ ଚକ୍ର—ହୃଦୟରେ
୫. ବିଶୁଦ୍ଧ ଚକ୍ର ବା କଣ୍ଠ ଚକ୍ର—କଣ୍ଠ ଦେଶରେ
୬. ଆଜ୍ଞାଚକ୍ର ବା ରାଧାଚକ୍ର ବା ବ୍ରହ୍ମରନ୍ଧ୍ର ଚକ୍ର— ଭ୍ରୂମଧ୍ୟରେ

ଏ ଛଅ ଚକ୍ରର ଉପରେ ତାଳୁର ବ୍ରହ୍ମରନ୍ଧ୍ରରେ ସହସ୍ର— ଦଳପଦ୍ମ ଅବସ୍ଥିତ]

[ଦ୍ରଷ୍ଟବ୍ୟ —ଷଟ୍ ଚକ୍ର ନିରୂପଣ ଗ୍ରନ୍ଥରେ ତାନ୍ତ୍ରିକ ଯୋଗିଗଣ— ଙ୍କର ଶରୀର ବିଜ୍ଞାନ ଶାସ୍ତ୍ରର ସୂକ୍ଷ୍ମଜ୍ଞାନବାହନୀ ନାଡ଼ିବା ସମୂହର କ୍ରିୟା ତତ୍ତ୍ୱ (psychological physiology of the nervous system) ସମ୍ୱନ୍ଧେ ଅତି ସୂକ୍ଷ୍ମ ଆଲୋଚନା ଦୃଷ୍ଟ ହୁଏ ମେରୁଦଣ୍ଡ (spinal chord) ମଧ୍ୟରେ ୩ଟି ନାଡ଼ି ଅଛି,—ଇଡ଼ା, ସୂଷୁମ୍ନା ଓ ପିଙ୍ଗଳା ବାମରେ ଇଡ଼ା, ଦକ୍ଷିଣରେ ପିଙ୍ଗଳା ଓ ମଧ୍ୟରେ ସୂଷୁମ୍ନା ଅବସ୍ଥିତ ଏହି ଶେଷୋକ୍ତ ନାଡ଼ି ମସ୍ତକ ଆଡ଼କୁ ଅଗ୍ରସର ହୋଇ ପ୍ରସ୍ଫୁଟିତ ଧସ୍ତୂର ପୁଷ୍ପର ଆକାର (Medulla Oblongata) ଆକାର ଧାରଣ କରିଅଛି ସୂଷୁମ୍ଣାନାଡ଼ୀର ମଧ୍ୟରେ ବଜ୍ରନାଡ଼ୀ ଷଟ୍ଚକ୍ର ସହିତ ସୁଷୁମ୍ନାନାଡ଼ୀର ଘନିଷ୍ଠ ସମ୍ୱନ୍ଧ ଏହି ନାଡ଼ୀରେ ୭ଟି ପଦ୍ମ ପ୍ରକଟିତ ଏଥିର ନିମ୍ନରେ ୬ଟି ଷଟ୍ଚକ୍ର ଓ ଊର୍ଦ୍ଧ୍ୱରେ ସହସ୍ରଦଳପଦ୍ମ (୧): ଆଧାର ଚକ୍ରସ୍ଥ ପଦ୍ମ ମଧ୍ୟରେ ଲିଙ୍ଗରୂପୀ ମହାଦେବ ଅବସ୍ଥିତ ଓ ତହିଁର ଅମୃତ ନିର୍ଗମନ ସ୍ଥାନରେ ମୁହଁ ଲଗାଇ ସର୍ପରୂପା କୁଣ୍ଠଳିନୀ ଶକ୍ତି ସାର୍ଦ୍ଧ ତ୍ରିବେଷ୍ଟନରେ ପରିବେଷ୍ଟିତା ହୋଇ ରହିଅଛନ୍ତି (୨) ସ୍ୱାଧିଷ୍ଠାନ ଚକ୍ରସ୍ଥ ପଦ୍ମରେ ବାରୁଣୀଶକ୍ତି (୩) ମଣିପୁର ଚକ୍ରରେ ଅଗ୍ନିମଣ୍ଡଳ (୪) ଅନାହତ ଚକ୍ରରେ ବାୟୁମଣ୍ଡଳ (୫) ବିଶୁଦ୍ଧ ଚକ୍ରରେ ଚନ୍ଦ୍ରମଣ୍ଡଳ (୬) ଭ୍ରୂମଧ୍ୟରେ ଆଜ୍ଞାଚକ୍ରରେ ଶିବ ଅବସ୍ଥିତ ଏଥିର କିଛି ଊର୍ଦ୍ଧ୍ୱରେ

ପ୍ରଣବାକୃତି ପରମାତ୍ମା ଅଧିଷ୍ଠିତ ଏବଂ ସର୍ବୋପରି ସହସ୍ର ଦଳ ପଦ୍ମ ଏହି ପଦ୍ମ ମଧ୍ୟରେ ଗୋଲାକୃତି ଚନ୍ଦ୍ର— ମଣ୍ଡଳ, ତନ୍ମଧ୍ୟରେ ତ୍ରିକୋଣ ଯନ୍ତ୍ର ଓ ସର୍ବ ମଧ୍ୟରେ ଶିବ ସ୍ଥାନରେ ପରମ ଶିବ ଅବସ୍ଥିତ ସୁଷୂମ୍ନା ନାଡ଼ୀ ମଧ୍ୟରେ ବଜ୍ର ନାଡ଼ୀ, ବଜ୍ର ନାଡ଼ୀ ମଧ୍ୟରେ ଚିତ୍ରିଣୀ ନାଡ଼ୀ ଓ ଚିତ୍ରିଣୀ ନାଡ଼ୀ ମଧ୍ୟରେ ସୂକ୍ଷ୍ମାତିସୂକ୍ଷ୍ମ ବ୍ରହ୍ମ ନାଡ଼ୀ ଅଛି ବ୍ରହ୍ମ ନାଡ଼ୀ ବିଦ୍ୟୁନ୍ନାଳାବିଳାସ ଏହି ନାଡ଼ୀ ଗୁହ୍ୟସ୍ଥ ମୂଳାଧାରସ୍ଥ ଶିବଙ୍କ ମୁଖଗହ୍ୱରରୁ ବାହାରି ଶୀର୍ଷସ୍ଥ ସହସ୍ରଦଳାଧିଷ୍ଠିତ ଆଦିଦେବ ପରମାତ୍ମାକୁ ସ୍ପର୍ଶ କରିଅଛି ସାଧକ ଯମନିୟମାଦି ସମ୍ୟକ୍ ଶିକ୍ଷା କରି ବିଶୁଦ୍ଧ ଜ୍ଞାନଲାଭପୂର୍ବକ ଗୁରୁଙ୍କଠାରୁ ଷଟ୍ଚକ୍ରଭେଦର, ବିଷୟକ୍ରମପରିଜ୍ଞାତ ହେବେ ଗୁରୂପଦେଶ ଭିନ୍ନ ଏ ସାଧନା ବା ଏ ସମ୍ୱନ୍ଧେ ଜ୍ଞାନଲାଭ ଅସମ୍ଭବ ଏହା ମୋକ୍ଷ ଲାଭର ଅଧ୍ୟାତ୍ମ ଆଧିଭୌତିକ ସାଧନ (Physio psychological process) ଅଟେ (ବିଶ୍ୱକୋଷ)