ସଂଗୀତ ଆଖଡ଼ା

ଉଇକିଅଭିଧାନ‌ରୁ

ସଂଗୀତ ଆଖଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗୀତ ଓ ବାଦ୍ୟ ସହିତ ନୃତ୍ୟ କରିବା ପାଇଁ ଗଠିତ ଦଳ —A company formed of singers, musicians and dancers.

[ଦ୍ରଷ୍ଟବ୍ୟ —ବଙ୍ଗଦେଶରେ ସଙ୍ଗୀତ ଆଖଡ଼ା ଅନୁଷ୍ଠାନ ନାହିଁ ବୋଲି କହିଲେ ଚଳେ ଦକ୍ଷିଣ ଓଡ଼ିଶାରେ ଓ ଓଡ଼ିଆଗଡ଼ଜାତରେ ନର୍ତ୍ତକୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାଚୀନ ଓଡ଼ିଆ ସଙ୍ଗୀତ ଗାଇ ନୃତ୍ୟ କରନ୍ତି ଦକ୍ଷିଣରେ ଆଜି ସୁଦ୍ଧା ଓଡ଼ିଆ ସଙ୍ଗୀତ ବିଦ୍ୟାରେ ଚର୍ଚ୍ଚା ବୁଡ଼ି ନାହିଁ ଉତ୍କଳର କଟକ ଓ ପୁରୀ ଜିଲ୍ଲାରେ, ବିଶେଷତଃ ପୁରୀ ଜିଲ୍ଲାରେ ଓଡ଼ିଆ ସଙ୍ଗୀତ ଓ ନୃତ୍ୟବାଦ୍ୟାଦି ପାଇଁ ନାଟୁଆ ପିଲା ବା 'ଗୋଟିପୁଅ'ଙ୍କ ଦଳମାନ ଥିଲା; କିନ୍ତୁ ତାହା ବର୍ତ୍ତମାନ କମି ଯାଉଅଛି ଏଥିରେ ଗୋଟିଏ ପିଲା ନାଚେ ଓ ସଙ୍ଗୀତ ଗାନକରେ; ଆଉ ଦୁଇ ଚାରିଟି ଲୋକ ଭିନ୍ନ ଭିନ୍ନ ବାଦ୍ୟ ଯନ୍ତ୍ର (ଯଥା—ଗିନୀ, ପଖୋଜ ବା ଡୁଗୀ ତବଲା, ବେହେଲା) ବଜାନ୍ତି ଓ ତା ସଙ୍ଗେ ଗୀତ ବୋଲନ୍ତି ବା ନର୍ତ୍ତକର ଗୀତ ପଦମାନଙ୍କରେ ପୁନରାବୃତ୍ତି କରନ୍ତି ଏହିପରି ଚାରି ପାଞ୍ଚୋଟି ଲୋକ ସମନ୍ୱିତ ଆଖଡ଼ାକୁ 'ସଂଗୀତ ଆଖଡ଼ା' ବୋଲାଯାଏ]