ଷଡ୍ଗ

ଉଇକିଅଭିଧାନ‌ରୁ

ଷଡ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଷଡ଼ଜ—ଦେଶଜରୂପ]

ସଂସ୍କୃତ - ବିଶେଷ୍ୟ - (ଷଟ୍=ଛଅ+ଜନ୍ ଧାତୁ=ଜାତ ହେବା+ କର୍ତ୍ତୃ. ଅ; ଷଟ୍+ଗମ୍ ଧାତୁ+କର୍ତ୍ତୃ. ଅ; ଏହା ଛଅ ସ୍ଥାନରୁ ଉତ୍ପନ୍ନ ହୁଏ ବୋଲି ଏହି ନାମ; ଯଥା—କଣ୍ଠ, ତାଳୁ, ଜିହ୍ୱା, ଦନ୍ତ, ନାସା, ଓ ଉରଃ)[ସମ୍ପାଦନା]

୧. ମୟୂରର କେକା; ମୟୂରର କଣ୍ଠ ଧ୍ୱନି — ୧. The sound or crowing of the peacock
୨. ତନ୍ତ୍ରୀ ଓ ବୀଣାଦିରୁ ଉଥିତ ପ୍ରଥମ ସ୍ୱର; ହିନ୍ଦୁ ସଙ୍ଗୀତର ସ୍ୱରଗ୍ରାମର ଆଦ୍ୟ ସ୍ୱର (ଏହା ମୟୂର କଣ୍ଠ—ନିଃସୃତ ସ୍ୱର ତୁଲ୍ୟ, ଏହାର ସଙ୍କେତ 'ସା') —୨. The ୧st tone of the Hindu gamut.

[ଦ୍ରଷ୍ଟବ୍ୟ —ଏହା ସଙ୍ଗୀତର ମୂଳସ୍ୱର (keynote)ଅଟେ ଏଥିରୁ ଅନ୍ୟ ଛଅଟି ସ୍ୱର (ବା ସୂର୍, ଯଥା—ଋଷଭ=ରି, ଗାନ୍ଧାର= ଗା, ମଧ୍ୟମ=ମା, ପଞ୍ଚମ=ପା, ଧୈବତ=ଧା ଓ ନିଷାଦ =ନି) ଉତ୍ପନ୍ନ ହୁଏ 'ଷଡଜ' ସ୍ୱରକୁ ହିନ୍ଦିରେ 'ଖଡ୍ଜ' 'ଖରଜ' ବୋଲାଯାଏ]