ସଂଗତ

ଉଇକିଅଭିଧାନ‌ରୁ

ସଂଗତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ସଂଙ୍ଗତ—ଅନ୍ୟରୂପ]

(ସଙ୍ଗତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍+ଗମ୍. ଧାତୁ+କର୍ତ୍ତୃ. ତ)[ସମ୍ପାଦନା]

୧. ଉପଯୁକ୍ତ; ସମୁଚିତ; ଉଚିତ —୧. Suitable; fit; proper.
୨. ଯଥେଷ୍ଟ —୨. Adequate; appropriate.
୩. ଯୁକ୍ତିଯୁକ୍ତି; ଯୌକ୍ତିକ —୩. Reasonable.
୪. ସମ୍ମିଳିତ; ମିଳିତ —୪. United.

[ଉ—ଦିନ କ୍ଷୟ ସମୟେ ବାହୁଡ଼ି ମୋର ସୁତ ମୋ ପାଶରେ ଆସିଣ ହୋଇବେ ସଂଗତ କୃଷ୍ଣସିଂହ. ମହାଭାରତ. ଆଦି]

୫. ସଂଯୁକ୍ତ — ୫. Joined; attached.
୬. ସଂବଦ୍ଧ; ସଂବଦ୍ଧ— ଯୁକ୍ତ —୬. Connected; related.
୭. ସାକ୍ଷାତ୍— କୃତ —୭. Interviewed; met with.
୮. ମିତ୍ର ବା ସହଚରରୂପେ ମିଳିତ —୮. Associated or met as friends.
୯. ସଂଚିତ; ଏକତ୍ରୀକୃତ — ୯. Collected; accumulated.
୧. ସହବାସ ବା ସଙ୍ଗମଦ୍ୱାରା ପରସ୍ପର ସଙ୍ଗେ ମିଳିତ —୧୦. Joined to each other in coition.

[ଉ—ଦୁହେଁ ହେବା ସଙ୍ଗତ, ମୁଁ ହେବି ମହୀଗତ ମହେନ୍ଦ୍ର ବତରେ କବିସୂର୍ଯ୍ୟ. ସଂଗୀତ]

୧୧. ଦୃଷ୍ଟ —୧୧. Seen; viewed.

ବି— (ଭାବ. ତ)[ସମ୍ପାଦନା]

୧. ମିତ୍ରତା —୧. Friendship.
୨. ସୌହାର୍ଦ୍ଦ —୨. Close friendship; intimacy.
୩. ମିଳନ —୩. Junction.
୪. ସଂଯୋଗ — ୪. Conjunction.
୫. ସହଚରତ୍ୱ —୫. Companionship.

[ଉ—କୁନ୍ତୀ ମଧ୍ୟ ତାହାଙ୍କ ସଙ୍ଗତରେ ଗଲେ କୃଷ୍ମସିଂହ. ମହାଭାରତ. ଆଦି]

୬. (ଜ୍ୟୋତିଷ) ଗ୍ରହମାନଙ୍କର ସମସୂତ୍ରରେ ଅବସ୍ଥାନ ବା ମିଳନ — ୬. (astrology) The conjunction of planets; a position of planets in parallel lines.
୭. (ସଙ୍ଗୀତ) ଗୀତ, ବାଦ୍ୟ, ସ୍ୱର ଓ ତାଳର ମିଳନ —୭. (music) Harmony produced by the combination of songs, music, tunes and symphony.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶିଖମାନଙ୍କର ଧର୍ମଚର୍ଚ୍ଚାର୍ଥ ବୈଠକି ବା ବନ୍ଧୁ ସମ୍ମେଳନ —୧. A religious meeting of the Sikhs.

[ଦ୍ରଷ୍ଟବ୍ୟ —ବ୍ରାହ୍ମମାନଙ୍କର ସାପ୍ତାହିକ ବା ପାକ୍ଷିକ ଧର୍ମପ୍ରସଙ୍ଗାଲୋଚନାର୍ଥ ବନ୍ଧୁସମ୍ମେଳନକୁ ମଧ୍ୟ ସଙ୍ଗତ ବୋଲାଯାଏ]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଭିନ୍ନ ଭିନ୍ନ ସ୍ଥାନର କୌଣସି ଧର୍ମାବଲମ୍ୱୀ ଲୋକମାନଙ୍କର ତଦୀୟ ଶାସ୍ତ୍ରାଲୋଚନାର୍ଥ ଆହୂତ ସଭା —A meeting

conveyed for discussion of religious topics amongst people hailing from different localities and professing a particular religion.