ସଂଗୀତ

ଉଇକିଅଭିଧାନ ରୁ
Jump to navigation Jump to search

ସଂଗୀତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


=== ସଂସ୍କୃତ - ବିଶେଷଣ -(ସମ୍=+ସମ୍ୟକ୍+ଗେ ଧାତୁ+କର୍ମ ତ)

୧. ନୃତ୍ୟ ବାଦ୍ୟ ସହକାରେ ଗୀତ —୧. Sung in accompaniment with dance and music.
୨. ସମ୍ୟକ୍ ପ୍ରକାରେ ଗୀତ —୨. Sung in chorus; well sung (song).

=== ସଂସ୍କୃତ - ବିଶେଷ୍ୟ - (+ ଭାବ ତ)

୧. ବହୁମିଳିତ ଗାନ —୧. Chorus; chorus song.
୨. ତୌର୍ଯ୍ୟତ୍ରିକ; ପ୍ରେରଣାର୍ଥ ନୃତ୍ୟ ଗୀତ ଓ ବାଦ୍ୟ —୨. Concert; music consiting of dancing, singing and playing on musical; instruments.

(ଦ୍ର—ହିନ୍ଦୁମାନଙ୍କ ଦେବାରାଧନରେ ସଂଗୀତ ଗୋଟିଏ ପ୍ରଧାନ ଉପକରଣ ବା ଅଙ୍ଗ ଦେବତତାମାନଙ୍କ ସମ୍ମୁଖରେ ନୃତ୍ୟଗୀତ ବାଦ୍ୟ— ଯୁକ୍ତ ସଂଗୀତ କରାଯାଏ ଦେବସ୍ଥାନବିଶେଷରେ ଏଥି— ପାଇଁ ଦେବଦାସୀ ଓ ନର୍ତ୍ତକୀମାନେ ମଧ୍ୟ ଖଞ୍ଜି ଥାଆନ୍ତି "ଗୀତ ବାଦ୍ୟଂ ତଥା ନୃତ୍ୟ କ୍ରୟଂ ସଂଗୀତମୁଚ୍ୟତେ" —ସଂଗୀତ ରତ୍ନାକର ଗୀତ, ବାଦ୍ୟ ଓ ନୃତ୍ୟ ଏହି ତିନୋଟିର ସାମାହାରକୁ ସଂଗୀତ ବୋଲାଯାଏ)

୩. ତାଳ, ଲୟ, ବୃତ୍ତାଦ ସମନିତ ସରସ ହୃଦୟଗ୍ରାହୀ ରଚନା —୩. Enchanting song sung in complete accordance of time, tune, metric and other accompaniments.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୀତ —୧. Song.
୨. ଆଦିରସଯୁକ୍ତ ଓ ରାଧାକୃଷ୍ଣ ଲୀନ ବା ନାକ ନାୟିକା ବିଷୟକ ଗୀତ — ୨. Love song; song depicting the adventures of love between Krushṇa and Rādhikā.

[ଦ୍ରଷ୍ଟବ୍ୟ —(୧) ଆଧୁନିକ ଓଡ଼ିଶାରୁ ପ୍ରାଚୀନ (classical) ଓଡ଼ିଆ ସଂଗୀତର ଚର୍ଚ୍ଚା ଏକପ୍ରକାର ଉଠି— ଯିବାର ଉପକ୍ରମ ହୋଇଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ ଶିକ୍ଷିତ ଉତ୍କଳୀୟମାନେ ବଙ୍ଗୀୟ, ହିନ୍ଧୁସ୍ଥାନୀ ଓ ଓ ଫରାସୀ ସଂଗୀତର ଅନୁକରଣରେ ସଂଗୀତ ରଚନା ଓ ଗାନ କରୁଥିବା ଦେଖାଯାଏ ଉପେନ୍ଦ୍ର, ବନମାଳୀ ଗୋପାଲକୃଷ୍ଣ, କବିସୂର୍ଯ୍ୟ ପ୍ରଭୃତି ଉତ୍କଳର ପ୍ରାଚୀନ କବିମାନଙ୍କର ସଂଗୀତମାନ ଆଦରସାତୃକ ଥିଲେହେଁ ତହିଁର ରାଗରାଗିଣୀମାନଙ୍କର ବିଶିଷ୍ଟତା ଓ ବୈଚିତ୍ର୍ୟ ଅଛି ପ୍ରାଚୀନ ଓଡ଼ିଆ ସଂଗୀତର ଚର୍ଚ୍ଚା କେବଳ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଆବଦ୍ଧ ଥିବାରୁ ପ୍ରାଚୀନ ଓଡ଼ିଆ ସଂଗୀତକୁ 'ଦକ୍ଷିଣୀ' ସଂଗୀତ ନାମ ଦିଆ ଯାଇଅଛି ଓଡ଼ିଶୀ ସଂଗୀତ ଚର୍ଚ୍ଚା ପାଇଁ ମଫସଲରେ ସ୍ଥାନେ ସ୍ଥାନେ 'ସଗୀତ ଅଖଡ଼ା' ଓ 'ଗୋଟିପୁଅ' ନାଟୁଆ ଦଳ ଥିଲେ ଗୋଟିପୁଅ ପ୍ରଥା କ୍ରମଶଃ କମିବା ସଙ୍ଗେ ସଙ୍ଗେ ଓଡ଼ିଶୀ ସଙ୍ଗୀତର ଚର୍ଚ୍ଚା ଓଡ଼ିଶାରୁ ଲୋପ ପାଉଅଛି ବୋଲିବାକୁ ହେବ ଓଡ଼ିଶୀ ସଂଗୀତରେ ପାରଦର୍ଶିତା ଲାଭ କରିବା ପାଇଁ ଯେତେ ସାଧନା ଓ ତାଳଜ୍ଞାନ ଦରକାର, ବଙ୍ଗୀୟ ଓ ହିନ୍ଦୁସ୍ଥାନୀ ଗୀତ ବୋଲିବା ପାଇଁ ସେତେ ପରିଶ୍ରମ ଲୋଡ଼ା ହେଉ ନ ଥିବାରୁ ଆଧୁନିକ ଶିକ୍ଷିତମାନେ ଓଡ଼ିଶୀ ସଂଗୀତ ପ୍ରତି ଯଥେଷ୍ଟ ମନୋଯୋଗ ଦେଉ ନ ଥିବା ଦେଖାଯାଏ

ସଂଗୀତ ମୂହଁଦ୍ୱାରା ବୋଲାଯାଏ, ତାଳ ବାଦ୍ୟଦ୍ୱାରା ସୂଚିତ ହୁଏ ଓ ନୃତ୍ୟ ହସ୍ତପଦାଦିଦ୍ୱାରା ସଂପନ୍ନ ହୁଏ ସଂଗୀତଜ୍ଞବ୍ୟକ୍ତି ନୃତ୍ୟବିଦ୍ୟାରେ ପାରଦର୍ଶୀ ହୋଇ ନ ପାରନ୍ତି; କିନ୍ତୁ ତାଳ ଓ ବାଦ୍ୟରେ ପାରଦର୍ଶୀ ନ ହେଲେ ସଂଗୀତ ବିଦ୍ୟାରେ ପାରଙ୍ଗମ ହେବା ଅସମ୍ଭବ]

[ଦ୍ରଷ୍ଟବ୍ୟ —୨ ସାମବେଦାଦିଦଂ ଗୀତଂ ସଂଜଗ୍ରାହ ପିତମହଃ ସଂଗୀତରତ୍ନାକର ଗୀତଂବାଦ୍ୟଂ ନର୍ତ୍ତନଂ ଚ କ୍ରୟଂ ସଂଗୀତମୁଚ୍ୟତେ —ସଙ୍ଗୀତ ଦର୍ପଣ ରାଗଃ ସ୍ୱରଶ୍ଚ ତାଳଶ୍ଚ କ୍ରିଭିଃ ସଂଗୀତମୁଚ୍ୟତେ —ଗାନଭାସ୍କର

ସଂଗୀତ ବେଦର ଗୋଟିଏ ପ୍ରଧାନ ଅଙ୍ଗ କହିଲେ ଚଳେ କାରଣ ସଂଗୀତ ଓ ତାଳ ନ ଜାଣିଲେ ବେଦ ପାଠ ସୁଗୁରୁ ଭାବରେ ହୋଇ ପାରେ ନାହିଁ ଆଉ ସଂଗୀତର ଅଙ୍ଗମାନଙ୍କ ବ୍ୟତୀତ ଜଗତର କୌଣସି ପ୍ରାଣୀ ଗତି ସୁଦ୍ଧା କରି ପାରେ ନାହିଁ ଆମର ଏହି ଦେଶରେ ଜୀବନର ପ୍ରତି ମୂହୂର୍ତ୍ତର ଲୋକ ସଂଗୀତର ଅପେକ୍ଷା କରେ ଦେବପୂଜାର ସ୍ତୋତ୍ର ଏବଂ ଆରତି ମଧ୍ୟ

ସଂଗୀତକୁ ଅପେକ୍ଷା କରେ ପୂର୍ବକାଳରେ ରାଜାମାନଙ୍କର ଗୋଟିଏ ଗୋଟିଏ ନୈବତ୍ ଖାନା ଥିଲା ପ୍ରହରାନ୍ତରେ ନୌବତ୍ ବାଜିଲେ ଲୋକେ ସମୟ କଳି ପାରୁଥିଲେ ଆହୁରି ମଧ୍ୟ ଏପରି ଅନେକ ଯନ୍ତ୍ର ଅଛି, ଯହିଁର ବାଦନ ମାତ୍ରେ ଲୋକଙ୍କ ହୃଦୟରେ ବିଭିନ୍ନ ଭାବର ଉଦ୍ରେକ ହୁଏ (ଯଥା—ଶଙ୍ଖ, ଭେରୀ, କାହାଳୀ, ନାଗରା, କେନ୍ଦରା ଇତ୍ୟାଦି) 

ସାମାଜିକ ବ୍ୟାପର ବ୍ୟବହାରରେ ତଥା ଦୈନନ୍ଦିନ ଜୀବନରେ ସଂଗୀତ ହିନ୍ଦୁମାନଙ୍କର ଦୈନିକ କର୍ମ ଥିଲା କେବଳ ଏତିକି ନୁହେଁ, ସଙ୍ଗୀତର ପ୍ରଭାବ ଲୋକର ହାବ ଭାବରେ ବିଶେଷତଃ ଲଳନାମାନଙ୍କ ଗତି ଭଙ୍ଗୀ ପ୍ରଭୃତିରେ ମଧ୍ୟ ଦେଖା ଯାଉଥିଲା ପୂର୍ବେ ଆବାଳବୃଦ୍ଧବନିତା ସମସ୍ତେ ଏହାର ଚର୍ଚ୍ଚା କରୁଥିଲେ ଏବଂ ରାଜଧିରାଜଙ୍କଠାରୁ ଆରମ୍ଭ କରି କୁଟୀରବାସୀ କୃଷକ ପର୍ଯ୍ୟନ୍ତ ସମସ୍ତେ ଏହି ସଙ୍ଗୀତର ସମାଦର କରୁଥିଲେ ଓ ତହିଁର ପ୍ରଭାବରେ ମୁଗ୍ଧ ଓ ଚକିତ ହେଉଥିଲେ

ସଙ୍ଗୀତ ନାରୀକଣ୍ଠରେ ଅତି ସମ୍ମୋହନରୂପେ ପ୍ରକାଶ ପାଏ ଜଣାଯାଏ ଏହା ନାରୀଜାତିର ସ୍ୱଭାବ—ସିଦ୍ଧ ଦୈବଦତ୍ତ ଗୁଣ ଏହା ସର୍ବବାଦିସମ୍ମତରୂପେ ସ୍ୱୀକୃତ ହୋଇଅଛି ଯେ, ସଂଗୀତ ମାନବହୃଦୟରେ ନୂତନ ଚୈତନ୍ୟ ଉତ୍ପାଦନ କରି ପାରେ ଶିକ୍ଷିତ ଲୋକମାନଙ୍କଦ୍ୱାରା ମଧ୍ୟ ବର୍ତ୍ତମାନ ସିଦ୍ଧାନ୍ତ ହୋଇଅଛି ଯେ, ଏକାଗ୍ରତା ଓ ସଂଯମଦ୍ୱାରା ମାନସିକ ବ୍ୟାଧି ତଥା ଶ୍ୱାସୋଚ୍ଛାସ କ୍ରିୟାଦ୍ୱାରା ଶାରୀରିକ ବ୍ୟାଧି ଦୂର କରିବାକୁ ହେଲେ ସଂଙ୍ଗୀତ ବିଶେଷ ଆବଶ୍ୟକ

ନାଦେନ ବ୍ୟଜ୍ୟତେ ବର୍ଣ୍ଣଃ ପଦଂ ବର୍ଣ୍ଣାତ୍ ପଦାଦ୍ମଚଃ କଚସୋ ବ୍ୟବହାରୋଽୟଂ ନାଦିଧୀନମତୋଜଗତ୍

ଏହି ଶ୍ଳୋକରୁ ଜଗତ୍ ଯେ ନାଦାତ୍ମକ, ଏହା ସ୍ପଷ୍ଟ ପ୍ରମାଣିତ ହୁଏ ଏହି ନାଦ ପୁଣି ଦୁଇ ପ୍ରକାର—ଆହତ ଓ ଅନାହତ ସଂଗୀତ ଯୋଗଠାରୁ କୌଣସି ଅଂଶରେ ନ୍ୟୁନ ନୁହେଁ ଯୋଗ ନୀରସ—ଏହା ସରସ; ତାହ କଷ୍ଟସାଧ୍ୟ—ଏହା ସୁସ୍ୱାଧ୍ୟ Heard melodies are sweet But those unheard are sweeter— Shelley.

ପୂର୍ବକାଳରେ ଏହି ସଂଗୀତଦ୍ୱାରା ବୃଷ୍ଟି, ଅଗ୍ନି ଇତ୍ୟାଦି ଉତ୍ପାଦିତ ହେଉଥିଲା ଏହା ଆଶ୍ଚର୍ଯ୍ୟର ବିଷୟ ନୁହେଁ; କାରଣ, ସଂଗୀତର ସେପରି ଅଦ୍ଭୁତ ଶକ୍ତି ଅଛି କେଳାର ସୁସ୍ୱର ଶ୍ରବଣରେ ବର୍ତ୍ତମାନ ମଧ୍ୟ ବିଷଧର ସର୍ପ ଗର୍ତ୍ତରୁ ବାହାରି ଆସି ସୁମଧୁର ସଂଗୀତ ଧ୍ୱନିରେ ମୋହିତ ହୋଇ ସ୍ଥିର ହୋଇ ରହେ

ଚାର ପଦାରଥ ଦେତ ହେ ନାଦବ୍ରହ୍ମ ସୁଖଦାନ ପଶୁ ଶିଶୁ ମୃଗଜୀବ ଜନ୍ତୁ ବସ ଜାକେ ସଦାପ୍ରମାନ ହିନ୍ଦିବଚନ

[ଏଥିର ମର୍ମ ନାଦବ୍ରହ୍ମ ପଶୁ, ଶିଶୁ, ମୃଗ ଓ ଜୀବଜନ୍ତୁଙ୍କ ସୁଖ ଦିଏ ଓ ବଶୀଭୂତ କରେ]

ସଂଗୀତୋପଯୋଗୀ ନାଦ ତିନି ସ୍ଥାନରୁ, ଅର୍ଥାତ୍ ହୃଦୟରୁ, କର୍ଣ୍ଣରୁ ଓ ଶରୀରରୁ ବାହାରିଥାଏ ତାହାକୁ ଉଦାରା, ମୁଦାରା ଓ ତାରା ବୋଲି କୁହାଯାଏ

ଯେଉଁ ନାଦ ସଂଗୀତରେ ଉପଯୋଗୀ ହୋଇପାରେ ଓ ଶୁଣା ଯାଇପାରେ, ତାହାକୁ ଶ୍ରୁତି କହନ୍ତି "ଶ୍ରୁୟତେ ଇତି ଶ୍ରୁତି" ସ୍ୱରରେ ଯେପରି 'ମଧୁରତା' ଓ 'ରାଗୋତ୍ପତ୍ତି', ଏ ଦୁଇ ଅଙ୍ଗ ପ୍ରଧାନ, ଶ୍ରୁତିରେ ମଧ୍ୟ ସେହିପରି 'ଗୀତୋପଯୋଗିତ୍ୱ' ଓ 'ଅଭିଜ୍ଞେୟତ୍ୱ ' ଏହି ଦୁଇ ଅଙ୍ଗ ଆବଶ୍ୟକ ହୋଇଥାଏ ତାହା ନ ହେଲେ ରାଗର ପୃଥକୀକରଣ କରାଯାଇ ପାରେ ନାହିଁ ଶ୍ରୁତି ଅସଂଖ୍ୟ; କିନ୍ତୁ ସଂଗୀତରେ ଶ୍ରୁତିର ଦ୍ୱାବିଂଶଟି ମାତ୍ର ବ୍ୟବାହର ଦେଖାଯାଏ ତାହା ଗୋଟିଏ 'ସପ୍ତକ'ରେ ଅର୍ଥାତ 'ସା—ରୀ—ଗା—ମ—ପ—ଧୀ' ନୀ'ରେ ଥାଏ; ଯଥା— ଚତୁଶ୍ଚତୁଶ୍ଚତୁଶ୍ଚୈବ ଷଡ଼୍ଜ ମଧ୍ୟମ ପଞ୍ଚମାଃ ଦ୍ୱେ ଦ୍ୱେ ନିଷାଦଗାନ୍ଧାରୌ ତ୍ରିସ୍ତ୍ରିଧରିଷଭ ଧୈବତୌ ସେହି ଶ୍ରୁତିମାନଙ୍କ ମଧ୍ୟରୁ ସ୍ୱରର ଉତ୍ପତ୍ତି ହୋଇଥାଏ ଯଥା—'ସ୍ୱୟଂ ଯୋ ରାଜତେ ନାଦଃ ସସ୍ୱରଃ ପରି— କୀର୍ତ୍ତିତଃ' ଏହି ସ୍ୱର ସବୁ ମଧ୍ୟ ରସାଦିରେ ବ୍ୟବହୃତ ହୋଇଥାଏ

'ସ—ରୀ' ବୀରେଽଦ୍ଭୁତେ ରୌଦ୍ରେ, 'ଧୋ' ବୀଭତ୍ସ ଭୟାନକେ କାର୍ଯୌ 'ଗ—ନୀ' ତୁ କରୁଣେ ହାସ୍ୟ ଶୃଙ୍ଗାର ୟୋ 'ର୍ମ—ପୌ'

ସେହି ସ୍ୱରମାନଙ୍କ ମଧ୍ୟରେ ସା ଓ ପ ସ୍ୱର ସ୍ଥାୟୀ ବା ଅଚଳ ଏବଂ ଅନ୍ୟଗୁଡ଼ିକ ଚଳ ବା ବିକୃତି ହୁଅନ୍ତି ଏହାକୁ ସଂଗୀତଶାସ୍ତ୍ରରେ କୋମଳ, ତୀବ୍ର ଆଖ୍ୟା ଦିଆଯାଏ; ଯଥା—ରେ କୋମଳ; ପ କୋମଳ

ସ୍ୱର ସବୁ କ୍ରମରେ ଉଚ୍ଚ ସ୍ତରକୁ ଗତି କଲେ ଆରୋହ ଓ ନିମ୍ନସ୍ତରକୁ ଫେରି ଆସିଲେ ଅବରୋହ ନାମରେ କଥିତ ହୁଏ

ଶୁଦ୍ଧ ଓ ବିକୃତ ଭେଦରେ ଦ୍ୱାଦଶ ଗୋଟି ସ୍ୱର ଅଛି ସେହି ସ୍ୱରର ଭିନ୍ନ ଭିନ୍ନ ସମନ୍ୱୟରେ ବହୁ ରାଗାଦିର ମେଳ ରଚନା ହୋଇଥାଏ ଯେଉଁ ସ୍ୱର ରଚନା ମନୋ— ମୋହକାରୀ ଓ ଚିତ୍ତରଞ୍ଜକ ହୋଇପାରେ, ତାହାର ନାମ ରାଗ ଏହି ରାଗ ପୁଣି ମାର୍ଗ ଓ ଦେଶ ଭେଦରେ ଦୁଇ ପ୍ରକାର ଯାହା ଭରତାଦି ଗାନ କରିଥିଲେ ତାହା ମାର୍ଗ ଓ ଯାହା ଦେଶଭେଦରେ ଦେଶବାସୀଙ୍କ ରୁଚି ଅନୁଯାୟୀ ଗୀତ ହୁଏ, ତାହା ଦେଶୀ

ଦେଶେ ଦେଶେ ଜନାମାଂ ଯଦ୍ରୁଚ୍ୟା ହୃଦୟରଞ୍ଜନଂ ଗାନଂ ଚ ବାଦନଂ ନୃତ୍ୟ ତଦ୍ଦେଶୀତ୍ୟଭିଧୀୟତେ —ସଙ୍ଗୀତରତ୍ନାକର 

ଏହି ରାଗମାନଙ୍କୁ ମଧ୍ୟ ତିନି ପ୍ରକାରେ ବର୍ଗୀକରଣ କରାଯାଏ "ଶୁଦ୍ଧାଚ୍ଛାୟାଲଗାଃ ପ୍ରୋକ୍ତା ସଂକୀର୍ଣ୍ଣଶ୍ଚ ତଥୌବଚ" ଯାହାକୁ ଶାସ୍ତ୍ରୋକ୍ତ ରୀତିରେ ଗାନ କରି ମନୋରଞ୍ଜନ କରାଯାଏ, ତାହା 'ଶୁଦ୍ଧ' ଶୁଦ୍ଧ ରାଗ ସହିତ ସାମାନ୍ୟ ପରିବର୍ତ୍ତନରେ ଯାହା ଗାନ କରାଯାଏ, ତାହା 'ଛାୟାଲଗ' ଏବଂ ଶୁଦ୍ଧ ଓ ଛାୟାଲଗ ମିଶ୍ରଣରେ ଯାହା ଗାନ କରାଯାଏ, ତାହା 'ସଂକୀର୍ଣ୍ଣ'

ରାଗ ଛଅଗୋଟି କେତେକଙ୍କ ମତରେ— ଶ୍ରୀରୋଗୋଽଥ ବସନ୍ତଶ୍ଚ ଷଡ଼େତେ ପୁରୁଷାହୟାଃ ଅନ୍ୟ କେତେକଙ୍କ ମତରେ— ଭୈରବଃ କୈଶିକଶ୍ଚେବ ହିଣ୍ଡାଲୋ ଦୀପକସ୍ତଥା ଶ୍ରୀରାଗୋ ମେଘୁଁରାଗଶ୍ଚ ଷଡ଼େତେ ପୁରୁଷାହୟାଃ ପୁଣି ପ୍ରତ୍ୟେକ ରାଗର କାହାରି କାହାରି ମତରେ ପାଞ୍ଚ ଓ ଆଉ କାହାରି କାହାରି ମତରେ ଛଅ ରାଗିଣୀ ଥିବା ବର୍ଣ୍ଣିତ ଅଛି

ରାଗରାଗିଣୀ ଗାନ କରିବାକୁ ଗଲେ ଯେଉଁ ଯେଉଁ ରାଗରାଗିଣୀରେ ଯେଉଁ ଯେଉଁ ସ୍ୱର ଓ ଶ୍ରୁତି ବ୍ୟବହାର କରିବାର ନିୟମ ଅଛି, ତାହା ବ୍ୟତୀତ ଅନ୍ୟ ସ୍ୱର ବ୍ୟବହାର କରିବାକୁ ହେବ ନାହିଁ ଋତୁ ଓ ସମୟ ଅନୁଯାୟୀ ଗାନ କରିବ ୫ ସ୍ୱର ବିଶିଷ୍ଟ ଔଡ଼ବ, ୬ସ୍ୱର ବିଶିଷ୍ଟ ଷାଡ଼ବ ଓ ୭ସ୍ୱର ବିଶିଷ୍ଟ ସଂପୂର୍ଣ୍ଣ ଆଦି ଭେଦରେ ରାଗର ଯେଉଁ 'ଜାତି' ଅଛି, ସେ ବିଷୟରେ ପୂର୍ଣ୍ଣ ଜ୍ଞାନ ହେବା ଆବଶ୍ୟକ ରାଗରାଗିଣୀରେ ବାଦୀ, ସଂବାଦୀ ପ୍ରୟୋଗ କରି ରାଗର ସ୍ୱରୂପ ନଷ୍ଟ ନ କରିବାର ଜ୍ଞାନ ମଧ୍ୟ ଥିବା ଦରକାର ଗ୍ରହନ୍ୟାସର ଜ୍ଞାନ ମଧ୍ୟ ଆବଶ୍ୟକ 'ଗ୍ରାମ' ସଙ୍ଗୀତର ଗୋଟିଏ ମହତ୍ତ୍ୱଯୁକତ୍ତ ବିଷୟ ଏ ବିଷୟରେ ମଧ୍ୟ ଅନୁଭବ ଥିବା ଉଚିତ ମନୁଷ୍ୟର ପୋଷାକ ପରିଚ୍ଛଦ ପରି ରାଗରାଗିଣର ଭୂଷଣ ହେଉଛି ମୂର୍ଚ୍ଛନା, ତାନ, ଗମକ ଆଦି ଏଣୁ ଏହି ଅଳଙ୍କାରଗୁଡ଼ିକ ପ୍ରୟୋଗ କରିବାରେ କୁଶଳତା ଅର୍ଜନ କରିବା ଦରକାର ଗୀତରେ କେବଳ ବିନ୍ୟସ୍ତ ପଦ ଉତ୍ତମ ହେଲେ ଚଳିବ ନାହିଁ ସେଥିରେ ସମୟ ଓ ଋତୁ ଆଦିର ରସ ଓ ଭାବ ଥିବା ଆବଶ୍ୟକ ଏହି ସବୁ ପ୍ରତି ଧ୍ୟାନ ରଖି ରାଗ ଓ ରାଗିଣୀର ଭାବ ଓ ରସ ଅନୁସାରେ ଲୟ ଓ ତାଳ ଅନୁସାରେ ଗାମନ ଓ ବାଦନ କରିବା ଉଚିତ

ଗାୟନ୍ ସୁଭ୍ରଦ୍ରାଣି ରଥାଙ୍ଗ ପାଣେ ର୍ଜନ୍ମାନି କର୍ମାଣି ଚ ଯାନି ଲୋକେ, ଗୀତାନି ନାମାନି ତଦର୍ଥିକାନି ଗାୟତ୍ ବିଲକ୍କୋ ବିଚରେଦସଙ୍ଗଃ ଓଡ଼ିଆରେ, ଛାନ୍ଦ, ଚଉପଦୀ ଓ ଚମ୍ପୂ ଇତ୍ୟାଦି ରୂପରେ ସଙ୍ଗୀତ ପ୍ରକାଶିତ ହୋଇଅଛି ଯେଉଁ ରାଗାଳ ଅନିର୍ଦେଶ୍ୟ ମାତ୍ରାରେ ପ୍ରକାଶ କରାଯାଏ, ତାହା ଛାନ୍ଦ ଏହି ଶବ୍ଦ ଛନ୍ଦଃ ଶବ୍ଦର ଅପଭ୍ରଂଶ ହୋଇ ଥିବାରୁ ତାହା କୌଣସି ନା କୌଣସି ତାଳରେ ଅବଚ୍ଛିନ୍ନ ତାହା ଚଉପଦୀ ପରି ତାନ ବା ମୂର୍ଚ୍ଛନାରେ ସେତେଦୂର ଅଳଂକୃତ ନୁହେ ତାହାକୁ ଧୀରେ ଧୀରେ ସ୍ୱରବିନ୍ୟାସ କରି ଗାନ କଲେ ସେହି ସେହି ରାଗର ଆଭାସ ମିଳିବ

ହିନ୍ଦୁସ୍ଥାନ (ଉତ୍ତର ପଶ୍ଚମ ଭାରତ) ଅଞ୍ଚଳର ଚଉପଦୀ ଧ୍ରୂପଦ ବା ଚୌତାଳ ଚାରି ପଦରେ ଶୋଭିତ ତାହାର ପଦମାନଙ୍କରେ ମଧ୍ୟ ଭିନ୍ନ ଭିନ୍ନ ନାମ ଅଛି ଯଥା:—୧ ସ୍ଥାୟୀ, ୨ ଅନ୍ତରା, ୩ ସଞ୍ଚାରୀ, ୪ ଆଭୋଗ ଆଉ ମଧ୍ୟ ସେଗୁଡ଼ିକ ସେହି ସେହି ରାଗକୁ ପ୍ରକାଶ କରି ଭିନ୍ନ ଭିନ୍ନ ଢ଼ଙ୍ଗରେ ଗୀତ ହୋଇଥାଆନ୍ତି ମାତ୍ର ଓଡ଼ିଆ ଚଉପଦୀ ସେପରି ନୁହେ ଏଥିରେ କେବଳ ସ୍ଥାୟୀ ଓ ଅନ୍ତରା ଥାଏ କିନ୍ତୁ କୌଣସି କୌଣସି ଚଉପଦୀ ଚାରିପଦ କାହିଁକି, ସାତ ଆଠ ପଦରେ ମଧ୍ୟ ଶୋଭିତ ହୋଇଥାଏ

ରାଗ ସମ୍ୱନ୍ଧରେ ଦେଖିବାକୁ ଗଲେ ଉତ୍କଳର ସଙ୍ଗୀତ ଭଣ୍ଡାର କମ୍ ବିଭବଶାଳୀ ନୁହେ ଏ ଘନ ସଖି, ଚାହିଁ, ବଞ୍ଚିବ, ଏ କାଳେ....... ଏ ଘୋର ବରଷାକାଳ.......... ମୋ କଳାମାଣିକରେ............. ସରି ଯିବନି ଜୀବନେ କିଶୋରୀ........... ଫାଟି ପଡ଼ିବାର ନିକୁଞ୍ଚସଞ୍ଚାର.........

ଏହା ବ୍ୟତୀତ ଉତ୍କଳୀୟ ସଙ୍ଗୀତରେ ଅନ୍ୟାନ୍ୟ ଦେଶର ସଙ୍ଗୀତ ପରି ତାଳ ଫେରତା ହୁଏ, ଅର୍ଥାତ୍ ଗୋଟିଏ ଗୀତରେ ପଦଗୁଡ଼ିକ ବିଭିନ୍ନ ତାଳରେ ବାଦିତ ହୋଇ ପୁନର୍ବାର ସେହି ପୂର୍ବ ତାଳରେ ଆସି ମିଳିଯାଏ ଯଥା— "ଭିନ୍ନ ଆଜି ତୋ ରୀତି ରେ, ପଙ୍କଜନୟନା!" 'ଚତୁରଙ୍ଗ'ରେ ଗୀତ, ସ୍ୱର ମୃଦଙ୍ଗାଦିର ଶବ୍ଦ ଓ ଆଳାପର ଶବ୍ଦ ଶୋଭିତ ଆମ ଓଡ଼ିଶାରେ ମଧ୍ୟ ଏପରି ଗାନର ଅଭାବ ନାହିଁ ଯଥା— 'ନାଚେ ନାଗରବର ନାଗରୀ ସଙ୍ଗେ'

ଏହିପରି ରସ ଓ କାଳାଦି ସମ୍ୱନ୍ଧରେ ନାନା ପ୍ରକାରର ଗୀତ ଅଛି କିନ୍ତୁ ସେ ସବୁ ଆଦିରସାତ୍ମକ ବୋଲି ଆଧୁନିକ ଶିକ୍ଷିତମାନଙ୍କ ସମାଜରେ ଆଦୃତ ହେଉ ନାହିଁ ଆଦିରସର ଆବିର୍ଭାବ ନ ହେଲେ ଅନ୍ୟାନ୍ୟ ରସର ପ୍ରସ୍ଫୁଟନ ହେବ ନାହିଁ—ଏହା ଭାବି ବୋଧହୁଏ ପୂର୍ବ— କାଳୀନ ଲୋକେ ସେହି ରସକୁ ପ୍ରଥମାସ୍ଥାନ ଦେଇଥିଲେ

'ଚମ୍ପୂ' ଗବ୍ୟପଦ୍ୟାତ୍ମକ ସଂସ୍କୃତ କାବ୍ୟବିଶେଷ ଉତ୍କଳରେ ଚମ୍ପୂ ମଧ୍ୟ ଏହି ରୀତିରେ ଲିଖିତ ଏଥିରେ

କେତେକ ଚଉପଦୀ ଅଛି ଏବଂ ସଂସ୍କୃତଭାଷାର ମଧ୍ୟ କେତେକ ଗଦ୍ୟ ଅଛି 

'ବାଦ୍ୟ'—ତା, ଦିତ, ଥୁନ୍, ନା, ଏହିପରି କେତେକ ଶବ୍ଦ ସଂଯୋଗରେ 'ବାଦ୍ୟ' ଅର୍ଥାତ୍ ପଖାଉଜ ବା ତବଲାଦି ଯନ୍ତ୍ରରେ ବାଦନ କରିବାକୁ ହୁଏ ଏବଂ ଯେଉଁ ଯେଉଁ ତେଳରେ ଗାନ ହେଉଥାଏ, ତହିଁ ସଙ୍ଗରେ ବାଦନକୁ ମିଳାଇବାକୁ ହୁଏ ଉତ୍କଳରେ ମଧ୍ୟ ଅନ୍ୟାନ୍ୟ ଦେଶର ତାଳ ପରି ତ୍ରିପଟା, ଝୁଲା, ଝମ୍ପା, ଆଠତାଳି ପ୍ରଭୃତି ଅଛି

'ନୃତ୍ୟ'—ନୃତ୍ୟ ବାଦ୍ୟର ଅନୁଗତ ବାଦ୍ୟରେ ତା, ଦିତ, ଥୁନ୍, ଓ ନା ନାମକ ଯେଉଁ ଚାରୋଟି ପ୍ରଧାନ 'ବୋଲ' ଅଛି, ସେହି ଚାରିଗୋଟି ଶବ୍ଦ ନୃତ୍ୟରେ ବ୍ୟବହୃତ ହୋଇଥାଏ

ସବିଳାସୋଽଙ୍ଗବିକ୍ଷେପୋ ନୃତ୍ୟମିତ୍ୟୁଚ୍ୟତେ ବୁଧୈଃ —ରାଗ ସର୍ବସ୍ୱ ଗେୟାଦୁତ୍ତଷ୍ଠତେ ବାଦ୍ୟଂ ବାଦ୍ୟାଦୁତ୍ତିଷ୍ଠତେ ଲୟଃ, ଲୟାତ୍ତାଳଂ ସମାର୍ବଧଂ ତତୋ ନ ତ୍ୟଂ ପ୍ରବର୍ତ୍ତତେ— ସଙ୍ଗୀତ ଦର୍ପଣ

ପ୍ରଥମରେ ନର୍ତ୍ତକ ଉଭୟ ପଦତଳକୁ ସମଭାବରେ ରଖି ଦକ୍ଷିଣ ପାଦ ଅପେକ୍ଷା ବାମ ପାଦକୁ ଅର୍ଦ୍ଧ ହସ୍ତ ଦୂରରେ ରଖି ଠିଆ ହେବେ, ପରେ ଦକ୍ଷିଣ ପାଦକୁ ବାମ ପାଦର ବୃଦ୍ଧାଙ୍ଗୁଷ୍ଠିର ସମସୂତ୍ର ପର୍ଯ୍ୟନ୍ତ ନେଇ ସେହି ପଦର ବୃଦ୍ଧାଙ୍ଗୁଷ୍ଠିଦ୍ୱାରା କୋମଳ ଆଘାତ କଲେ 'ତା', ପୁଣି ସେହି ପାଦକୁ ପୂର୍ବ ସ୍ଥାନକୁ ଆଣି ଗୁଲଫ୍ ସାହାଯ୍ୟରେ ଆଘାତ କଲେ 'ଦିତ୍' ଏବଂ ବାମ ପାଦର ଗୁଲଫ୍ ଭୁତଳ ସହିତ ସଂଲଗ୍ନ ରଖି ସେହି ପାଦର ପୂର୍ବାଗ୍ରହଦ୍ୱାରା ଦୁଇଥର ଆଘାତ କଲେ 'ଥୁନ୍' ଓ 'ତା' ଶବ୍ଦ ବାହାରିବ ଏହି ଶବ୍ଦ ବାହାର କଲାବେଳେ ସମାନ ମାତ୍ରା ରଖିବା ଉଚିତ ଆଉ ମଧ୍ୟ ଅନ୍ୟାନ୍ୟ ତାଳ ସହିତ ମାତ୍ରାର ହ୍ରସ୍ୱ, ଦୀର୍ଘ, ପ୍ଳୁତ ଇତ୍ୟାଦି ଭେଦରେ ସେହି ଶବ୍ଦକୁ ସଜାଇ ପାରିଲେ ନୃତ୍ୟ କରାଯାଇ ପାରିବ ଏବଂ ତତ୍ ସଙ୍ଗେ ହାବ, ଭାବ, କଟାକ୍ଷ ଓ ନାନାପ୍ରକାର 'ମୁଦ୍ରା' ସହିତ ଯଥା ନିୟମରେ ପଦବିକ୍ଷେପ କରି ପାରିଲେ ଅସଂଖ୍ୟ ନୃତ୍ୟର ସର୍ଜନ ହୋଇ ପାରିବ ଅଭିନୟ ଯଥା— ଉତ୍ଫାଲ୍ଲାନନନେତ୍ରଂ ତୁ ଗଣ୍ଡୈବିକସିତୈ ରଥ, କିଂଚିଲ୍ଲକ୍ଷିତଦନ୍ତଂ ଚ ହସିତଂ ଚ ବିଧୀୟତେ ଆକୁଞ୍ଚିତାକ୍ଷିଗଣ୍ଡଂ ଯତ୍ ସ୍ୱନଂ ଚ ମଧୁରଂ ତଥା, କାଳାଗତଂ ସାସ୍ୟଂ ରାଗଂ ତଦ୍ୱୈ ବିହସିତଂ ଭବେତ୍ ଏହିପରି ଅନେକ ପ୍ରକାର ହାବ ଭାବର ଅଭିନୟ ଅଛି ତାହା ହସ୍ତ ଓ ମୁଖଦ୍ୱାରା ଦେଖାଇ ନୃତ୍ୟ କରାଯାଏ

ସଙ୍ଗୀତ ସାହିତ୍ୟ ରସାନଭିଜ୍ଞଃ ସାକ୍ଷାତ୍ ପଶୁଃ ପୃଚ୍ଛବିଷାଣହୀନଃ, ଚରତ୍ୟସୌ କିନ୍ତୁ ତୃଣଂ ନ ଭୃକ୍ତେ ପରଂ ପଶୂନାମପି ଭାଗ୍ୟମେତତଃ The man that has no music in himself nor is not moved with concord of sweet sounds is fit for treason— Shakespeare.

(ସନ୍ଦର୍ଭ ଲେଖକ—ମଧୂପୁରର ପଟ୍ଟାୟତ ଶ୍ରୀ ବଳଭଦ୍ର ଧୀର)

[ଦ୍ରଷ୍ଟବ୍ୟ —(୩) —ବୀଣାପାଣୀଙ୍କର ଅପାର କରୁଣା ବଳରୁ ପ୍ରାଚୀନ ଭାରତ କଳାବିଦ୍ୟାରେ ଅଗାଧ ପାଣ୍ଡିତ୍ୟ ଲାଭ କରିଥିଲା କଳାବିଦ୍ୟା ୬୪: ପ୍ରକାର ଶାସ୍ତ୍ର କହେ କଳାବିଦ୍ୟା ଶିକ୍ଷା କଲେ ରାଜା ଅମରଶକ୍ତି ଲାଭ କରନ୍ତି "ସକଳ କଳା ପାରଂଗତୋଽମର ଶକ୍ତିମାନ ରାଜା" ଶୈବତନ୍ତ୍ରରେ ୬୪: କଳାବିଦ୍ୟା ବିଷୟ ବିଶେଷଭାବରେ ଲେଖା ଅଛି ଶ୍ରୀମଦ୍ଭାଗବତ ଟୀକାକାରର ଶ୍ରୀଧର ସ୍ୱାମୀ ସେହି ୬୪: କଳାର ପରିଚୟ ଦେଇଛନ୍ତି ତହିଁ ମଧ୍ୟରେ ଗୀତ, ବାଦ୍ୟ, ନୃତ୍ୟ, ଓ ନାଟ୍ୟ ଅଛି

କାଳିଦାସ କହିଅଛନ୍ତି— "ସଙ୍ଗୀତ ସାହିତ୍ୟ ରସାନଭିଜ୍ଞ ସାକ୍ଷାତ୍ ପଶୁଃ ପୃଚ୍ଛବିଷାଣହୀନଃ ଚରତ୍ୟସୈ କିନ୍ତୁ ତୃଣଂ ନ ଭୃଙ୍ କ୍ତେ ପରଂ ପଶୂନାମପି ଭାଗ୍ୟମେତତ୍"

ସଙ୍ଗୀତ ସାହିତ୍ୟ ଯେ ନ ଜାଣେ ସେ ସାକ୍ଷାତ୍ ପଶୁ— ବରଂ ପଶୁଠାରୁ ଆହୁରି ହୀନ ପଶୁମାନେ ସଙ୍ଗୀତ ଗାଇ ନ ଜାଣିଲେ ମଧ୍ୟ ସଙ୍ଗୀତ ସ୍ୱର ଶୁଣି ତଦ୍ଦ୍ୱାରା ଆକୃଷ୍ଟ ହୁଅନ୍ତି ପଦ୍ମତୋଳା ଗୀତ ଶୁଣିଲେ ସର୍ପ ମୋହିତ ହୁଏ ଶିଶୁମାନେ ଗୀତ ଶୁଣି ମୋହିତ ହୁଅନ୍ତି ନଦୀର କଳକଳ ନାଦରେ ସଙ୍ଗୀତ ଅଛି ପବନ ବହିବାରେ ସଙ୍ଗୀତ ଅଛି ସଙ୍ଗୀତ ନାହିଁ କେଉଁଠି? ଏ ଚରାଚର ଜଗତରେ ବ୍ରହ୍ମ ସର୍ବତ୍ର ଅଛନ୍ତି ନାଦକୁ ବ୍ରହ୍ମ ବୋଲି ମଧ୍ୟ କୁହାଯାଏ ନାଦ ବ୍ରହ୍ମ ସର୍ବତ୍ର ବିଦ୍ୟମାନ ସେହି ନାଦକୁ ତାଳ ସ୍ୱର ସହିତ ଗାଇଲେ ସଙ୍ଗୀତ ହୁଏ ଯନ୍ତ୍ର ସାହାର୍ଯ୍ୟରେ ଏହି ନାଦବ୍ରହ୍ମ ନାନା ମୂର୍ତ୍ତି ଧାରଣ କରେ ମାନବର କଣ୍ଠ ପ୍ରଧାନ ଯନ୍ତ୍ର ଏବଂ ମାନବ ନିଜ ବୁଦ୍ଧି— ବଳରେ ନାନାପ୍ରକାର ବାଦ୍ୟ ଯନ୍ତ୍ର ଆବିଷ୍କାର କରି ସେହି ଯନ୍ତ୍ରମାନଙ୍କ ସାହାର୍ଯ୍ୟରେ ନାଦକୁ ନିୟନ୍ତ୍ରିତ କରିଅଛି ସଙ୍ଗୀତର ବିଭିନ୍ନ ମୂର୍ତ୍ତି ରାଗରାଗିଣୀ ନାମରେ ପରିଚିତ

ସଙ୍ଗୀତ ମାନବର ସହଜାତ ପ୍ରତ୍ୟେକ ମାନବ ଊଣା ଅଧିକରେ ସଙ୍ଗୀତପ୍ରିୟ ସମ୍ପଦ, ବିପଦ, ଦୁଃଖ ଓ ଆନନ୍ଦରେ, ପରିଶ୍ରମ କଲାବେଳେ, ଶାନ୍ତିରେ ବସିଲାବେଳେ ସଙ୍ଗତ ସ୍ୱତଃ ମନରୁ ବାହାରି ଥାଏ ସେହି ସଙ୍ଗୀତର ରାଗ ରାଗିଣୀ ଭାରତର ନାନାନ ପ୍ରଦେଶରେ ନାନା ଆକାର ପ୍ରକାର ଧାରଣ କରିଅଛି ସଙ୍ଗୀତ ବିଷୟରେ ନାନା ଗ୍ରନ୍ଥ ମଧ୍ୟ ଲେଖାଯାଇ ଅଛି 

ସଙ୍ଗୀତର ପ୍ରଥମ ନିଦର୍ଶନ ବେଦ ଉଦାତ୍ତ, ଅନୁଦାତ୍ତ ଓ ସ୍ୱରିତ ସ୍ୱର ସଂଯୋଗରେ ସାମଗାନ ଗୀତ ହେଉଥିଲା ସାମ ଶବ୍ଦର ଅର୍ଥ ଗୀତ ଶବର ସ୍ୱାମୀ ତାଙ୍କ ମୀମାଂସା— ଦର୍ଶନରେ ଲେଖିଅଛନ୍ତି

"ସାମ ଶବ୍ଦ ବାଚ୍ୟସ୍ୟ ଗନସ୍ୟ ସ୍ୱରୂପ ମୃଗକ୍ଷରେଷୁ, ତ୍ରୁଷ୍ଟଦିଭିଃ ସପ୍ତଭିଃ ସ୍ୱରୈଃ ଅକ୍ଷରବିକାରାଦିଭିଶ୍ଚନିଷ୍ପାଦ୍ୟତେ ତ୍ରୁଷ୍ଟଃ ପ୍ରଥମଃ, ଦ୍ୱିତୀୟଃ, ତୃତୀୟଃ, ଚତୁର୍ଥଃ, ପଞ୍ଚମଃ, ଷଷ୍ଠଶ୍ଚରିତ୍ୟେତେ ସପ୍ତ ସ୍ୱରାଃ," ପୁରାଣରୁ ଦେଖାଯାଏ ଯେ "ଋଗଭିଃ ପାଠ୍ୟ ମଦ୍ଭ୍ୟୃଗୀତଂ ସାମଭ୍ୟଃ ସମପଦ୍ୟତ ଯଜୁର୍ଭୋଽଭିନୟା ଜାତା ବାସଶ୍ଚାର୍ଥର୍ବଣ ସ୍ମତା" ବେଦ ଗାନ ସମୟରୁ ସା, ରି, ଗା, ମା ପ୍ରଭୃତି ସପ୍ତସ୍ୱରର ପ୍ରବର୍ତ୍ତନ ହୋଇଅଛି ସାମ ବେଦର ଗୋଟିଏ ଉପବେଦ ଥିଲା ସେହି ଉପବେଦର ନାମ ଗାନ୍ଧର୍ବ ବେଦ ଏହି ଗାନ୍ଧର୍ବ ବେଦରେ ଗୀତ ବାଦ୍ୟ ନୃତ୍ୟ ପ୍ରଭୃତି ବିଷୟ ବର୍ଣ୍ଣିତ ହୋଇଥିଲା ଏହି ଉପବେଦ ଲୁପ୍ତପ୍ରାୟ ଭରତ ମୁନି ଏହି ବେଦର ପ୍ରବର୍ତ୍ତକ ଥିଲେ ସେହି ଗାନ୍ଧର୍ବ ବେଦର ମତ ପରବର୍ତ୍ତୀ ସଙ୍ଗୀତଶାସ୍ତ୍ରମାନଙ୍କରେ ପ୍ରତିଫଳିତ ହୋଇ— ଅଛି ମହର୍ଷି ବାଳ୍ମୀକିଙ୍କ ସମୟରେ ମହାମୁନି ଭରତ ସଙ୍ଗୀତ ବିଦ୍ୟାର ପ୍ରଧାନ ଅଧ୍ୟାପକ ଥିଲେ ତାଙ୍କ ସମୟରେ ନାଟକାଭିନୟ ଉତ୍କର୍ଷ ଲାଭ କରିଥିଲା ଗାନ୍ଧର୍ବ ବେଦପ୍ରଣେତା ଭରତ ମୁନି ଏକବ୍ୟକ୍ତି କି ବହୁ ବ୍ୟକ୍ତି ସେକଥା ନିଶ୍ଚୟ ରୂପେ କୁହାଯାଇ ପାରିବ ନାହିଁ ନୃତ୍ୟ ବାଦ୍ୟ—ଗୀତ—ନାଟ୍ୟୋଭିନୟ ପ୍ରଭୃତି ସଂଗୀତଶାସ୍ତ୍ରର ଅନ୍ତର୍ଗତ "ଗୀତ ବାଦିତ୍ରନୃତ୍ୟାନାଂ କ୍ରୟଂ ସଂଗୀତ ମୁଚ୍ୟତେ ଗୀତଂ ବାଦ୍ୟଂ ନର୍ତ୍ତନ କ୍ରୟଂ ସଂଗୀତ ମୁଚ୍ୟତେ" ଏ ତିନି ବିଷୟ ମଧ୍ୟରେ କଣ୍ଠସଂଗୀତ ପ୍ରଧାନ, ସୁତରାଂ ସଂଗୀତ ଶବ୍ଦ ସାଧାରଣଥଃ କଣ୍ଠସଂଗୀତକୁ ବୁଝାଏ ସଂଗୀତ ବିଶାଦରମାନେ ସଂଗୀତକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିଛନ୍ତି ଯଥା:—କଣ୍ଠ ସଂଗୀତ ଓ ଯନ୍ତ୍ର ସଂଗୀତ ଶାସ୍ତ୍ରାନୁସାରେ ନାଦହିଁ ସଂଗୀତର ମୂଳ ଏକାଧିକ ବସ୍ତୁର ସଂଘର୍ଷରେ ଆକାଶରୁ ନାଦର ଉତ୍ପର୍ତ୍ତି ହୁଏ ନାଦ ଦୁଇପ୍ରକାର—ଧ୍ୱନ୍ୟାତ୍ମକ ଓ ବର୍ଣ୍ଣାତ୍ମକ ଦୁଇଟି ବସ୍ତୁର ଘାତ ପ୍ରତିଘାତରେ ଯେଉଁ ନାଦ ବାହାରେ ତାହା ଧ୍ୱନ୍ୟାତ୍ମକ ମନୁଷ୍ୟାଦିଙ୍କ କଣ୍ଠ ଓ ତାଙ୍କର ଘାତ ପ୍ରତିଘାତରେ ଯେଉଁ ସ୍ୱର ଜନ୍ମେ ତାହା ବର୍ଣ୍ଣାତ୍ମକ ସୋମେଶୂଭ, ଭରତ, ହନୁମାନ ଓ କଲ୍ଲିନାଥ, ଏମାନେ ପୁରାକାଳରେ ସଙ୍ଗୀତବିଶାରଦ ଥିଲେ ସଙ୍ଗୀତ ଶାସ୍ତ୍ର ସମ୍ୱନ୍ଧରେ ଏଚାରି ଜଣଙ୍କର ଚାରି ପ୍ରକାର ମତ ପ୍ରଚଳିତ ଥିଲା ସେକାଳରେ ସଙ୍ଗୀତଶାସ୍ତ୍ର ସାଧାରଣତଃ ୭ ଭାଗରେ ବିଭକ୍ତ ହୋଇଥିଲା (୧) ସ୍ୱରାଧ୍ୟାୟ (୨) ରାଗାଧ୍ୟାୟ (୩) ନୃତ୍ୟାଧ୍ୟାୟ (୪) ତାଳାଧ୍ୟାୟ (୫) ଭାବାଧ୍ୟାୟ (୬) କୋକାଧ୍ୟାୟ (୭) ହସ୍ତାଧ୍ୟାୟ ସେ ସବୁ ପ୍ରାଚୀନ ଗ୍ରନ୍ଥ ଆଉ ମିଳୁନାହିଁ, ସୁତରାଂ କି ପ୍ରଣାଳୀରେ ସେ କାଳରେ ସଙ୍ଗୀତ ତତ୍ତ୍ୱ ଆଲୋଚିତ ହେଉଥିଲା, ତାହା ଜଣା ପଡ଼ୁନାହିଁ ଏ ସବୁ ଗ୍ରନ୍ଥପରେ ସଙ୍ଗୀତ ବିଦ୍ୟା ଶିକ୍ଷା ହେବା ପାଇଁ ଅସଂଖ୍ୟ ଗ୍ରନ୍ଥ ସଂସ୍କୃତ ଭାଷାରେ ରଚିତ ହୋଇଥିଲା ତହିଁ ମଧ୍ୟରୁ ଅଧିକାଂଶ ଗ୍ରନ୍ଥର ନାମ ସୁଦ୍ଧା ଲୋପ ହୋଇ ସାରିଲାଣି ଆଉ ଯେଉଁ କେତେଖଣ୍ଡ ଗ୍ରନ୍ଥର ପରିଚୟ ମିଳୁଛି ତାହା ନିମ୍ନରେ ଦିଆଗଲା ===

ଗ୍ରନ୍ଥକାର ଗ୍ରନ୍ଥ

ଶୁଭଙ୍କର ସଙ୍ଗୀତ ଦାମୋଦର

ବୀର ନାରାୟଣ ସଙ୍ଗୀତ ନିର୍ଣ୍ଣୟ

ହରି ଭଟ୍ଟ  ସଙ୍ଗୀତ ମାର, ସଙ୍ଗୀତର୍ଣ୍ଣବ, ସଙ୍ଗୀତ ରତ୍ନାବଳୀ

ଶିଲ୍ୟନ ରାଗ ସର୍ବସ୍ୱ ସାର

ଅନ୍ଧକ ଭଟ୍ଟ ତାଣ୍ଡବ ରଙ୍ଗେଶ୍ୱର, ଗୀତ ସିଦ୍ଧାନ୍ତ ଭାସ୍କର

ବିଶ୍ୱାବସୁ  ଧ୍ୱନି ମଞ୍ଜରୀ, ରାଗାର୍ଣ୍ଣବ

ଶାଙ୍ଗଦେବ ସଙ୍ଗୀତ ରତ୍ନାକର

ସିଂହ ଭୂପାଳ ସଙ୍ଗୀତ ଦର୍ପଣ, ରାଗ ମାଳିକା

ହରି ନାରାୟଣ  ସଙ୍ଗୀତ ସାର, ନାରଦ ସମ୍ୱାଦ, ନାରଦ ପୁରା, ରତ୍ମମାଳା, ସଙ୍ଗୀତ କୌସ୍ତଭ

ଦାମୋଦର  ସଙ୍ଗୀତ ଦର୍ପଣ ଅବହନ ସଙ୍ଗୀତ ପାରିଜାତ

ଏ ସବୁ ଗ୍ରନ୍ଥ ମଧ୍ୟରୁ ସଙ୍ଗୀତ ଦାମୋଦର ଓ ସଙ୍ଗୀତ ଦର୍ପଣ ଗ୍ରନ୍ଥ ଦ୍ୱୟର ଉଲ୍ଲେଖ ନାନା ସ୍ଥଳରେ ଦେଖାଯାଏ ସଙ୍ଗୀତ ପ୍ରତି ଅନୁରକ୍ତି ଜନ୍ମେ କାହିଁକି? ସଙ୍ଗୀତବିଶାରଦ— ମାନେ ଏଥିର ସାତ ଗୋଟି କାରଣ ଦେଇଛନ୍ତି— ଶାରୀରଂ ନାଦ ସମ୍ଭବତଃ ସ୍ଥାନାନି ଶ୍ରୁତୟୋ ସ୍ତଥା ତତଃ ଶୁଦ୍ଧାଃ ସ୍ୱରାଃ ସପ୍ତ ବିକୃତାଃ ଦ୍ୱାଦଶାପ୍ୟମୀ ବାଦ୍ୟାଦି ଭେଦା ଶ୍ଚତ୍ୱାରୋ ରାଗେ ତ୍ପାଦନ ହେତବଃ (୧) ଶରୀର ସଞ୍ଚାଲନ, (୨) ନାଦସମ୍ୱୁତ, (୩) ସ୍ଥାନ ବା ତାଳ ଶ୍ରବଣ, (୪) ଶୃତି (୫) ଶୁଦ୍ଧ ସପ୍ତସ୍ୱର (୬) ବିକୃତ ଦ୍ୱାଦଶ ସ୍ୱର, (୭) ବାଦ୍ୟାଦି ଚତୁର୍ବିଧ ଭେଦ ସଙ୍ଗୀତ

ଅନୁରାଗୋତ୍ପତ୍ତିର କାରଣ ଶୁଦ୍ଧ ୭ ସ୍ୱର ଯଥା—ଷଡ଼୍ଜ, ଋଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଧୈବତ, ନିଷାଦ ଏହି ସପ୍ତ ସ୍ୱରକୁ ରାଗ ରାଗିଣୀର ମୂଳ ସା, ରି, ଗା, ମା, ପା, ଧା, ନି,— ରୂପେ ଗ୍ରହଣ କରାଯାଇଅଛି ଏହି ସପ୍ତ ସ୍ୱରର କେଉଁଠାରୁ ଉତ୍ପତ୍ତି ହୋଇଅଛି? ସାତ ପ୍ରକାର ଜନ୍ତୁଙ୍କ କଣ୍ଠ ସ୍ୱର ଏହି ସପ୍ତ ସ୍ୱରର ମୂଳଭିତ୍ତ କେଉଁ ଜନ୍ତୁର କଣ୍ଠ ସ୍ୱରରୁ କେଉଁ ସ୍ୱର ନିଆଯାଉଛି, ଏ ବିଷୟରେ ମତାନ୍ତର ଅଛି କିନ୍ତୁ ସାଧାରଣତଃ ମୟୂର, ବୃଷ, ଅଜ, କ୍ରୋଞ୍ଚ, କୋକିଳ, କୁଞ୍ଜର, ଅଶ୍ୱ, ଏହି ସାତ ଜନ୍ତୁଙ୍କ ସ୍ୱରରୁ ଯଥାକ୍ରମେ ସା ରି ଗା ମା ପା ଧା ନି ସ୍ୱର ନିଆ ଯାଇଅଛି ବୋଲି ଜଣାଯାଏ 

ଉକ୍ତ ପ୍ରକାର ସାତ ସ୍ୱରର ନାନା ପ୍ରକାର ସଂଯୋଗଦ୍ୱାରା ପ୍ରଧାନତଃ ୬ ରାଗ ଓ ୩୬: ରାଗିଣୀ ଓ ତହିଁର ଅସଂଖ୍ୟ ଉପରାଗ ଓ ଉପରାଗିଣୀର ଉତ୍ପତ୍ତି ସଂଗୀତ— ଦାମୋଦର ଗ୍ରନ୍ଥରୁ ଜଣାଯାଏ ଯେ—ଶ୍ରୀକୃଷ୍ଣଙ୍କ ନିକଟରେ ଗୋପୀମାନେ ୧୬: ସହସ୍ର ରାଗର ଆଳାପ କରିଥିଲେ ଗୋପୀଭିଃ ଗୀତ ମାରବ୍ଧ ମେକୈବଂ କୃଷ୍ଣ ସନ୍ନିଧୈ ତେନ ଜାତାନି ରାଗଣାଂ ସହସ୍ରାନି ତୁ ଷୋଡ଼ଶଃ ପ୍ରଧାନ ୬ ରାଗ—(୧) ଭୈରବ, (୨) କୌଶିବ, (୩) ହିନ୍ଦୋଳ, (୪) ଦୀପକ, (୫) ଶ୍ରୀରାଗ, (୬) ମେଘ ଏହି ରାଗମାନଙ୍କ ନାମ ସମ୍ୱନ୍ଧରେ ନାନା ପ୍ରକାର ମତଭେଦ ଦେଖାଯାଏ ଭିନ୍ନ ଭିନ୍ନ ପ୍ରଦେଶରେ ରାଗମାନଙ୍କର ଭିନ୍ନ ଭିନ୍ନ ନାମ ମଧ୍ୟ ଦେଖାଯାଏ ରାଜପୁତାନାରେ କୌଶିକ ରାଗର ନାମ ମାଳକୋଷ ସୋମେସ୍ୱର ଓ କଲ୍ଲିନାଥଙ୍କ ମତରେ ୬ ରାଗର ନାମ—ଶ୍ରୀରାଗ, ବସନ୍ତ, ପଞ୍ଚମ, ଭୈରବ ମେଘ ଓ ନଟ ନାରାୟଣ ନାରଦସଂହିତାରେ ୬ ରାଗର ନାମ—ମାଳବ, ମନ୍ଦାର, ଶ୍ରୀ ବସନ୍ତ, ହିନ୍ଦୋଳ ଓ କର୍ଣ୍ଣାଟ ପୂର୍ବେ ଯେଉଁ ସାତ ସ୍ୱରର କଥା କୁହାଯାଇଅଛି ସେହି ସାତ ସ୍ୱରର ରାଗର ଉତ୍ପର୍ତ୍ତି ହୁଏ ନିମ୍ନଲିଖିତ ଉଦାହରଣରୁ ପାଠକ ନିମ୍ନଲିଖିତ ରାଗମାନଙ୍କ ସ୍ୱର— ଯୋଜନା ବିଷୟ ଅବଗତ ହେବେ ===

ଶ୍ରୀରାଗ—ସାରେ ଗା ମା ପା ଧା ନି ସାରେ ଭୈରବ—ଧା ନି ସା ଗା ମା ଧା ପଞ୍ଚମ—ସାରେ ଗା ମା ଧା ନି ସା ମେଘ—ଧା ନି ସାରେ ଗା ମା ପା ଧା ନଟ ନାରାୟଣ—ସାରେ ଗା ମା ପା ଧା ନି ସା

ଏହି ୬ ରାଗର ୩୬:ଟି ରାଗିଣୀ ଅଛି ପ୍ରତ୍ୟେକ ରାଗର ୬ ଗୋଟି ଆଶ୍ରିତା ରାଗିଣୀ ଉଦାହରଣ ସ୍ୱରୂପ ଗୋଟିଏ ଦୁଇଟି ରାଗର ଆଶ୍ରିତ ରାଗିଣୀ ନିମ୍ନରେ ଦିଆଗଲା

ଶ୍ରୀରାଗର ରାଗିଣୀଗଣ—ମାଳଶ୍ରୀ, ତ୍ରିବେଣୀ, ଗୌରୀ, କେଦାରୀ, ମଧୁମାଧବୀ, ପାହା଼ଡ଼ୀ; ବସନ୍ତ ରାଗର—ଦେଶୀ, ଦେବଗିରି, ବରଟୀ, ତୋଡ଼ିକା, ଲଳିତା, ହିନ୍ଦୋଳୀ; ଭୈରବୀ ରାଗର—ଭୈରବୀ, ଗୁର୍ଜ୍ଜରୀ, ରାମକିରୀ, ଗୁଣକିରୀ ବଙ୍ଗାଳୀ, ସୈନ୍ଧବୀ ଇତ୍ୟାଦି

ଏହି ରାଗ ରାଗିଣୀଙ୍କ ପୁତ୍ର, ବଧୂ, କନ୍ୟା, ସଖା, ସହଚରରୂପେ କଳ୍ପିତ ଅସଂଖ୍ୟ ଉପରାଗିଣୀ ଅଛି କେଉଁ ରସ ପ୍ରକାଶ କରିବା ପାଇଁ କେଉଁ ସ୍ୱର ଆବଶ୍ୟକ ତାହା ମଧ୍ୟ ସଙ୍ଗୀତ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ଅଛି

'ସ—ରୀ' ବୀରେଽଦ୍ଭୁତେ ରୌଦ୍ରେ 'ଧୋ' ବିଭତ୍ସେ ଭୟାନକେ କାର୍ଯ୍ୟେ 'ଗନି' ତୁ କରୁଣେ ହାସ୍ୟ ଶୃଙ୍ଗାରୟୋ 'ମପୌ'

ସଙ୍ଗୀତର କେତେଗୁଡ଼ିଏ ଅଙ୍ଗ ଅଛି:—ମୂର୍ଚ୍ଛନା, ତାନ, ତାଳ, ମାନ, ଗମକ ଏ ସବୁଦ୍ୱାରା ରାଗ ରାଗିଣୀର ସ୍ୱରୁପତତ୍ତ୍ୱ ନିର୍ଦ୍ଦିଷ୍ଟ ହୁଏ କେଉଁ ରାଗ କେତେବେଳେ ବୋଲା ଯିବା ଉଚିତ ତାହା ମଧ୍ୟ ନିର୍ଦ୍ଦିଷ୍ଟ ଅଛି ଭାରତ— ବର୍ଷରେ ସଙ୍ଗୀତବିଦ୍ୟା ଏତେ ଉନ୍ନତି ଲାଭ କରିଥିଲା ଯେ— ରାଗରାଗିଣୀର ଶକ୍ତିଦ୍ୱାରା ପ୍ରକୃତି ପରିବର୍ତ୍ତିତ ହୋଇ ପାରୁଥିଲା ସଂଗୀତର ଅସୀମ ଶକ୍ତି ସଂଙ୍ଗୀତର ମୋହିନୀ ଶକ୍ତି ଅଛି ସଙ୍ଗୀତ ଶାସ୍ତ୍ରରୁ ଦେଖାଯାଏ ଯେ, ଦୀପକ ରାଗ ଠିକ୍ ନିୟମାନୁସାରେ ଆଳାପ କରାଯିବାଦ୍ୱାରା ନିର୍ବାପିତ ଦୀପ ଶିଖାରେ ଅନଳ ସଞ୍ଚାରିତ ହେଉଥିଲା, ଏବଂ ସଙ୍ଗୀତ ଆଳାପନକାରୀ ସେହି ଅଗ୍ନିରେ ଦଗ୍ଧ ହୋଇ ଯାଉଥିଲା ମେଘ ମଲ୍ଲାର ରାଗ ଆଳାପଦ୍ୱାରା ଅନାବୃଷ୍ଟି ସମୟରେ ମେଘ ସଞ୍ଚାର ହେଉଥିଲା ଏବଂ ବାରିକର୍ଷଣ ହେଉଥିଲା ଭୈରବ ରାଗର ଆଳାପ କରାଗଲେ ଉଷାର ଆବିର୍ଭାବ ହେଉଥିଲା ଓ ମୃଦୁ ମେଘ ଓ ଗନ୍ଧବାହୀ ବାୟୁର ସଞ୍ଚାର ହେଉଥିଲା ଓ ବିହଙ୍ଗମ କଳରବ ଏବଂ ପ୍ରଭାତର ସୁଖସ୍ପର୍ଶଦ୍ୱାରା ପ୍ରାଣ ନାଚି ଉଠୁଥିଲା ହିନ୍ଦୋଳ ରାଦର ଆଳାପଦ୍ୱାରା ନବବସନ୍ତର ସମାଗମ ହୋଇ ନବ ମୁକୁଳିତ କୁସୁମ ସୈରଭରେ ଦିଗ୍ ବିଦିଗ୍ ଆମୋଦିତ ହୋଇ ଉଠୁଥିଲା ଶ୍ରୀରାଗ ଆଳାପ କଲେ ପଦୋଷ କାଳର ସମାଗମ ଅନୁଭୂତ ହେଉଥିଲା ଏବଂ ପଶ୍ଚିମାକାଶରେ ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ବିଭା ବିକଶିତ ହେଉଥିଲା ମାଳବ ରାଗର ଆଳାପ କରାଗଲେ ପ୍ରାଣରେ ଅଭିନବ ଉତ୍ତେଜନା ଜାଗତ ହୋଇ ଉଠୁଥିଲା କାର୍ଯ୍ୟକାରିଣୀ ଶକ୍ତି ଅନୁସାରେ ରାଗର ନାମ— କରଣ କରାଯାଇଅଛି ବେହାଗ ରାଗ ଆଳାପ କରାଗଲେ ପ୍ରାଣରେ ଉଦାସୀନତା ଆସେ ଏବଂ ଆତ୍ମବିସ୍ତୃତି ଉପସ୍ଥିତ ହୁଏ ରାଗରାଗିଣୀର ଆଳାପ ଲାଗି ନିର୍ଦିଷ୍ଟ ବ୍ୟବସ୍ଥା ଅଛି ପ୍ରାତଃକାଳଠାରୁ ଦିନ ପ୍ରହରକ ପର୍ଯ୍ୟନ୍ତ ଭୈରବ, ମେଘ, ବସନ୍ତ, ପଞ୍ଚମ ପ୍ରଭୃତି ରାଗ ଏବଂ ଭୈରବୀ, ଭୂପାଳୀ, ଧନୀଶ୍ରୀ, ମଲ୍ଲୀରୀ ପ୍ରଭୃତି ରାଗିଣୀ ଆଳାପ, କରାଯାଏ ଦ୍ୱିପ୍ରହର ସମୟେ ଗୁଜ୍ଜରୀ, ଗୁଣକରି ଏବଂ ଭୈରବୀ ଆଳାପ କରାଯାଏ ତୃତୀୟ ପ୍ରହର ମଧ୍ୟରେ ବେରାଟୀ, ତୋଡ଼ି, ବାମୋଦୀ ପ୍ରଭୃତି ଗାଇବାର

ବିଧି ଅଛି ଏ ସମ୍ୱନ୍ଧରେ ସଂଗୀତବମାନଙ୍କ ମଧ୍ୟରେ ନାନା ପ୍ରକାର ମତ ଭେଦ ଅଛି କେବଳ ଏତିକି ନୁହେଁ, କେଉଁ ଋତୁରେ କେଉଁ ରାଗ ଆଳାପନୀୟ ତାହା ମଧ୍ୟ ସଙ୍ଗୀତ ଶାସ୍ତ୍ର ନିର୍ଦ୍ଦେଶ କରି ଦେଇଅଛି ୬ ଋତୁରେ ୬ ରାଗ—ପ୍ରତ୍ୟେକ ଋତୁରେ ଗୋଟିଏ ଗୋଟିଏ ରାଗ ଆଳାପ କରିବା ବିଧେୟ ବସନ୍ତ ଋତୁରେ ସପତ୍ନୀକ ବସନ୍ତ ରାଗ, ଗ୍ରୀକ୍ଷ୍ମ ଋତୁରେ ସପତ୍ନୀକ ଭୈରବ ଇତ୍ୟାଦି ଭିନ୍ନ ଭିନ୍ନ ରାଗର ଭିନ୍ନ ଭିନ୍ନ ଅଧିଷ୍ଠାତୃ ଦେବଦେବୀ କଳ୍ପତି ହୋଇ ଅଛନ୍ତି ନିର୍ଦ୍ଦଷ୍ଟ ସମୟରେ ନିର୍ଦ୍ଦିଷ୍ଟ ରାଗରାଗିଣୀରେ ଅଧିଷ୍ଠାତୃ ଦେବଦେବୀଙ୍କ ଧ୍ୟାନରେ ତନ୍ମୟ ହୋଇ ସେହି ରାଗ ରାଗିଣୀମାନ ଆଳାପ କଲେ ତାହାର ପ୍ରଭାବ ସାକ୍ଷାତ୍ ଦେଖାଯାଏ କେଉଁ ସ୍ୱରର କିଏ ଅଧିଷ୍ଠାତୃ ଦେବ, ତହଁର ପରିଚୟ ନିମ୍ନରେ ଦିଆଗଲା ସା—ଅଗ୍ନି, ରେ—ବ୍ରହ୍ମା, ଗା—ସରସ୍ୱତୀ, ମା—ମହାଦେବ, ପା— ଲକ୍ଷ୍ମୀ, ଧା—ଗଣେଶ, ନି—ସୂର୍ଯ୍ୟ 

ମୋଗଲ ସମ୍ରାଟ ଆକବରଙ୍କ ଦରବାରରେ ତାନସେନ ସଙ୍ଗୀତର ଅଭିନବ ଶକ୍ତି ପ୍ରଦର୍ଶନ କରି ପାରିଥିଲେ ତାନସେନଙ୍କ ଗୁରୁ ହରିଦାସ ସ୍ୱାମୀ ସେ ସଂସାର ତ୍ୟାଗୀ ସନ୍ନ୍ୟାସୀ ଥିଲେ ସଂଗୀତ ସାଧନା ବଳରେ ନିର୍ବାଣ ଲାଭ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ତାନସେନ ଦିନେ ତାଙ୍କୁ ଆକବରଙ୍କ ଦରବାରକୁ ନେଇ ଯାଇ ଥିଲେ ହରିଦାସ ସଭାରେ ଗୋଟିଏ ଦୁଇଟି ରାଗ ରାଗିଣୀ ଆଳାପ କରି ଦର୍ଶକମାନଙ୍କୁ ଦେବମୂର୍ତ୍ତି ଦେଖାଇ ଦେଇଥିଲେ ବାଦସାହା ସଂଗୀତର ଶକ୍ତି ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ ସମ୍ରାଟ ଏଥିର କାରଣ ଅନୁସନ୍ଧାନ କରିବାରୁ ହରିଦାସ କହିଲେ ଯେ, ବିଜ୍ଞାନ ସମ୍ମତ ପ୍ରଣାଳୀରେ ରାଗ ରାଗିଣୀ, ଆଳାପ କରାଗଲେ ଅଧିଷ୍ଠାତୃ ଦେବତାମାନେ ସ୍ୱରୂପ ପରିଗ୍ରହ କରି ଆବିର୍ଭୂତ ହୁଅନ୍ତି ତାନସେନ ନିଜେ ମଧ୍ୟ ସଂଗୀତ ବିଶାରଦ ଥିଲେ ଦୀପକ ରାଗ ଆଳାପ କରି ସେ ଅଗ୍ନି ଜଳି ଉଠିବା ଦେଖାଇଥିବାର ଏବଂ ମେଘମଲ୍ଲାର ରାଗ ଆଳାପ କରି ବୃଷ୍ଟି କରାଇ ଥିବାର ପ୍ରବାଦ ଅଛି ତାନସେନ ଗୋୟାଲିଅରର ଗୌଡ଼ୀୟ ବ୍ରାହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ (୧୫୫୮: ଖ୍ରୀ); ତାଙ୍କର ମୌଳିକ ନାମ ଥିଲା ରାମତନ ପାଣ୍ଡେ ୧୮: ବର୍ଷ ବୟସ ବେଳେ ଜଣେ ମୁସଲମାନ ଯୁବତୀଙ୍କ ପ୍ରେମରେ ପଡ଼ି ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ସେ ସଂଗୀତ ବିଦ୍ୟାରେ ବିଶେଷ ପାରଦର୍ଶିତା ଲାଭ କରିଥିଲେ ଆକବର ତାଙ୍କଠାରୁ ସଂଗୀତ ଶୁଣି ମୁଗଧ ହୋଇଥିଲେ ଏବଂ ତାଙ୍କୁ ତାନସେନ ଉପାଧି ଦେଇଥିଲେ ଶାସ୍ତ୍ରରେ ନିର୍ଦିଷ୍ଟ ହୋଇଅଛି ଯେ, ସଂଗୀତ ମୁକ୍ତିର ଗୋଟିଏ ପ୍ରଧାନ ସୋପାନ

"ଜାପାତ୍ କୋଟୀ ଗୁଣଂ ଧ୍ୟାନଂ ଧ୍ୟାନାତ୍ କୋଟୀ ଗୁଣଂ ଲୟଃ ଲୟାତ୍ କୋଟୀ ଗୁଣଂ ଗାନଂ ଗାନାତ୍ ପରତରଂ ନହି' ପୁନଶ୍ଚ—" "ପୂର୍ଣ୍ଣଂ ଚତୁର୍ଣ୍ଣାଂ ବେଦାନାଂ ସାରମାକୃଷ୍ୟ ପଦ୍ମଭୂଃ ଇମଂତୁ ପଞ୍ଚଂମଂ ବେଦଂ ସଂଗୀତାଖ୍ୟ ମକଲ୍ଧୟତ୍" ଭଗବାନ ନିଜେ କହି ଅଛନ୍ତି— "ନାହଂ ତିଷ୍ଠାମି ବୈକୁଣ୍ଠ ଯୋଗିନାଂ ହୃଦୟେ ନ ଚ ମଦ୍ଭକ୍ତାଂ ଯତ୍ରଗାୟନ୍ତି ତିତ୍ର ତିଷ୍ଠାମି ନାରଦ"

ଦେବାଦିଦେବ ମହାଦେବ ପ୍ରଥମେ ସଙ୍ଗୀତ ଶାସ୍ତ୍ର ପ୍ରଚାର କରିଥିଲେ ସେହି ମହାଯୋଗୀ ଯେଉଁ ଭଗବନ୍ନହିମା କୀର୍ତ୍ତନ କରିଥିଲେ ତାହାହିଁ ମୌଳିକ ସଙ୍ଗୀତ ବ୍ରହ୍ମା ମହାଦେବଙ୍କୁ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଦେବଲୋକରେ ଦୂର୍ଗା, ସରସ୍ୱତୀ, ନାଗଲୋକରେ ବାସୁକୀ, ଗନ୍ଧର୍ବ ଲୋକରେ କଳାନାଗ, ସାରଦଳ, ତୁମ୍ଭରୁ, କୋହଳ, ହାହା, ହୁ— ହୁ, ଋଷିଲୋକରେ ନାରଦ, ଭରଦ କଶ୍ୟପ, ରାକ୍ଷସଙ୍କ ମଧ୍ୟରେ ରାବଣ, କପି ମଧ୍ୟରେ ହନୁମାନ, ମାନବ ମଧ୍ୟରେ ଅର୍ଜ୍ଜୁନ ସଙ୍ଗୀତ ଶସ୍ତ୍ର ପ୍ରଚାର କରିଥିଲେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ, ସଂଗୀତ ଭାରତର ଅତି ପ୍ରାଚୀନ କାଳର ସମ୍ପତ୍ତି ଅମରାବତୀରେ ଅମର ସଦନରେ ଅପ୍ସରା— ମାନେ ନୃତ୍ୟ ଗୀତ କରୁଥିବା କଥାତ ଅତୀତ କାହାଣୀ ବାଳ୍ମୀକି ରାମାୟଣ ଗାଇଥିଲେ ଲବ କୁଶ ଅଯୋଧ୍ୟାରେ ସେହି ରାମାୟଣ ଗାଇଥିଲେ ବୃନ୍ଦାବନରେ ଗୋପଙ୍ଗନା— ମାନେ କୃଷ୍ଣ ଲୀଳା କୀର୍ତ୍ତନ କରିଥିଲେ ପ୍ରତି ଯୁଗରେ ସଙ୍ଗୀତ ପ୍ରତିଷ୍ଠା ଲାଭ କରି ମୁସଲମାନଙ୍କର ଏବଂ ଆଲେକ୍ଜାଣ୍ଡାରଙ୍କ ଭାରତଗମନ ପରେ ନାନା ରାଜକୀୟ ଘାତ ପ୍ରତିଘାତ ପାଇ ସଙ୍ଗୀତ ବିଦ୍ୟା ଅବନତି ପ୍ରାପ୍ତ ହୋଇଥିଲା ମୁସଲମାନମାନଙ୍କ ଶାସନ ଭାରତରେ ସୁଶୃଙ୍ଖଳ ହେବା ପରେ ଆଉ ଥରେ ସଂଗୀତ ବିଦ୍ୟାର ଉନ୍ନତି ପାଇଁ ଚେଷ୍ଟା କରା ଯାଇଥିଲା ଗିୟାସୁଦ୍ଦିନ୍— ଟୋଗଲ୍କ ରାଜତ୍ୱ ସମୟରେ ଗୋପାଳ ନାୟକ ସଂଗୀତ ବିଦ୍ୟାରେ ପ୍ରସିଦ୍ଧ ଲାଭ କରିଥିଲେ

ସକଳ ଦେଶର ସକଳ ମନୁଷ୍ୟ ସମାଜରେ ଗୀତ ବାଦ୍ୟ ନୃତ୍ୟ ଆଦିମ କାଳରୁ ପ୍ରଚଳିତ ଅଛି ସଭ୍ୟ, ଅସଭ୍ୟ, ସକଳ ସମାଜ ମଧ୍ୟରେ ନୃତ୍ୟ ଗୀତର ପ୍ରଚଳିତ ଅଛି ଯେଉଁ ସମାଜ ଯେତେ ଉନ୍ନତ ସେ ସମାଜର ନୃତ୍ୟାଦି ତେତେଦୂର ବିଜ୍ଞାନସମ୍ମତ ଭାରତରେ ସଂଗୀତ ବିଦ୍ୟା ଏପରି ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ ଯେ, ତହିଁର ଯେଉଁ ଶେଷ ସ୍ମୃତି ଅଛି ତାହା ସହିତ ପୃଥିବୀର ଅନେକ ସଭ୍ୟ ଜାତିର ସଂଗୀତ ସମକକ୍ଷ ହୋଇ ପାରିବ ନାହିଁ ସର୍ ବଲିୟମ ଜୋନସ୍ ସାହେବ ହିନ୍ଦୁମାନଙ୍କ ସଂଗୀତ ସହିତ ଇଉରୋପର ସଂଗୀତ ବିଦ୍ୟାର ତୁଳନା କରି କହିଛନ୍ତି ଯେ, ହିନ୍ଦୁମାନଙ୍କ ସଂଗୀତବିଜ୍ଞାନ ଅଧିକତର ଶୃଙ୍ଗଳାବବଦ୍ଧ ସେ ପୁନଶ୍ଚ କହିଛନ୍ତି ଯେ, ହିନ୍ଦୁମାନଙ୍କ ଆବିଷ୍କୃତ ସା ରି ଗା ମା ପା ଧା ନି ସପ୍ତସ୍ୱରର ଆଦର୍ଶରେ ପ୍ରଥମେ ପାରସ୍ୟରେ ପରେ ଆରବରେ ଏବଂ ପରିଶେଷରେ ଇଉରୋପରେ ସ୍ୱରଗ୍ରାମର ପ୍ରବର୍ତ୍ତନ ହୋଇ

ଅଛି ସର୍ ବିଲିୟାମ୍ ହେନିରି ଏବଂ ଅଧ୍ୟାପକ ବେବାର ବହୁ ଆଲୋଚନା ପରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଏକାଦଶ ଶତାବ୍ଦୀ ପ୍ରାରମ୍ଭରେ ଇଟାଲିର ଟସ୍କାନୀ ପ୍ରଦେଶରେ ରାଇତେଡ଼ି ଆରଜୋ ଇଉରୋପରେ ସ୍ୱରସାହିତ୍ୟର ପ୍ରଚଳନ ଆରମ୍ଭ କଲେ ଐତିହାସିକ ଷ୍ଟ୍ରାବୋ ବହୁକାଳ ପୂର୍ବେ ଲେଖିଥିଲେ ଯେ ଗ୍ରୀସ୍ ଦେଶ ଭାରତରୁ ସଂଗୀତ ବିଜ୍ଞାନର ଅଧିକାଂଶ ତତ୍ତ୍ୱ ଗ୍ରହଣ କରିଥିଲା ହ୍ୱିଟନ୍ ସାହେବ ପ୍ରାଚିନ ଜାତିମାନଙ୍କ ସଂଗୀତ ବିଦ୍ୟା ବିଷୟରେ ଏକ ପୁସ୍ତକ ଲେଖି ଅଛନ୍ତି ସେ ପୁସ୍ତକରେ ଭାରତର ରାଗ ରାଗିଣୀର ଶକ୍ତି ବିଷୟ ଆଲୋଚନା କରିଛନ୍ତି ସେହି ପ୍ରସଙ୍ଗରେ ସେ ଗିୟାସୁଦ୍ଦିନ୍ ଟୋଗଲକଙ୍କ ରାଜତ୍ୱ କାଳର ଗୋପାଳ ନାୟକଙ୍କର ସଂଗୀତ ବିଦ୍ୟାରେ ଅଦ୍ଭୁତ ପାଣ୍ଡିତ୍ୟ ବିଷୟ ଉଲ୍ଲେଖ କରିଛନ୍ତି ପ୍ରବାଦ ଅଛି, ଗୋପାଳ ଯମୁନା— ଜଳରେ ଆକଣ୍ଠ ବୁଡ଼ି ଦୀପକରାଗ ଆଳାପ କରିଥିଲେ, ତଗାଚ ସେହି ରାଗର ଫଳରେ ଜାତ ଅଗ୍ନିଦ୍ୱାରା ତାଙ୍କ ଶରୀର ଦ ଧ ହୋଇ ଯାଇଥିଲା ଉକ୍ତ ପୁସ୍ତକରେ ଉଲ୍ଲେଖ ଅଛି, ତାନସେନ ଦିନେ ଦ୍ୱିପ୍ରହର ବେଳେ ଶ୍ରୀରାଗ ଆଳାପ କରିଥିଲେ ଏବଂ ଯେତେ ଦୂର ପର୍ଯ୍ୟନ୍ତ ସେ ରାଗ ଶୁଣା ଯାଇଥିଲା ତେତେଦୂର ପର୍ଯ୍ୟନ୍ତ ଆକାଶ ଅନ୍ଧକାରାଚ୍ଛନ୍ନ ହୋଇଥିଲା ପ୍ରବାଦ ଅଛି, ସମ୍ରାଟ ଆକବର ଅନ୍ୟ ଏକ ସଙ୍ଗୀତଜ୍ଞ ବୈଜୁଙ୍କ ପରାମର୍ଶ ଅନୁସାରେ ତାନ୍ସେନଙ୍କୁ ଦୀପକ ରାଗ ଆଳାପ କରିବାକୁ ଆଦେଶ ଦେଇଥିଲେ ତାନସେନଙ୍କୁ ଦୀପକ ରାଗର ପ୍ରଭାବରୁ ବଞ୍ଚାଇବା ପାଇଁ ବୈଜୁ ମେଘମଲ୍ଲାର ରାଗ ଆଳାପ କରିବେ ବୋଲି ସ୍ଥିର ହେଲା ତାନ୍ସେନ ଦୀପକ ରାଗ ଆଳାପ କରି ପୋଡ଼ିଗଲେ, ମାତ୍ର ବୈଜୁଙ୍କ ମନରେ ତାନ୍ସେନଙ୍କ ପ୍ରତି ଈର୍ଷାଭାବଥିବାରୁ ସେ ମେଘମଲ୍ଲାର ରାଗକୁ ପୂର୍ଣ୍ଣମାତ୍ରାରେ ଗାଇଲେ ନାହିଁ, ଅତଏବ ତାନ୍ସେନଙ୍କୁ ରକ୍ଷା କରିବା ପାଇଁ ସେ ସମୟରେ ମେଘ ବର୍ଷା ହୋଇ ପାରିଲା ନାହିଁ ସମ୍ରାଟ୍ ଏ ଘଟନା ଦେଖି ବଡ଼ କ୍ଷୁବ୍ଧ ହୋଇ— ଥିଲେ ଏ କଥାମାନ ଆଜି ସ୍ୱପ୍ନ ପରି ଜଣା ଯାଇ ପାରେ କିମ୍ୱା କବି କଳ୍ପନା ବା ଗାଲ ଗଳ୍ପ ବୋଲି ଲୋକେ ଭାବି ପାରନ୍ତି, ମାତ୍ର ଭାରତ ଯେ ଦିନେ ସଙ୍ଗୀତ ଆଲୋଚନାରେ ଜଗତରେ ଶୀର୍ଷସ୍ଥାନ ଅଧିକାର କରିଥିଲା ଏହା ଅସ୍ୱୀକାର କରି ହେବ ନାହିଁ 

ପୂର୍ବେ କୁହା ଯାଇଅଛି, ସଙ୍ଗୀତ ଦୁଇ ପ୍ରକାର କଣ୍ଠ ସଙ୍ଗୀତ ବିଷୟ ଉପରେ ସଂକ୍ଷେପରେ କୁହା ଯାଇଅଛି, ଯନ୍ତ୍ର ସଙ୍ଗୀତ ଚାରି ଶ୍ରେଣୀରେ ବିଭକ୍ତ ଯନ୍ତ୍ର ସଙ୍ଗୀତର ଅପର ନାମ ବାଦ୍ୟ

ବଂଶାଦିକନ୍ତୁ ଶୁଷିରଂ କାଂସ୍ୟ ତାଳାଦିକଂ ଘନଂ, ତତଃ ବୀଣାଦୀକଂ ବାଦ୍ୟମାନଦ୍ଧଂ ମୂରଜାଦିକମ୍ ଯେଉଁ ଯନ୍ତ୍ରରେ ଛିଦ୍ର ଅଛି ତାକୁ ଶୁଷିର କହନ୍ତି, ଯଥା—ଶିଙ୍ଗା, ଶଙ୍ଖ, ମୁରଲୀ, ଘନଯନ୍ତ୍ର—ମନ୍ଦିରା, କରତାଳ, ଘଣ୍ଟା, ଘଣ୍ଟ, ତନ୍ତ୍ର ବା ତାର ସଂଯୁକ୍ତ ଯନ୍ତ୍ର—ବୀଣା, ସାରଙ୍ଗ, ସୀତାର, ତାନପୁର ଚର୍ମରେ ମୂହଁବନ୍ଧା (ଆନଦ୍ଧ) ବାଦ୍ୟ —ଢକ୍କା, ଢେଲ, ଢବଲ, ପଖାଉଜ, ମୃଦଙ୍ଗ ପୁରୁଷମାନଙ୍କ ନୃତ୍ୟକୁ ତାଣ୍ଡବ ଓ ସ୍ତ୍ରୀମାନଙ୍କ ନୃତ୍ୟକୁ ଲାସ୍ୟ ବୋଲାଯାଏ

ତାଣ୍ଡବ ଦୁଇପ୍ରକାର—ଛୁରିତ ଓ ଯୌବତ ପୁରାଣମାନଙ୍କରୁ ଜଣାଯାଏ ତ୍ରିପୁରାସୁର ବଧ ପରେ ଦେବତାମାନେ ଆନନ୍ଦରେ ନୃତ୍ୟ କଲେ ତେତେବେଳେ ବ୍ରହ୍ମା ମୃତ୍ତିକାଦ୍ୱାରା ମୃଦଲା ପ୍ରସ୍ତୁତ କରିଥିଲେ ମୃଦଙ୍ଗର ମାଟି ଖୋଳ ପୋଡ଼ା ହୁଏ ଓ ସେ ଖୋଳ ଉପରେ ଚମଡ଼ାର ସରୁ ପଟିମାନ ଗୁଡ଼ିଆ ହୁଏ ତହିଁର ବର୍ଣ୍ଣ ନାଲି ଦେଖାଯାଏ ଏହା ସେହି ତ୍ରିପୁରାସୁର ବଧର ସ୍ମୃତିଚିହ୍ନ ବୋଲି ଅନୁମତି ହୁଏ ମୃଦଙ୍ଗ ନାନାପ୍ରକାର ଅଛି ଦେବଲୋକରେ ଅପ୍ସରାମାନଙ୍କ ନୃତ୍ୟ ଗୀତ ବିଷୟ ପୁରାଣବିଦିତ ରାମାୟଣରେ ରାବଣର ନୃତ୍ୟଶାଳାରେ ନର୍ତ୍ତକୀମାନଙ୍କ ନୃତ୍ୟ ବିଷୟ ବର୍ଣ୍ଣିତ ଅଛି ଭାଗବତରେ ନୃତ୍ୟ ବିଷୟ ମଧ୍ୟ ବର୍ଣ୍ଣିତ ହୋଇଅଛି ରାସମଞ୍ଚରେ ଗୋପୀମାନେ ନୃତ୍ୟ କରିଥିଲେ ଅର୍ଜୁନ ପ୍ରସିଦ୍ଧ ନର୍ତ୍ତକ ଓ ନୃତ୍ୟାଚାର୍ଯ୍ୟ ଥିଲେ ପାଣ୍ଡବମାନଙ୍କ ଅଜ୍ଞାତବାସ ବେଳେ ସେ ବିରାଟ ରାଜକନ୍ୟାଙ୍କୁ ନୃତ୍ୟ ଗୀତ ବାଦ୍ୟ ଶିକ୍ଷା ଦେଇଥିଲେ ଗୀତ, ବାଦ୍ୟ, ନୃତ୍ୟ ମାନବର ଜନ୍ମରୁ ସହଚର ତାଣ୍ଡବର ଓ ଲାସ୍ୟର ନାନା ଉପଭାଗ ଅଛି ତହିଁର ବିସ୍ତୃତ ବର୍ଣ୍ଣନା ସଙ୍ଗୀତ ଦାମୋ— ଦର ଆଦି ଗ୍ରନ୍ଥରେ ବର୍ଣ୍ଣିତ ଅଛି; କେଉଁ ନୃତ୍ୟରେ କିପରି ଅଙ୍ଗଭଙ୍ଗୀ ଓ ଶରୀର ଚାଳନା ଆବଶ୍ୟକ ତାହା ବିଶଦଭାବରେ ବର୍ଣ୍ଣିତ ଅଛି ପ୍ରାଚୀନ ଭାରତରେ ନାଟ୍ୟା ଭିନୟର ଉତ୍କର୍ଷ ପାଶ୍ଚାତ୍ୟ ପଣ୍ଡିତ ଜୋନସ୍ ସାହେବ ପ୍ରଭୃତି ସ୍ୱୀକାର କରିଅଛନ୍ତି କାଳର ଘାତ ପ୍ରତିଘାତରେ ଅତି ପ୍ରାଚୀନ ଭାରତୀୟ ନାଟକଗ୍ରନ୍ଥମାନ ଲୃପ୍ତ ହୋଇ ଯାଇଅଛି କେବଳ ପରବର୍ତ୍ତୀ କାଳର କାଳିଦାସ, ଭବ— ଭୂତି, ବିଶାଖାଦତ୍ତ, ଶଦ୍ରକ ପ୍ରଭୃତି କବିମାନଙ୍କ ରଚିତ କେତେ ଖଣ୍ଡ ନାଟକ ଦେଖିବାକୁ ମିଳୁଅଛି ଗୌତମ ବୁଦ୍ଧଙ୍କ ସମୟରେ ନାଟକାଭିନୟ ସାଧାରଣ କଥା ଥିଲା ମୌଦଲ୍ୟାୟନ, ବାତ୍ୟାୟନ, ଉପତିସ୍ୟ ପ୍ରଭୃତି ବୁଦ୍ଧ— ଦେବଙ୍କ ଶିଷ୍ୟମାନେ ନାଟକାଭିନୟ କରୁଥିଲେ

ଭାରତରେ ସଙ୍ଗୀତ ସାହିତ୍ୟ ବିଶେଷ ଉତ୍କର୍ଷ ଲାଭ କରିଥିଲା ଉତ୍କଳ ମଧ୍ୟ ସଙ୍ଗୀତ ଚର୍ଚ୍ଚାରେ ପାଶ୍ଚାତ୍ପଦ ନ ଥିଲା ଉତ୍କଳର ଅଧିକାଂଶ ପ୍ରାଚୀନ ସାହିତ୍ୟ ପଦ୍ୟରେ ଲେଖା ହୋଇଅଛି ପଦ୍ୟସାହିତ୍ୟରେ ବହୁଳତା ଉତ୍କଳରେ ସଙ୍ଗୀତ ବିଦ୍ୟାର ଉତ୍କର୍ଷତା ପ୍ରମାଣ କରୁଅଛି ଉତ୍କଳର ସଙ୍ଗୀତରେ ସ୍ୱାତନ୍ତ୍ର୍ୟ ଥିଲା ଓଡ଼ିଶୀ ସଙ୍ଗୀତ ଅନ୍ୟାନ୍ୟ

ପ୍ରାଦେଶିକ ସଙ୍ଗୀତଠାରୁ ସମ୍ପୂର୍ଣ୍ଣ ପୃଥକ୍ ଓଡ଼ିଶାର ଛନ୍ଦ ଲେଖା ପରି ଲେଖା ଅନ୍ୟତ୍ର ବିରଳ ସଙ୍ଗୀତ ଓଡ଼ିଶାରେ ନାନା ଆକାର ପ୍ରକାରରେ ଦେଖାଯାଏ ଶଗଡ଼ିଆ ଗୀତ, ହଲବୁଲା ଗୀତ, ପା ବୁହା ଗୀତ, ନଉଡ଼ି ଖେଳ ଗୀତ, ଚଇତିଘୋଡ଼ା, ଗୀତ, ପାଟୁଆ ଗୀତ, ପୁଞ୍ଚି ଖେଳ ଗୀତ, ଶିଶୁରଞ୍ଜନ ଓ ଶିଶୁକ୍ରୀଡ଼ା ଗୀତଠାରୁ ଆରମ୍ଭ କରି ଚଉପଦୀ, ଚଉତିଶା, ଭଜନ, ଜଣାଣ, ଛନ୍ଦ, ସଙ୍ଗୀତ ପ୍ରଭୃତି ନାନା ରାଗର ଓ ନାନା ଛାନ୍ଦର ସଙ୍ଗୀତର ଆଲୋଚନା ଉତ୍କଳରେ ହେଉଥିଲା—ସନ୍ଦର୍ଭ ଲେଖକ—ଶ୍ରୀ ଜଗବନ୍ଧୁ ସିଂହ; ଭଞ୍ଜପ୍ରଦୀପ—୪ର୍ଥ ଭାଗ ୪ର୍ଥ ସଂଖ୍ୟାରୁ ସଙ୍କଳିତ