ସଂକୁଳ

ଉଇକିଅଭିଧାନ‌ରୁ

ସଂକୁଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍କୁଳ—ଅନ୍ୟରୂପ)

(ସଂକୁଳା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - (ସମ୍=ଏକତ୍ର+କୁଳ୍ ଧାତୁ=ରାଶି କରିବା଼ + କର୍ମ. ଅ)

୧. ବ୍ୟାପ୍ତ; ସମାକୀର୍ଣ୍ଣ; ପୂର୍ଣ୍ଣ; ବହୁଳ —୧. Full of; surrounded by; overspread with.
୨. ଯୁକ୍ତ; ଏକତ୍ର ବିଦ୍ୟମାନ; ମିଶ୍ରିତ —୨. Mixed up; unit ed; compounded.
୩. ଗୋଳମାଳ ପୂର୍ଣ୍ଣ — ୩. Tumultuous.

[ଉ—ସେହି କାଳେ ସଂକୁଳ ହୋଇଲା ସମର, ମରାମରି ହୋଇ ବହୁତ ମଲେ ନର କୃଷ୍ଣସିଂହ. ମହାଭାରତ. କର୍ଣ୍ଣ]

୪. ସଂକୀର୍ଣ୍ଣ —୪. Narrow; close.
୫. ବହୁଲୋକସମାକୀର୍ଣ୍ଣ — ୫. Crowded.

ବିଶେଷ୍ୟ -[ସମ୍ପାଦନା]

୧. ଦ୍ୱନ୍ଦ; ଯୁଦ୍ଧ —୧. Contest; fight; affray.
୨. ଜନତା — ୨. Crowd.
୩. ପରସ୍ପରର ବିରୁଦ୍ଧ ବାକ୍ୟାଳାପ; କଳି —୩. Altercation; quarrel.
୪. ବହୁ ଲୋକଙ୍କ ସ୍ୱରଜନିତ ଗୋଳମାଳ —୪. Hubbub; tumult.

[ଦ୍ରଷ୍ଟବ୍ୟ —ସାଧାରଣତଃ ଅନ୍ୟ ଶବ୍ଦ ସଙ୍ଗେ ସଂକୁଳ ଶବ୍ଦ ମିଶି ସମାସ ହୁଏ; ଯଥା—ଶ୍ୱାପଦସଂକୁଳ ବିପତସଂକୁଳ, ସଂକଟସଂକୁଳ ଇତ୍ୟାଦି]