ଷଡଙ୍ଗ

ଉଇକିଅଭିଧାନ‌ରୁ

ଷଡଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଦ୍ୱିଗୁ)[ସମ୍ପାଦନା]

୧. (ଶରୀରର) ଛଅଟି ଅଙ୍ଗ —୧. Six limbs.

[ଦ୍ରଷ୍ଟବ୍ୟ —ଯଥା; ହସ୍ତଦ୍ୱୟ, ପଦଦ୍ୱୟ, ମସ୍ତକ ଓ କଟି]

୨. (ବେଦର) ୬ଟି ଅଙ୍ଗ; ବେଦାଙ୍ଗ; ବେଦର ଅଙ୍ଗୀଭୂତ ଛଅଟି ଶାସ୍ତ୍ର —୨. Six branches of the Bedas.

[ଦ୍ରଷ୍ଟବ୍ୟ —ଯଥା—ଶିକ୍ଷା ବା ଶବ୍ଦାର୍ଥ ବିଦ୍ୟା —Treatise on instruction or learning the meaning of words; lexicon. କଳ୍ପ ବା କର୍ମକାଣ୍ଡ —Treatise on the ceremonial or sacred rites of the Bedas ବ୍ୟାକରଣ —Grammar. (ଯସ୍କମୁନି ପ୍ରଣୀତ) ନିରୁକ୍ତ — A treatise on obsolete and obscure words occuring in the Bedas,by Yaska. ଛନ୍ଦଃ —Metre; poetry; prosody. ଜ୍ୟୋତିଷ Astronomy and astrology].

୩. ଗବ୍ୟ ବା ଗୋରୁଙ୍କ ଠାରୁ ପ୍ରାପ୍ତ ୬ପ୍ରକାର ପବିତ୍ର ବସ୍ତୁ —୩. Six sacred things obtained from the cow.

[ଯଥା—ଗୋମୂତ୍ର —Urine of the cow. ଗୋମୂୟ —Cow-dung. କ୍ଷୀର —Milk. ଘୃତ ବା ସର୍ପିଃ —Ghee. ଦଧି —Curds. ରୋଚନା ବା ଗୋରାଚନା — A yellow pigment obtained from the body of cows.]

୪. ତାନ୍ତ୍ରିକ ଦେବପୂଜାରେ ମନ୍ତ୍ର— ଜପ ପୂର୍ବରୁ ଅଙ୍ଗନ୍ୟ୍ୟାସ କରାଯିବା ହୃଦୟାଦି ୬ଟି ଅବୟବ — ୪. The ୬ parts of the body which are touched while performing the worship of Deities according to the Tantras.

[ଦ୍ରଷ୍ଟବ୍ୟ —ଷଡଙ୍ଗଯଥା—ହୃଦୟ, ଶିରଃ, ଶିଖା, କବଚ, ନେତ୍ରତ୍ରୟ ଓ କରତଳ କରପୃଷ୍ଠସାଧନୀୟ ମନ୍ତ୍ରର ନିର୍ଦ୍ଦିଷ୍ଟ ଅଂଶମାନ ପାଠକରି ଯଥାକ୍ରମେ ହୃଦୟାୟ ନମଃ, ଶିରସେସ୍ୱାହା; ଶିଖାୟେବଷଟ୍ର, କବଚାପୁ ହୁଂ, ନେତ୍ରତ୍ରୟାୟ ବଷଟ୍ ଉଚ୍ଚା— ରଣ ପୂର୍ବକ ମନ୍ତ୍ରସାଧକ ନିଜର ତତ୍ତତ୍ ଅଙ୍ଗକୁ(କେବଳ କବଚାୟହୁଂ ବୋଲିଲା ବେଳେ ନିଜର ଦୁଇ କାନ୍ଧକୁ ବା ବାହୁ ମୂଳକୁ) ସ୍ପର୍ଶ କରି ଶେଷରେ ଯୁଗଫତ୍ କରତଳ ଓ କର ପୃଷ୍ଠକୁ ପରସ୍ପର ସ୍ପର୍ଶ କରି କରତଳ କରପୃଷ୍ଠାଭ୍ୟଂ ଅସ୍ତ୍ରାୟଫଟ୍ ବୋଲି ଗୋଟିଏ ତାଳି ମାରନ୍ତି ଏହାକୁ ଅଙ୍ଗନ୍ୟାସ ବା ଷଡଙ୍ଗ ନ୍ୟାସ ବୋଲାଯାଏ ଏଥିପୂର୍ବରୁ ନିଜର ଦୁଇହାତଦ୍ୱାରା ପରସ୍ପର ତତ୍ତତ୍ ଅଙ୍ଗୁଳିକୁ ସ୍ପର୍ଶକରି ଯଥାକ୍ରମେ ଅଙ୍ଗୁଷ୍ଠାଭ୍ୟଂ ନମଃ, ତର୍ଜନୀଭ୍ୟଂ ସ୍ୱାହା, ମଧ୍ୟମାଭ୍ୟଂ ବଷଟ୍ ଅନାମିକାଭ୍ୟଂ ହୁଂ, କନିଷ୍ଠାଭ୍ୟଂ ଚଷଟ୍ ଉଚ୍ଚାରଣ କରି ଶେଷରେ କରତଳ କରପୃଷ୍ଠାଭ୍ୟଂ ଅସ୍ତ୍ରାୟପଂଟ୍ କହି ତାଳି ମାରନ୍ତି ଏହାକୁ କରନ୍ୟାସ ବୋଲାଯାଏ ପ୍ରଥମେ କରନ୍ୟାସ କରି ତତ୍ପରେ ଅଙ୍ଗନ୍ୟାସ କରି ତତ୍ପରେ ଧ୍ୟେୟ ଦେବତାଙ୍କ 'ଧ୍ୟାନ' କରି ଶେଷରେ ମନ୍ତ୍ର ଜପ କରାଯାଏ]

୫. ରାଜାଙ୍ଗ ବା ସେନାଙ୍ଗ; ରାଜ୍ୟର ବା ସେନାର ଆବଶ୍ୟକ ୬ ଗୋଟି ଅଙ୍ଗ — ୫. Six component parts of a kingdom or army.

[ଦ୍ରଷ୍ଟବ୍ୟ —ଯଥା — :୧. ମୌଳ —୧. Head or sovereign. :୨. ଭୃତ୍ୟ —୨. Servant.:୩. ସୁହୃତ୍ —Ally or friend. :୪. ଶ୍ରେଣୀ —Army.:୫. ଦ୍ୱିଷତ୍ —Enemy.

୬. ଆଟବିକ ବା ଅରଣ୍ୟବାସୀ ସେନା —Wild war-lire tribes.]
୬. ଛଅ ପ୍ରକାର ଯୋଗାଙ୍ଗ ବା ଯୋଗ ସାଧନର ସୋପାନ (ଯଥା—ପ୍ରତ୍ୟାହାର, ଧ୍ୟାନ, ପ୍ରାଣାୟାମ, ଧାରଣା, ତର୍କ, ସମାଧି) —୬. The six steps in the practice of J̄oga.
୭. ଆଦ୍ୟ ଶ୍ରାଦ୍ଧକାଳରେ ପ୍ରେତ ଉଦେଶ୍ୟରେ ଦିଆଯିବା ଛଅଟି ବସ୍ତୁ (ଯଥା— ଆସନ, ଛତ୍ର, ଉପାନହ, ଶଯ୍ୟା, ଅନ୍ନ ଓ ଜଳ—ବିଶ୍ୱ— କୋଷ) —୭. Six articles given away to Brahmaṇas as offering to the departed spirit during obsequies.

[ଦ୍ରଷ୍ଟବ୍ୟ —ଶାସ୍ତ୍ରରେ ଏଥିର ପ୍ରମାଣ ମିଳେ ନାହିଁ ପ୍ରେତର ସ୍ୱର୍ଗଲାଭାର୍ଥ ଷୋଡଶ ଦାନ କରାଯିବା ଶାସ୍ତ୍ରରେ ଅଛି; କିନ୍ତୁ ଲୋକବ୍ୟବହାରରେ ଷଡଙ୍ଗ ଦାନ କରାଯାଏ—ବିଶ୍ୱକୋଷ]

୯. (ବୈଦ୍ୟକ) ଗୋକ୍ଷୁର; ଗୋଖରା —୮. A throny bush and fruit; Tygophyllæa Tribulus Terestris.
୧. (ବହୁବ୍ରୀହି) ବେଦ
(ବିଶ୍ୱକୋଷ) —୯. The Bedas.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)[ସମ୍ପାଦନା]

ଛଅଟି ଅଙ୍ଗ ବିଶିଷ୍ଟ —Having six limbs or parts or branches.