ଷଡ଼ଷ୍ଟକ

ଉଇକିଅଭିଧାନ‌ରୁ

ଷଡ଼ଷ୍ଟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଜ୍ୟୋତିଷ) (ଷଟ୍+ଅଷ୍ଟ+କ)[ସମ୍ପାଦନା]

ବର କନ୍ୟାଙ୍କର ଜାତକ ଗଣନାଦ୍ୱାରା ବୁଝାଯିବା ଯୋଗ ବିଶେଷ; ବରର ଓ କନ୍ୟାର ସୁସ୍ମ ରାଶିରୁ ପରସ୍ପର ଷଷ୍ଠ ଓ ଅଷ୍ଟମ ରାଶି ସମ୍ୱନ୍ଧ —(astrology) Astrological corelation found out by calculating the horoscopes of the bride and bridegroom elect from the ୬th and the ୮th positions of their respective zodiacal signs.

[ଦ୍ରଷ୍ଟବ୍ୟ —ବରର ରାଶିଠାରୁ କନ୍ୟାର ରାଶି ଷଷ୍ଠ ସ୍ଥାନୀୟ ଓ କନ୍ୟାର ରାଶିଠାରୁ ବରର ରାଶି ଅଷ୍ଟମ ହେଲେ ଏହି ଯୋଗ ଘଟେ ବିବାହ ପ୍ରସ୍ତାବରେ ବରର ଓ କନ୍ୟାର ରାଶିର ପରସ୍ପର ଷଷ୍ଠ ଓ ଅଷ୍ଟମ ସମ୍ୱନ୍ଧ ହେଲେ ତାହାକୁ 'ଷଡଷ୍ଟକ' ବୋଲାଯାଏ ଏ ଷଡଷ୍ଟକ ଯୋଗକୁ ପରୀକ୍ଷା କରି ବିବାହ ସ୍ଥିର କରିବା ବିଧେୟ ଶାସ୍ତ୍ରରେ ଷଡଷ୍ଟକ ନିନ୍ଦିତ ହୋଇଅଛି ଏହା ଅଭି ଷଡଷ୍ଟକ ଓ ମିତ୍ର ଷଡଷ୍ଟକ ଭେଦରେ ଦୁଇ ପ୍ରକାର ଯଦି କନ୍ୟାର ରାଶିର

ଅଷ୍ଟମରେ ଭର୍ତ୍ତାର ଓ ଭାର୍ତ୍ତାର ରାଶିର ଅଷ୍ଟମରେ କନ୍ୟାର ରାଶି ହୁଏ, ତାହାହେଲେ ଅରି ଷଡଷ୍ଟକ ହୁଏ ଯଥା— କନ୍ୟାର ରାଶି   ବରର ରାଶି ମକର   ସିଂହ କନ୍ୟା   ମେଷ ମୀନ   ତୁଳା କର୍କଟ   କୁମ୍ଭ ବୃଷ   ମିଥୁନ ଅରି ଷଡଷ୍ଟକ ହେଲେ ଏ ବିବାହ ସର୍ବଥା ନିଷିଦ୍ଧ ମିତ୍ରଷଡଷ୍ଟକ ଯଥା— କନ୍ୟାର ରାଶି   ବରର ରାଶି ମକର   ମିଥୁନ କନ୍ୟା   କୁମ୍ଭ ସିଂହ   ମୀନ ବୃଷ   ତୁଳା ବିଛା   ମେଷ କର୍କଟ   ଧନୁ ମିତ୍ର ଷଡଷ୍ଟକ ହେଲେ ମଧ୍ୟ ବିବାହ ନିନ୍ଦନୀୟ ଷଡଷ୍ଟକ ମାତ୍ରେହିଁ ଦୋଷାବହ; ତଥାପି ମିତ୍ର ଷଡଷ୍ଟକରେ ଏ ସକଳ ରାଶ୍ୟଧିପତି ଗ୍ରାହଙ୍କର ପରସ୍ପର ମିତ୍ରତା ଥିବାରୁ ଏହା ଅଶୁଭ ହେଲେ ମଧ୍ୟ କିଞ୍ଚିତ୍ ଶୁଭପ୍ରଦ ହୁଏ ଗରୁଡପୁରାଣ ମତରେ ମିତ୍ର ଷଡଷ୍ଟକ ଯଥା— କନ୍ୟାର—ସିଂହ ବରର—ମକର କନ୍ୟା   ମେଷ ତୁଳା   ମୀନ କୁମ୍ଭ   କର୍କଟ ଧନୁ   ବୃଷ ମିଥୁନ   ବିଛା ପିତା ପୁତ୍ରଙ୍କର ମଧ୍ୟ ଷଡଷ୍ଟକ ରାଶି ସମ୍ୱନ୍ଧ ଥିଲେ ଦୁହିଙ୍କ ମଧ୍ୟରେ ମନର ଅମେଳ ହୁଏ ଓ ମିତ୍ର ଷଡଷ୍ଟକ ଥିଲେ କିଞ୍ଚିତ୍ ଶୁଭ ହୁଏ (ବିଶ୍ୱକୋଷ)