ସଂକ୍ରାନ୍ତି

ଉଇକିଅଭିଧାନ‌ରୁ

ସଂକ୍ରାନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ସମ୍+କ୍ରମ୍ ଧାତୁ=ଗମନ କରିବା+ଭାବ ତି)

୧. ସଂକ୍ରମଣ —୧. Advance.
୨. (ଜ୍ୟୋତିଷାର୍ଥ) ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟ ରାଶିକୁ ଗମନ; ରବି ସଂକ୍ରମଣ —୨. The transition of the sun from one sign of the zodiac to another.
୩. ବିସ୍ତାର —୩. Extension.
୪. ବ୍ୟାପ୍ତି —୪. Overspreading; pervading; diffision.
୫. କାଳର ସୂଷ୍ମଅଂଶବିଶେଷ, ଯେଉଁ ସମୟରେ ସୂର୍ଯ୍ୟ ଏକ ରାଶିରୁ ଅନ୍ୟ ରାଶିକୁ ଗତିକରେ — ୫. The minutest division of time at which the sun passes from one sign of zodiac to another.
୬. ପ୍ରତିବିମ୍ୱନ —୬. Reflection.
୭. ଅବସ୍ଥାନ୍ତର ପ୍ରାପ୍ତି —୭. Change of condition; attainment of a different condition.
୮. ପ୍ରତିକରଣ; ଭାଣ୍ଡ; ବାହନା — ୮. Feigning; imposition.
୯. ରବି ସଂକ୍ରମଣ ଦିବସ —୯. The day of the transition of the sun from one sign to another.

[ଦ୍ରଷ୍ଟବ୍ୟ —ସଂକ୍ରାନ୍ତି ଦିବସକୁ ବଙ୍ଗ ଦେଶରେ ପ୍ରଚଳିତ ପୂର୍ବବର୍ତ୍ତୀ ସୌର ମାସର ଶେଷ ଦିନ ବୋଲି ଗଣନା

କରନ୍ତି; କିନ୍ତୁ ଉତ୍କଳରେ ସଂକ୍ରାନ୍ତିକୁ ପରବର୍ତ୍ତୀ ସୌର ମାସର ପ୍ରଥମ ଦିନ ବୋଲି ଗଣନା କରନ୍ତି; ଯଥା— ଓଡ଼ିଆ ପାଞ୍ଜିରେ ୧୩୩୩: ସାଲର କକଡ଼ା (ସୌର ଶ୍ରାବଣ) ମାସର ପ୍ରଥମ ଦିନ ଏବଂ ବଙ୍ଗଳା ପାଞ୍ଜିରେ ୧୩୩୩: ସାଲର ମିଥୁନ (ସୌର ଆଷାଢ଼) ମାସର ୩୧ଶ ଦିନ ଦକ୍ଷିଣାୟନ ସଂକ୍ରାନ୍ତି ବୋଲି ଲେଖାଅଛି ସଂକ୍ରାନ୍ତିର ପରଦିନ ଠାରୁ ବଙ୍ଗ ଦେଶରେ ପରବର୍ତ୍ତୀ ସୈର ମାସର ପ୍ରଥମ ପ୍ରପ୍ରଥମ ଦିନ ଆରମ୍ଭ ହୁଏ ଅର୍ଥାତ୍ ଉତ୍କଳର ଯାହା 'ମାସାନ୍ତ' ଦିବସ, ତାହା ବଙ୍ଗ ଦେଶରେ ସଂକ୍ରାନ୍ତି ବୋଲାଯାଏ କିନ୍ତୁ ବିଚାର କରିବାକୁ ଗଲେ ବଙ୍ଗୀୟ ଗଣନାରୀତି ଠିକ୍ ନୁହେଁ ବୋଲି ଦେଖାଯିବ କାରଣ, ସଂକ୍ରାନ୍ତିର ନାମକରଣ ପରବର୍ତ୍ତୀ ମାସର ନାମ ଅନୁସାରେ କରାଯାଏ; ଯଥା—ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି ଓଡ଼ିଆରେ ଧନୁସଂକ୍ରାନ୍ତି ଧନୁ ମାସର ପ୍ରଥମ ଦିନ; କିନ୍ତୁ ବଙ୍ଗଳରେ ଏହା ବିଛା ମାସର ଶେଷ ଦିନ ବୋଲି ଧରାଯାଏ 

ଧନୁ (ପୌଷ), ମିଥୁନ (ଆଷାଢ଼), କନ୍ୟା (ଆଶ୍ୱିନ) ଓ ନୀମ (ଚୈତ୍ର) ସଂକ୍ରାନ୍ତିକୁ 'ଷଡ଼ଶୀତି' ସଂକ୍ରାନ୍ତି ବୋଲାଯାଏ ବୃଷ (ଜ୍ୟୋଷ୍ଠ) ବୁଶ୍ଚିକ (ମାର୍ଗଶିର), ସିଂହ (ଭାଦ୍ର) ଓ କୁମ୍ଭ (ଫଗୁଣ) ସଂକ୍ରାନ୍ତିକୁ 'ବିଷ୍ଣୁପଦୀ' ସଂକ୍ରାନ୍ତି ବୋଲାଯାଏ ମକର (ମାଘ) ସଂକ୍ରାନ୍ତିକୁ 'ଉତ୍ତରାୟଣ' ଓଓ କକଡ଼ା (ଶ୍ରାବଣ) ସଂକ୍ରାନ୍ତିକୁ 'ଦକ୍ଷିଣାୟନ' ସଂକ୍ରାନ୍ତି ବୋଲାଯାଏ

ମେଷ (ବୈଶାଖ) ସଂକ୍ରାନ୍ତିକୁ 'ମହା ବିଷୁବ' ସଂକ୍ରାନ୍ତି ଓ ତୁଳା (କାର୍ତ୍ତିକ) ସଂକ୍ରାନ୍ତିକୁ 'ଜଳବିଷୁବ' ସଂକ୍ରାନ୍ତି ବୋଲାଯାଏ

ଭିନ୍ନ ଭିନ୍ନ ନକ୍ଷତ୍ରରେ ସୂର୍ଯ୍ୟଙ୍କ ସଂକ୍ରମଣ ଘଟିବା ଯୋଗୁଁ ସଂକ୍ରାନ୍ତିମାନଙ୍କୁ ୭ ଭାଗରେ ବିଭକ୍ତ କରାଯାଇ ଅଛି; ଯଥା—୧ ମନ୍ଦା, ୨ ମନ୍ଦାକିନୀ, ୩ ଧ୍ୱାଂକ୍ଷୀ, ୪ ଘୋରା, ୫ ମହୋଦରୀ, ୬ ରାକ୍ଷସୀ, ୭ ମିଶ୍ରିତା

ରବିସଂକ୍ରମଣ ସମୟ ଅତ୍ୟନ୍ତ ପୁଣ୍ୟକାଳ ଏହି ସମୟରେ ସବୈଷଧିମିଶ୍ରିତ ଜଳରେ ସ୍ନାନ କରି ହୋମ ଦାନାଦି ଓ ବିଷ୍ଣୁ ମନ୍ତ୍ର ଜପ କରିବାଦ୍ୱାରା ପୁଣ୍ୟ ସଞ୍ଚୟ ହୁଏ; ୧ ତ୍ରୁଟିର ସହସ୍ର ଭାଗରୁ ଏକ ଭାଗ କାଳ ରବିସଂକ୍ରମଣ ସମୟ (୧ ନିମିଷର ବା ୧ ଲବର ଅର୍ଦ୍ଧେକ=୧ ତ୍ରୁଟି); ସଂକ୍ରାନ୍ତିଦିନ ସ୍ତ୍ରୀ, ତୈଳ ଓ ଆମିଷାଦି ବର୍ଜନୀୟ ସଂକ୍ରାନ୍ତିକୁ ନିରଂଶ ଦିବସ ବୋଲାଯାଏ ସେଥିପାଇଁ ଏ ଦିନ ଯାତ୍ରାଦ ଶୁଭକର୍ମ ନିଷିଦ୍ଧ ସଂକ୍ରାନ୍ତି ଦିନ ସାୟଂସନ୍ଧ୍ୟା ନିଷିଦ୍ଧ ଶୁକ୍ଳପକ୍ଷ ସପ୍ତମୀ ଦିନ ସଂକ୍ରାନତି ହେଲେ ତାହାର ନାମ 'ମହାଜୟା' ହୁଏ ଉକତ ଦିନ ସୂର୍ଯ୍ୟପୂଜା ଓ ଦାନାଦି ପୁଣ୍ୟପ୍ରଦ

କେଉଁ ସଂକ୍ରାନ୍ତିରେ କି କି ପୂଜା ବା କାର୍ଯ୍ୟ ଅନୁଷ୍ଠିତ ହୁଏ, ତାହା ନିମ୍ନରେ ଦିଆଗଲା ଯଥା ===

୧. ଚୈତ୍ରର ଷଡ଼ଶୀତି ସଂକ୍ରାନ୍ତି—ଏ ଦିନ ଘଣ୍ଟାକର୍ଣ୍ଣ ପୂଜା ହୁଏ
୨. ବୈଶାଖର ମହାବିଷୁବ ସଂକ୍ରାନ୍ତି—ଏହାର ଅନ୍ୟ ନାମ ପଣାସଂକ୍ରାନ୍ତି ଏଥିରେ ବ୍ରାହ୍ମଣଙ୍କୁ ପଣା, ବାରିପାତ୍ର, ଘଟ, ଛତୁଆ, ବ୍ୟଜନ, ଛତ୍ର ଓ ପାଦୁକା ଦିଆଯାଏ ଏ ଦିନ ସୂର୍ଯ୍ୟ ବିଷୁବ ରେଖାକୁ ପାରି ହୋଇ ଉତ୍ତର ଆଡ଼କୁ ଅର୍ଥାତ୍ କର୍କଟ କ୍ରାନ୍ତି ଆଡ଼କୁ ଗତି କରନ୍ତି ଏହି ଦିନ ମସୁର ଓ ନିମ୍ୱପତ୍ର ଖାଇଲେ ବର୍ଷକଯାକ ସର୍ପ ଓ ବିଷଭୟ ନ ଥାଏ
୩. ଜ୍ୟୈଷ୍ଠ ବିଷ୍ଣୁପଦୀ ସଂକ୍ରାନ୍ତି ===
୪. ଆଷାଢ଼ର ଷଡ଼ଶୀତି ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି— ଏ ଦିନ ଜଗନ୍ନାଥଙ୍କ ଯାତ୍ରା ଉତ୍ସବ ହୁଏ ମାସାନ୍ତ— ଠାରୁ ସଂକ୍ରାନ୍ତି ପରଦିନ ଯାଏ ପୃଥିବୀ ୩ ଦିନ ପର୍ଯ୍ୟନ୍ତ ରଜସ୍ୱଳା ରହେ; ଏଣୁ ଏହି ସମୟରେ କୃଷିକର୍ମ ଓ ଭୂମିଖଦନ ନିଷିଦ୍ଧ ଏସମୟରେ ସ୍ତ୍ରୀଲୋକମାନେ ପିଷ୍ଟକାଦି ଭକ୍ଷଣ କରି କ୍ରୀଡ଼ାଦି ଉତ୍ସବରେ ମାତନ୍ତି ରଜରେ ସ୍ତ୍ରୀ ଓ ବାଳକ ବାଳିକାଙ୍କ ଦୋଳୀ ଖେଳ ସମଗ୍ର ଉତ୍କଳରେ ପ୍ରସିଦ୍ଧ
୫. ଶ୍ରାବଣ ମାସରର ଦକ୍ଷିଣାୟନ ସଂକ୍ରାନ୍ତି—ଏ ଦିନ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ବିଷୁବ ରେଖା ଆଡ଼କୁ ଗତି କରନ୍ତି ଏହି ଦିନଠାରୁ ୩ ଦିନ ପର୍ଯ୍ୟନ୍ତ ନଦୀମାନେ ରଜସ୍ୱଳା ହୁଅନ୍ତି
୬. ଭାଦ୍ର ମାସର ବିଷ୍ଣୁପଦୀ ସଂକ୍ରାନ୍ତି mdash;
୭. ଅଶ୍ୱିନର ଷଡ଼ଶୀତି ସଂକ୍ରାନ୍ତି ବା କନ୍ୟ ସଂକ୍ରାନ୍ତି— ଏ ଦିନ କେବଳ ଦେବପୂଜାର ବର୍ଷାରମ୍ଭ
୮. କାର୍ତ୍ତିକର ଜଳବିଷୁବ ସଂକ୍ରାନ୍ତି—ଏହାର ଅନ୍ୟ ନାମ ଗର୍ଭଣା ସଂକ୍ରାନ୍ତି ଏ ଦିନ ଗର୍ଭଣା ଡାଳ ବା କାଠିକୁ ପୂଜା କରି ଧାନ କ୍ଷେତରେ ପୋତିବାକୁ ହୁଏ ସୂର୍ଯ୍ୟ ବିଷ୍ଠବ ରେଖାକୁ ଟପି ଏହିଦିନ ଦକ୍ଷିଣ ଆଡ଼କୁ ଅର୍ଥାତ୍ ମକର ସଂକ୍ରାନ୍ତି ଆଡ଼କୁ ଗତି ଆରମ୍ଭ କରନ୍ତି
୯. ମାର୍ଗଶିରର ବିଷ୍ଣୁପଦୀ ସଂକ୍ରାନ୍ତି ===
୧. ପୁଷ ମାସର ଷଡ଼ଶୀତି ସଂକ୍ରାନ୍ତି ବା ଧନୁ ସଂକ୍ରାନ୍ତି— ଏ ଦିନ ଦେବତାଙ୍କୁ ଧନୁମୁଆଁ ଭୋଗ ହୁଏ ଏବଂ ଜଗନ୍ନାଥଙ୍କର ପହିଲି ଭୋଗ ଆରମ୍ଭ ହୁଏ
୧୧. ମାଘ ମାସର ଉତ୍ତରାୟଣ ସଂକ୍ରାନ୍ତି—ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିରୁ ଉତ୍ତର ଦିଗକୁ ଫେରନ୍ତି ଦେବତାଙ୍କୁ ମକର ଚାଉଳ ଓ ତିଲୁଆ ଖଜା ଭୋଗ ହୁଏ ଏହାକୁ ତିଲୁଆ ସଂକ୍ରାନ୍ତି ମଧ୍ୟ କୁହାଯାଏ ଏ ଦିନ ବାସ୍ଣପୂଜା କରାଯାଏ ଏବଂ ଜଗନ୍ନାଥଙ୍କ ଓ ଲିଙ୍ଗରାଜଙ୍କଯାତ୍ରା ହୁଏ
୧୨. ଫଗୁଣର ବିଷ୍ଣ ପଦୀ ସଂକ୍ରାନ୍ତି—
ସଂକ୍ରାନ୍ତିମାନଙ୍କରେ ଆଚରଣୀୟ ନାନାପ୍ରକାର କର୍ମାନୁଷ୍ଠାନ ବିଷୟ ପୁରାଣରେ ଉଲ୍ଲିଖିତ ଅଛି ଯଥା ===

୧. କାର୍ତ୍ତିକେୟ ବ୍ରତ (ସୁନ୍ଦପୁରାଣ)—ମାର୍ଗଶିର ମାସ ସଂକ୍ରାନ୍ତିରେ ସ୍ତ୍ରୀମାନେ ପୁତ୍ରଲାଭାର୍ଥ ସନ୍ଧ୍ୟାଠାରି ୪ ପ୍ରହର ମଧ୍ୟରେ ୪ ଥର ସ୍ନାନ କରି କାର୍ତ୍ତିକେୟ ପୂଜା— ପୂର୍ବକ କାର୍ତ୍ତିକେୟ ବ୍ରତ କରନ୍ତି
୨. ଜଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ)—ବିଷୁବ ସଂକ୍ରାନ୍ତିରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ଜଳପୂର୍ଣ୍ଣ ଘଟ ଦାନ କରାଯାଏ
୩. ଦାନ ସଂକ୍ରାନ୍ତି ବ୍ରତ (ବ୍ରହ୍ମ ପୁରାଣ)—ବିଷୁବ ସଂକ୍ରାନ୍ତିଠାରୁ ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ବ୍ରାହ୍ମଣଙ୍କୁ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଦାନ କରାଯାଏ
୪. ଦଧି ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ)—ଉତ୍ତରାୟଣ ସଂକ୍ରାନ୍ତିଠାରୁ ଆରମ୍ଭ କରି ଏକ ବର୍ଷ ଦଧି ଓ ଭୋଜ୍ୟ ଦାନ କରାଯାଏ
୫. ଅନ୍ନ ସଂକ୍ରାନ୍ତ ବ୍ରତ (ଭବିଷ୍ୟ ପୁରାଣ)—ମହାବିଷୁବ ସଂକ୍ରାନ୍ତିଠାରୁ ୧ ବର୍ଷ ପର୍ଯ୍ୟନ୍ତ ଅନ୍ନଦାନ କରାଯାଏ
୬. ଫଳସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ) ମହାବିଷୁବ ସଂକ୍ରାନ୍ତିଠାରୁ ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ନିର୍ଦ୍ଦିଷ୍ଟ ଫଳ ଦାନ କରାଯାଏ
୭. ମଙ୍ଗଳ ସଂକ୍ରାନ୍ତି ବ୍ରତ—ମଙ୍ଗଳବାର ଦିନ ସଂକ୍ରାନ୍ତି ପଡ଼ିଲେ ମଙ୍ଗଳ ଚଣ୍ଡୀଙ୍କର ପୂଜା କରାଯାଏ
୮. ଯମପୁଷ୍କରିଣୀବ୍ରତ (ଭବିଷ୍ୟ ପୁରାଣ)—ସ୍ତ୍ରୀମାନେ କୌଣସି ସଂକ୍ରାନ୍ତିଠାରୁ ଆରମ୍ଭ କରି ପ୍ରତି ସଂକ୍ରାନ୍ତିରେ ୪ ବର୍ଷ ପର୍ଯ୍ୟନ୍ତ ଯମପୂଜା ଓ ଦାନ କରନ୍ତି
୯. ଧର୍ମଘଟ ବ୍ରତ—ବୈଶାଖ ସଂକ୍ରାନ୍ତିଠାରୁ ଜୈଷ୍ଠ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଲେଖାଏଁ ୪ ବର୍ଷ ଜଳପୂର୍ଣ୍ଣ ଘଟ ବ୍ରାହ୍ମଣଙ୍କୁ ଦାନ କରାଯାଏ ଏହା ଛଡ଼ା ମହାବିଷୁବ ସଂକ୍ରାନ୍ତିରେ ବିଷ୍ଣୁ, ଇଷ୍ଟଦେବତା ଓ ପିତୃମାନଙ୍କ ଉଦ୍ଦେଶ୍ୟରେ ଜଳପୂର୍ଣ୍ଣ ଘଟ ଉତ୍ସର୍ଗ କରିବାକୁ ହୁଏ]



  • (file)